Posted inଖେଳ

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପରେ ଲାଗିଲା ବଡ଼ ଝଟ୍‌କା, ଆଉ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୦।୨: ଫେବୃଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ହେଲେ ତାହା ପୂର୍ବରୁ ଅନେକ ଖେଳାଳି ଆଘାତ କାରଣରୁ ବାଦ୍‌ ପଡିଛନ୍ତି। ଏବେ ଆହତ ଖେଳାଳିଙ୍କ ତାଲିକାରେ ଆଉ ଏକ ନାମ ଯୋଡି ହୋଇଛି। ସେ ହେଲେ ଜାକବ ବେଥେଲ। ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଏହା ନିଶ୍ଚିତ କରିଛନ୍ତି।
ବଟଲର୍‌ କହିଛନ୍ତି ଯେ ଜାକବ ବେଥେଲଙ୍କ ହାମଷ୍ଟ୍ରିଙ୍ଗ ଆଘାତ ଲାଗିଛି ଏବଂ ସେ ଚାମ୍ପିଅନ୍ସ ଟ୍ରଫିରେ ଖେଳିବେ ନାହିଁ। ବେଥେଲ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ମଧ୍ୟ ଖେଳି ନ ଥିଲେ। ଏହି ମ୍ୟାଚ୍‌ରେ ଇଂଲଣ୍ଡର ପରାଜୟ ପରେ ଖେଳାଳି ଚାମ୍ପିଅନ୍ସ ଟ୍ରଫିରୁ ମଧ୍ୟ ବାହାର ହୋଇଯାଇଥିଲେ। ଟମ୍‌ ବାଣ୍ଟନ୍‌ ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଦଳକୁ ଫେରିଛନ୍ତି। ଏହି ଖେଳାଳି ସମ୍ପ୍ରତି ଦୁବାଇରେ ILT୨୦ ଖେଳୁଥିଲେ, ଯେଉଁଠାରେ ସେ ଦୁଇଟି ଶତକ ହାସଲ କରିଥିଲେ।
ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଦଳ:
ଫିଲ୍‌ ସଲ୍ଟ, ବେନ୍‌ ଡକେଟ୍‌, ଜୋ ରୁଟ୍‌, ହ୍ୟାରି ବ୍ରୁକ୍‌, ଲିଆମ୍‌ ଲିଭିଙ୍ଗଷ୍ଟୋନ, ଜେମି ଓଭରଟନ୍‌, ଗସ୍‌ ଆଟକିନସନ୍‌, ଆଦିଲ ରଶିଦ୍‌, ମାର୍କ ଉଡ୍‌, ସାକିବ୍‌ ମହମୁଦ୍‌, ଜେମି ସ୍ମିଥ, ଟମ୍‌ ବାଣ୍ଟନ୍‌, ବ୍ରାଇଡନ କାର୍ସେ ଏବଂ ଜୋଫ୍ରା ଆର୍ଚର
ଜ୍ୟାକବ ବେଥେଲଙ୍କ ସ୍ଥାନରେ ଇଂଲଣ୍ଡ ଦଳରେ ଯୋଗ ଦେଇଥିବା ଟମ ବାଣ୍ଟନ ମଧ୍ୟ ଜଣେ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ସମ୍ପ୍ରତି ଦୁବାଇରେ ବହୁତ କ୍ରିକେଟ ଖେଳିଛନ୍ତି। ସେ ଏମିରେଟ୍ସ ଇଣ୍ଟରନ୍ୟାଶନାଲ ଲିଗ୍‌ ଟି-୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ, ଯେଉଁଠାରେ ସେ ୫୪.୭୭ ହାରରେ ୪୯୩ ରନ କରିଥିଲେ। ତାଙ୍କ ବ୍ୟାଟରୁ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ଆସିଥିଲା। ଏହି ଖେଳାଳି ୨୧ଟି ଛକା ମାରିଥିଲେ।
କହିରଖୁଛୁ, ଏଯାବତ ଚାମ୍ପିଅନ୍ସ ଟ୍ରଫିରୁ ମୋଟ ୮ ଜଣ ବଡ଼ ଖେଳାଳି ବାଦ୍‌ ପଡ଼ିଛନ୍ତି। ପାକିସ୍ତାନର ସାମ ଆୟୁବ ଆଘାତ ଯୋଗୁ ଟୁର୍ନାମେଣ୍ଟରେ ଖେଳିପାରିବେ ନାହିଁ। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନେରିକ୍‌ ନୋର୍ଖିଆ ଏବଂ ଜେରାଲ୍ଡ କୋଟ୍‌ଜିଆ ମଧ୍ୟ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। ତାଙ୍କ ବ୍ୟତୀତ ଦୁଇ ଜଣ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ମଧ୍ୟ ବାହାରେ ଅଛନ୍ତି। ଜୋଶ ହାଜେଲଉଡ ଏବଂ ଅଧିନାୟକ ପ୍ୟାଟ୍‌ କମିନ୍ସ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ଖେଳିବେ ନାହିଁ। ଏହି ଦୁଇଜଣଙ୍କ ବ୍ୟତୀତ, ମାର୍କସ ଷ୍ଟୋଇନିସ ହଠାତ ODI ଫର୍ମାଟକୁ ବିଦାୟ  ନେଇଛନ୍ତି, ଏଣୁ ସେ ମଧ୍ୟ ଟୁର୍ନାମେଣ୍ଟରେ ନ ଖେଳିବା ସ୍ପଷ୍ଟ ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri