Posted inଫୁରସତ

ପ୍ରେମ ଜୀବନରେ ସନ୍ତୁଷ୍ଟ ନୁହନ୍ତି ୩୭% ଭାରତୀୟ: ଏହି ଦେଶ ପ୍ରେମରେ ସର୍ବାଧିକ ଖୁସି

ପ୍ୟାରିସ୍‌, ୧୪।୨:ପ୍ରେମ ଜୀବନକୁ ନେଇ ୩୭% ଭାରତୀୟ ସନ୍ତୁଷ୍ଟ ନୁହନ୍ତି। ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ’କୁ ଦୃଷ୍ଟିରେ ରଖି ମଲ୍ଟି ନ୍ୟାଶନାଲ ମାର୍କେଟ ରିସର୍ଚ୍ଚ ଆଣ୍ଡ୍‌ କନସଲ୍ଟିଂ କମ୍ପାନୀ ‘ଇପ୍‌ସୋସ୍‌’ ପକ୍ଷରୁ ଭାରତ ସମେତ ୩୦ ଦେଶରେ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଗୁରୁବାର ‘ଲଭ୍‌ ଲାଇଫ୍‌ ସାଟିସ୍‌ଫେକ୍ସନ ୨୦୨୫’ ନାମରେ ଇପ୍‌ସୋସ୍‌ ନିଜ ସର୍ଭେର ଫଳାଫଳକୁ ଜାରି କରିଛି। ଏହି ସର୍ଭେ ଅନୁଯାୟୀ, ଭାରତରେ ୬୩% ଲୋକ ସେମାନଙ୍କ ପ୍ରେମ ଜୀବନରେ ସନ୍ତୁଷ୍ଟ। ତେବେ ପ୍ରେମ ଜୀବନରେ ସର୍ବାଧିକ ଲୋକ ଖୁସି ଥିବା ଦେଶ ହେଉଛି କଲମ୍ବିଆ। କଲମ୍ବିଆରେ ୮୨% ଲୋକ ପ୍ରେମ ଜୀବନରେ ସନ୍ତୁଷ୍ଟ ଥିବା ଇପ୍‌ସୋସ୍‌ ସର୍ଭେରେ ପ୍ରକାଶ ପାଇଛି।
ସେହିପରି ଥାଇଲାଣ୍ଡ, ମେକ୍ସିକୋ ଏବଂ ଇଣ୍ଡୋନେସିଆରେ ୮୧% ଏବଂ ମାଲେସିଆରେ ୭୯% ଲୋକ ପ୍ରେମ ଜୀବନରେ ସନ୍ତୁଷ୍ଟ ରହିଛନ୍ତି। ଇପ୍‌ସୋସ୍‌ ପକ୍ଷରୁ ଜାରି ହୋଇଥିବା ତାଲିକାର ନିମ୍ନ ୩ ସ୍ଥାନରେ ଭାରତ, ଦକ୍ଷିଣ କୋରିଆ ଏବଂ ଜାପାନ ରହିଛି। ଦକ୍ଷିଣ କୋରିଆ ଏବଂ ଜାପାନରେ ଯଥାକ୍ରମେ ୫୯% ଓ ୫୬% ଲୋକ ସେମାନଙ୍କ ପ୍ରେମ ଜୀବନରେ ସନ୍ତୁଷ୍ଟ ରହିଛନ୍ତି। ଇପ୍‌ସୋସ୍‌ ଇଣ୍ଡିଆର ଗ୍ରୁପ୍‌ ସର୍ଭିସ୍‌ ଲାଇନ ଲିଡର ଅଶ୍ୱିନୀ ଶିର୍ସିକର କହିଛନ୍ତି, ଅଧିକାଂଶ ଭାରତୀୟ ଯୌଥ ପରିବାରରେ ରୁହନ୍ତି। ଯେଉଁମାନେ ଏକକ ପରିବାରରେ ରୁହନ୍ତି, ସେମାନଙ୍କ ଉପରେ ପାରିବାରିକ ବୋଝ ଅଧିକ ରହିଥାଏ। ତେଣୁ ବୃତ୍ତିଗତ ଚାପ, କ୍ୟାରିୟର, ସାମାଜିକ ଚାପ ଆଦି କାରଣରୁ ସେମାନେ ରୋମାନ୍ସ, ପ୍ରେମ, ଶାରୀରିକ ଅନ୍ତରଙ୍ଗତା ଆଦି ପାଇଁ କମ୍‌ ସମୟ ପାଇଥାନ୍ତି।
ଏହି ସର୍ଭେ ଅନୁଯାୟୀ, ୬୪% ଭାରତୀୟ କହିଛନ୍ତି, ସେମାନେ ତାଙ୍କ ଜୀବନରେ ପ୍ରେମକୁ ଅନୁଭବ କରନ୍ତି। ୫୭% ଭାରତୀୟ ସେମାନଙ୍କ ପାର୍ଟନରଙ୍କ ସହ ରୋମାନ୍ସ ଏବଂ ସେକ୍ସ ଲାଇଫ୍‌ରେ ସନ୍ତୁଷ୍ଟ ଥିବା କହିଛନ୍ତି। ତେବେ ୬୭% ଭାରତୀୟ ସେମାନଙ୍କ ଜୀବନସାଥୀଙ୍କ ସହ ରିଲେଶନସିପ୍‌ରେ ସନ୍ତୁଷ୍ଟ ଥିବା କୁହାଯାଇଛି। ଯୌନ ଜୀବନ ଏବଂ ପାର୍ଟନରଙ୍କ ସହ ଖୁସି ପରସ୍ପର ସହ ଜଡ଼ିତ ହୋଇଥିବା ଇପ୍‌ସୋସ୍‌ ପକ୍ଷରୁ ଜାରି ସର୍ଭେରେ କୁହାଯାଇଛି। ଯେଉଁ ଦେଶର ଲୋକମାନେ ସେମାନଙ୍କ ପାର୍ଟନରଙ୍କ ସହ ସମ୍ପର୍କକୁ ନେଇ ବେଶି ସନ୍ତୁଷ୍ଟ ସେମାନେ ତାଙ୍କ ଜୀବନରେ ରୋମାନ୍ସ ଏବଂ ସେକ୍ସ ଲାଇଫ୍‌କୁ ନେଇ ମଧ୍ୟ ଅନୁରୂପ ମାତ୍ରାରେ ସନ୍ତୁଷ୍ଟ ବୋଲି ଇପ୍‌ସୋସ୍‌ କହିଛି। ତେବେ ବ୍ରାଜିଲ, ଦକ୍ଷିଣ କୋରିଆ ଏବଂ ଭାରତ ପରି ଦେଶରେ ଏହାର ବିପରୀତ ଟ୍ରେଣ୍ଡ୍‌ ଦେଖିବାକୁ ମିଳିଛି। ଏହିସବୁ ଦେଶରେ ଲୋକମାନଙ୍କର ରୋମାନ୍ସ ଏବଂ ଯୌନଜୀବନ ସହ ରହିଥିବା ସନ୍ତୁଷ୍ଟତାର ସ୍ତରଠାରୁ ସେମାନେ ନିଜ ସାଥୀଙ୍କ ସହ କମ୍‌ ସନ୍ତୁଷ୍ଟ ରହିଛନ୍ତି। ହେଲେ ଅଧିକ ରୋଜଗାର କରୁଥିବା ବ୍ୟକ୍ତିମାନେ ସେମାନଙ୍କ ପ୍ରେମ ଜୀବନରେ ବେଶି ସନ୍ତୁଷ୍ଟ ବୋଲି ସର୍ଭେ କହିଛି। ଅଧିକ ରୋଜଗାର ଥିବା ୮୩% ଲୋକ ସେମାନଙ୍କ ପ୍ରେମ ଜୀବନରେ ସନ୍ତୁଷ୍ଟ ଥିଲାବେଳେ ମଧ୍ୟମ ଧରଣର ରୋଜଗାର ଥିବା ୭୬% ଲୋକ ଏବଂ କମ୍‌ ରୋଜଗାର କରୁଥିବା ୬୯% ଲୋକ ସେମାନଙ୍କ ପ୍ରେମ ଜୀବନରେ ସନ୍ତୁଷ୍ଟ ଅଛନ୍ତି। ପ୍ରକାଶ ଯେ, ୩୦ ଦେଶର ୨୩,୭୬୫ ଜଣ ଲୋକଙ୍କୁ ନେଇ ଇପ୍‌ସୋସ୍‌ ପକ୍ଷରୁ ଏହି ସର୍ଭେ କରାଯାଇଛି। ସର୍ଭେରେ ଭାରତରୁ ୨,୨୦୦ ଲୋକଙ୍କ ମତ ନିଆଯାଇଥିଲା। ସେଥିମଧ୍ୟରୁ ୧,୮୦୦ ଜଣ ଭାରତୀୟଙ୍କର ସିଧାସଳଖ ସାକ୍ଷାତ୍‌କାର କରାଯାଇଥିବା ବେଳେ ୪୦୦ ଲୋକଙ୍କ ସହ ଅନ୍‌ଲାଇନ ମାଧ୍ୟମରେ ସାକ୍ଷାତ୍‌କାର ନିଆଯାଇଥିବା ଇପ୍‌ସୋସ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri