ସର୍ବସାଧାରଣ ସ୍ଥାନକୁ କବ୍‌ଜା କରିନେଉଛନ୍ତି ଲୋକେ, ହେଲେ ପୁଣି ପୁରୁଷୋତ୍ତମପୁର ପ୍ରାଣୀ ଚିକିତ୍ସାଳୟ ଉପରେ ଏନ୍‌ଏସି ପ୍ରଶାସନର ଲୋଲୁପ ଦୃଷ୍ଟି

ପୁରୁଷୋତ୍ତମପୁର,୧୦।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପରିସରରେ ବିଭିନ୍ନ ସ୍ଥାନରେ ରହିଥିବା ସର୍ବସାଧାରଣ ପଟ୍ଟା ଖାତାରେ ଥିବା ସରକାରୀ ଜାଗାମାନକୁ ଗୋଟିଏ ପରେ ଗୋଟିଏ ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି କବ୍ଜା କରି ଦଖଲକୁ ନେବାରେ ଲାଗିଛନ୍ତି। କିଏ ବେଆଇନ ଭାବରେ ଜବର ଦଖଲ କରି ତ କିଏ ଆଇନର ଆଶ୍ରୟନେଇ ହାତେଇବାରେ ଲାଗିଛନ୍ତି। ମାତ୍ର ଏଥିପ୍ରତି ଏନ୍‌ଏସି ପ୍ରଶାସନ ଗୁରୁତ୍ୱ ଦେବା ବଦଳରେ ଜଳକା ଭାବେ ବସିରହିଛନ୍ତି, ଯାହାଦ୍ବାରା ଜାଗା ଅଭାବରୁ ଜନସାଧାରଣଙ୍କ ନିତାନ୍ତ ମୌଳିକ ଆବଶ୍ୟକତା ଲାଗି ଉନ୍ନୟନ ମୂଳକ କାର୍ଯ୍ୟମାନ ହୋଇପାରୁନାହିଁ।

ତେବେ ପୁରୁଷୋତ୍ତମପୁର ଏନ୍‌ଏସି ଅଞ୍ଚଳରେ ପୋଲିସ ବିଭାଗୀୟ ସବ୍‌ଡିଭିଜିନାଲ ଅଫିସ, ବ୍ଲକ,ତହସିଲ,କୋର୍ଟ, ବ୍ୟାଙ୍କ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ଏହା ବାଣିଜ୍ୟ ଫେଣ୍ଠସ୍ଥଳ ହୋଇଥିବା ହେତୁ ପ୍ରତ୍ୟେହ ଶହଶହ ସଂଖ୍ୟାରେ ଲୋକେ ପୁରୁଷୋତ୍ତମପୁର ସହର ଉପରେ ନିର୍ଭର କରିଥାନ୍ତି। ମାତ୍ର ଜାଗା ଅଭାବରୁ ପାର୍କିଂ ସ୍ଥଳଟିଏ ନିର୍ମାଣ ହୋଇପାରୁନାହିଁ। ଫଳରେ ଲୋକେ ଏଣେତେଣେ ରାସ୍ତାଉପରେ ଗାଡିମୋଟର ରଖିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ବାରମ୍ବାର ଦୁର୍ଘଟଣା ଘଟୁଛି। ଅପରପକ୍ଷରେ କାଳୀ ମନ୍ଦିର ଛକଠାରୁ ରଥସାହି ଛକ ମଧ୍ୟରେ ବ୍ୟାଙ୍କ, ତହସିଲ, କୋର୍ଟ ଛକରେ ପରିଶ୍ରାଗାର ନ ଥିବା ହେତୁ ଜନସାଧାରଣ ବିଶେଷକରି ମହିଳା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ସହର ମଧ୍ୟରେ ଥିବା କୋଟିକୋଟି ଟଙ୍କାର ସରକାରୀ ଜମିକୁ ଜବରଦଖଲକାରୀଙ୍କ କବଜାରୁ ଏନ୍‌ଏସି ଦଖଲକୁ ଆଣି ସେଠାରେ ଉନ୍ନୟନ କାର୍ଯ୍ୟକରିବା ପରିବର୍ତ୍ତେ ପ୍ରାଣୀମାନଙ୍କ ସୁବିଧାଲାଗି ରହିଥିବା ପ୍ରାଣୀ ଚିକିତ୍ସାଳୟ ଉପରେ ଏନ୍‌ଏସି ପ୍ରଶାସନ ଲୋଲୁପ ଦୃଷ୍ଟି ପକାଇଛି। ଏହି ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା କୁକୁଡା ସଂରକ୍ଷଣ ଗ୍ରୁହକୁ ଭାଙ୍ଗି ଗତ ୨୦୦୨ ମସିହାରେ ସେଠାରେ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ନିର୍ମାଣ କରିଥିଲେ। ମାତ୍ର ସେହି କଲ୍ୟାଣ ମଣ୍ଡପ ବର୍ତ୍ତମାନ ଏନ୍‌ଏସିର ଗୋଦାମ ପାଲଟିଛି। ସେହିଭଳି ଏହି ପ୍ରାଣି ଚିକିତ୍ସାଳୟ ପରିସରରେ ଥିବା ଷ୍ଟାଫ କ୍ୱାଟର, କୁକୁଡା ଚିଆଁ ଉତ୍ପାଦନ, ଆହତ ପ୍ରାଣୀଙ୍କ ଚିକିତ୍ସା ଗୃହ , ଲାବ୍ରୋଟରୀ ନିର୍ମାଣ ଲାଗି ରହିଥିବା ଜାଗାକୁ ଏନ୍‌ଏସି କବ୍ଜା କରିବାକୁ ଚାହୁଁଛି। ସେଠାରେ ଏନ୍‌ଏସି କାର୍ଯ୍ୟାଳୟର କୋଠା ନିର୍ମାଣ କରିବାଲାଗି ମସୁଧା ଆରମ୍ଭ ହୋଇଛି। ବର୍ତ୍ତମାନର ସରକାର ଗୋଶାଳା, ପ୍ରାଣୀ ମାନଙ୍କ ଚିକିତ୍ସା, ଚାଷୀଙ୍କ ବିକାଶ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବାବେଳ ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ଜାଗାକୁ ଯଦିି ଏନଏସି ପ୍ରଶାସନ ପୁଣି ଦଖଲ କରିନିଏ ତେବେ ସରକାରଙ୍କ ଏହି ଯୋଜନାର ମାନ ହ୍ରାସ ପାଇପାରେ। ଏଣୁ ଏନ୍‌ଏସି ଏହି ସ୍ଥାନରେ କାର୍ଯ୍ୟାଳୟ କରିବା ପରିବର୍ତ୍ତେ ସହରର ବିଭିନ୍ନ ସ୍ଥାନରେ ସର୍ବସାଧାରଣପଟ୍ଟାରେ ଥିବା ଜାଗାକୁ କବ୍ଜାକରିନେଇଥିବା ବ୍ୟକ୍ତିଙ୍କ କବଳରୁ ଆଣି ସେଠାରେ ନିଜର କାର୍ଯ୍ୟାଳୟ କୋଠା ର୍ନିମାଣ କରିବା ଜରୁରୀ ବୋଲି ମତ ପ୍ରକାଶ ପାଉଛି।

ଏହାକୁ ନେଇ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡାକ୍ତର ମନୋଜ କୁମାର ଶତପଥୀ କହିଛନ୍ତି ଯେ, ଚିକିତ୍ସାଳୟ ପରିସରରେ ବର୍ତ୍ତମାନ ଯେଉଁ ଜାଗା ରହିଛି, ସେଠାରେ ପ୍ରାଣୀବିଭାଗର ସରକାରୀ ଯୋଜନା ଲାଗି ଆବଶ୍ୟକୀୟ ଗୃହ ଏବଂ ଷ୍ଟାଫ୍‌ କ୍ୱାଟର ନିର୍ମାଣ ସକାଶେ ନିତାନ୍ତ ଆବଶ୍ୟକ ରହିଛି। ଏହି ଜାଗାକୁ ନେଇ ସେଠାରେ ଏନ୍‌ଏସି କାର୍ଯାଳୟ ନିର୍ମାଣ ଲାଗି ଯୋଜନା କରାଯାଉଛି ଯାହାକୁ ପ୍ରାଣୀ ବିଭାଗ ପକ୍ଷରୁ ପ୍ରତିବାଦ କରାଯାଉଛି। ଏଥିନେଇ ତହସିଲଦାରଙ୍କଠାରେ ଏଲିନେସନ୍‌ ଲାଗି ଚିଠି କରିଛି। ଏହି ଜାଗାକୁ ଜଦି ଏନ୍‌ଏସି ନେଇଯାଏ ତେବେ ପ୍ରାଣୀଙ୍କ ସୁବିଧା ଲାଗି ସରକାର ନେଉଥିବା ଯୋଜନାର କାର୍ଯ୍ୟ ଓ ବିକାଶରେ ସମ୍ପୂର୍ଣ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri