ତେଲଙ୍ଗାନାରେ ନିଲାମ ହେଉଛି ସରପଞ୍ଚ ପଦ

ହାଇଦ୍ରାବାଦ: ତେଲଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ (ଟିଜିଏସ୍‌ଇସି) ଦ୍ୱାରା ଖୁବ୍‌ଶୀଘ୍ର ରାଜ୍ୟର ଗ୍ରାମ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା କରାଯିବ। ତେବେ ଗ୍ରାମଗୁଡ଼ିକରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହ ନିର୍ବାଚନ ଖର୍ଚ୍ଚ ବଞ୍ଚାଇବା ଉଦ୍ଦେଶ୍ୟରେ ସରପଞ୍ଚ ପଦ ପାଇଁ ସର୍ବସମ୍ମତି ନିର୍ବାଚନକୁ ତେଲଙ୍ଗାନା ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ୫ ହଜାରରୁ ଅଧିକ ଜନସଂଖ୍ୟା ଥିବା ପଞ୍ଚାୟତ ପାଇଁ ୧୫ ଲକ୍ଷ ଟଙ୍କା ଏବଂ ୫ ହଜାରରୁ କମ୍‌ ଜନସଂଖ୍ୟା ଥିବା ପଞ୍ଚାୟତ ପାଇଁ ୧୦ ଲକ୍ଷ ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥାଏ। ଆର୍ଥିକ ପ୍ରୋତ୍ସାହନକୁ ଦୃଷ୍ଟିରେ ରଖି କେତେକ ଗ୍ରାମରେ ସରପଞ୍ଚ ପଦ ନିଲାମ ହୋଇଥିବାର ଖବର ସାମ୍‌ନାକୁ ଆସିଛି।
ରାଜ୍ୟର ଜୋଗୁଲମ୍ବା-ଗୋଡ଼ଓ୍ବାଲ ଜିଲା ମନୋପାଡ଼ୁ ବ୍ଲକ୍‌ସ୍ଥିତ ଗୋକୁଲପାଡୁ ଗ୍ରାମରେ ସର୍ବସମ୍ମତି କ୍ରମେ ସରପଞ୍ଚ ଚୟନ ପାଇଁ ଗ୍ରାମର ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୧୨ ଜଣ ଅଂଶଗ୍ରହଣକାରୀ ଏହି ନିଲାମରେ ଭାଗ ନେଇଥିଲେ। ୨୭.୫୦ ଲକ୍ଷ ଟଙ୍କାରେ ଗୋକୁଲପାଡୁ ସରପଞ୍ଚ ପଦ ନିଲାମ ହୋଇଥିଲା। ସର୍ବସମ୍ମତି କ୍ରମେ ସରପଞ୍ଚ ମନୋନୀତ ହୋଇଥିବା ବ୍ୟକ୍ତି ସମ୍ପୃକ୍ତ ପଞ୍ଚାୟତକୁ ନିଲାମ ରାଶି ପ୍ରଦାନ କରିବାକୁ ସହମତ ହୋଇଛନ୍ତି। ଏହି ଗ୍ରାମରେ ୫୫୦ ଜଣ ମତଦାତା ରହିଥିବାବେଳେ ନିଲାମ ରାଶି ଗଁାର ମନ୍ଦିର ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ନିଲାମ ନେଇ ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁନାହାନ୍ତି। କେବଳ ଗୋକୁଲପାଡୁ ଗ୍ରାମରେ ନୁହେଁ, ନାଲ୍‌ଗୋଣ୍ଡା, କରିମନଗର, ଆଦିଲାବାଦ ଆଦି ଜିଲାର ବିଭିନ୍ନ ଗ୍ରାମରେ ସରପଞ୍ଚ ପଦ ପାଇଁ ସର୍ବସମ୍ମତି ପ୍ରାର୍ଥୀ ବାଛିବା ଉଦ୍ଦେଶ୍ୟରେ ନିଲାମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଘୋଷଣା ହେବା ପରେ ନିଲାମରେ ସର୍ବାଧିକ ଟଙ୍କା ଲଗାଇଥିବା ବ୍ୟକ୍ତି ହିଁ ଯେପରି ପ୍ରାର୍ଥୀ ହେବେ ଏବଂ ଅନ୍ୟମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ନାହିଁ ସେନେଇ ଗ୍ରାମର ମୁରବୀମାନେ ନିଷ୍ପତ୍ତି ନେଇଥାନ୍ତି। ରାଜନୈତିକ ଦଳଗୁଡ଼ିକ ଏଥିରେ ଆପତ୍ତି ପ୍ରକାଶ କରନ୍ତି ନାହିଁ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଗତ ତେଲଙ୍ଗାନ ଗ୍ରାମପଞ୍ଚାୟତ ନିର୍ବାଚନରେ ମଧ୍ୟ ସର୍ବସମ୍ମତିକ୍ରମେ ନିର୍ବାଚନ ହୋଇଥିଲା, ଯେଉଁଥିରେ ୧୦ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ସରପଞ୍ଚ ପଦ ହୋଇଥିଲା ବୋଲି ରାଜ୍ୟ ପଞ୍ଚାୟତିରାଜ ବିଭାଗର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି। ସାଧାରଣତଃ ହାଇଦ୍ରାବାଦଠାରୁ ଦୂରଦୂରାନ୍ତର ପଞ୍ଚାୟତରେ ଏହି ପ୍ରକାର ନିଲାମକୁ ବିରୋଧ କରାଯାଏ ନାହିଁ ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ସରପଞ୍ଚ ପଦ ପାଇଁ ବଢ଼ି ଚାଲିଥିବା ନିଲାମ ଜନିତ ମାମଲାକୁ ଦୃଷ୍ଟିରେ ରଖି ଏହା ଉପରେ ନଜର ରଖିବାକୁ ସମସ୍ତ ଜିଲାପାଳଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri