ଶିକ୍ଷାନୁଷ୍ଠାନର ମାନ ଓ ଦୁର୍ନୀତି

ବିଶ୍ୱର ସୁନାମଧନ୍ୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ଭୁବନେଶ୍ୱରସ୍ଥିତ ନାଇଜର(ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ)ର ବିଶ୍ୱପ୍ରସିଦ୍ଧ ଗବେଷକ ଓ ଜନପ୍ରିୟ ଶିକ୍ଷକ ପ୍ରଫେସର ବେଦାଙ୍ଗ ମହାନ୍ତି ଥରେ କଥା ପ୍ରସଙ୍ଗରେ କହିଥିଲେ, ଯଦି ରେଭେନ୍‌ଶାରେ ସେ ମୋଚିରାମ ସାର୍‌ ଓ ଜ୍ୟୋତିଷ ସାର୍‌ଙ୍କ କ୍ଲାସ୍‌ର ମାଧୁର୍ଯ୍ୟରେ ବିମୋହିତ ହୋଇନଥାନ୍ତେ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲମ୍ବୋଦର ସାର୍‌ ଓ ବାରିକ୍‌ ସାର୍‌ଙ୍କ ଶିକ୍ଷାଦାନ ଓ ସାନ୍ନିଧ୍ୟ ଲାଭ କରିନଥାନ୍ତେ ତେବେ ହୁଏତ ଆମ ସମାଜରେ ଶ୍ରେଷ୍ଠ ବୃତ୍ତି ଭାବେ ଆଦୃତ ପ୍ରଶାସକ ବୃତ୍ତି ବା ବୈଜ୍ଞାନିକଟିଏ ହୋଇଥାନ୍ତେ। ହାତଗଣତି ଅଧ୍ୟାପକଙ୍କ ସାଧନା ଓଡ଼ିଶାର ପ୍ରତିଷ୍ଠିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନକୁ ଉଚ୍ଚକୋଟୀର କରି ଗଢ଼ି ତୋଳିଥିଲା ଓ ରାଜ୍ୟ ତଥା ରାଜ୍ୟ ବାହାରର ଛାତ୍ରୀଛାତ୍ରମାନଙ୍କ ବାଲ୍ୟକାଳର ସ୍ବପ୍ନ ରହି ଆସିଥିଲା ରେଭେନ୍‌ଶା, ଉତ୍କଳ, ଭଞ୍ଜବିହାର, ଜ୍ୟୋତିବିହାର, ଅମୃତବିହାର, ବ୍ୟାସବିହାର ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବା।
ହେଲେ କ୍ୟୁ.ଏସ୍‌. ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ ଆସିଲେ ବିଶ୍ୱରେ ଯେମିତି ଚହଳ ପଡ଼େ, ଏନ୍‌.ଆଇ.ଆର୍‌.ଏଫ୍‌. ର଼୍ୟାଙ୍କିଙ୍ଗ ଆସିଲେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆଲୋଚନା – ପର୍ଯ୍ୟାଲୋଚନା ଚାଲେ। ପ୍ରମୁଖ ପ୍ରସଙ୍ଗ କିପରି ବେସରକାରୀ ଶିକ୍ଷାନୁଷ୍ଠାନ ଭଲ ର଼୍ୟାଙ୍କ ପାଇଥିବାବେଳେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ନାଁ ଗନ୍ଧ ନାହିଁ ଏଇ ତାଲିକାରେ। ନାମଲେଖା ଋତୁ ଆସିଲେ ଖବରକାଗଜରେ ବଡ଼ ବଡ଼ ବିଜ୍ଞାପନ ଛପାହୁଏ- ବେସରକାରୀ ଶିକ୍ଷାନୁଷ୍ଠାନ କିପରି ନ୍ୟାଶନାଲ୍‌ ଆସେସ୍‌ମେଣ୍ଟ ଓ ଆକ୍ରେଡେସନ କାଉନସିଲ୍‌(ନାକ) ଦ୍ୱାରା ଉତ୍ତମ ଗ୍ରେଡିଂ ପାଇଛନ୍ତି। ନାକ୍‌ ଦ୍ୱାରା ଭିତ୍ତିଭୂମି, ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ପ୍ରଗତିର ହାର, ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ, ଶ୍ରେଷ୍ଠ ଉପଲବ୍ଧି ପ୍ରଭୃତି ମାନଦଣ୍ଡକୁ ସଂଖ୍ୟାର ପରିସଂଖ୍ୟାନ ମପାଯାଏ ଓ ଗ୍ରେଡିଂ ପ୍ରଦାନ କରାଯାଏ। ଏନ୍‌.ଆଇ.ଆର୍‌.ଏଫ୍‌.ରେ ମଧ୍ୟ ସଂଖ୍ୟା ଦ୍ୱାରା ନିର୍ଦ୍ଧାରିତ ହୁଏ ଶିକ୍ଷାର ମାନ ଓ ଶିକ୍ଷାନୁଷ୍ଠାନର ତାଲିକାରେ ସ୍ଥାନ। ୧୯୯୫ରୁ ନାକ୍‌ ଗ୍ରେଡିଂ ବ୍ୟବସ୍ଥା ଆରମ୍ଭ ହୋଇଛି।
କ୍ୟୁ.ଏସ୍‌.ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏହାକୁ ବର୍ଜନ କରିଛନ୍ତିି ବିଶ୍ୱର ଶିକ୍ଷା ଓ ଗବେଷଣା ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିବା ଦକ୍ଷିଣକୋରିଆ, ସୁଇଜରଲାଣ୍ଡର ପ୍ରମୁଖ ଶିକ୍ଷାନୁଷ୍ଠାନ। ଆମର ଏଠି ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନ ସହ ନାକ୍‌ ଓ ଏନ୍‌.ଆଇ.ଆର୍‌.ଏଫ୍‌. ର଼୍ୟାଙ୍କିଙ୍ଗକୁ ଯୋଡ଼ାଗଲାଣି। ଗଣମାଧ୍ୟମ ଓ ସରକାରୀ ନିୟାମକ ସମ୍ଭବତଃ ସରକାରୀ ଶିକ୍ଷାନୁଷ୍ଠାନର ପଦାଧିକାରୀମାନଙ୍କୁ କଳେବଳେ କୌଶଳେ ଏଇସବୁ ର଼୍ୟାଙ୍କିଙ୍ଗରେ ଭଲ ପ୍ରଦର୍ଶନ ପାଇଁ ପ୍ରେରିତ କରୁଛି। ବେସରକାରୀ ଶିକ୍ଷାନୁଷ୍ଠାନ ଅନୈତିକ ମାର୍ଗ ଆପଣାଇଲେ ଯେତିକି ବିପଦରେ ପଡ଼ନ୍ତିି ନାହିଁ ସରକାରୀ ଶିକ୍ଷାନୁଷ୍ଠାନ ସେତିକି ବିପତ୍ତି ଡାକିଆଣନ୍ତି କାଳେକାଳେ। ସମ୍ପ୍ରତି ସରସ୍ବତୀ ପୂଜା(ବସନ୍ତ ପଞ୍ଚମୀ) ପୂର୍ବଦିନ ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ନାକ୍‌ ସଦସ୍ୟମାନଙ୍କ ଘରେ ଚଢ଼ାଉରୁ ଯେଉଁ ଫଳାଫଳ ମିଳିଛି ତାହା ଚିନ୍ତାଜନକ ନିଶ୍ଚୟ।
ଗତ ୧ ଫେବୃଆରୀ ଦିନ ସିବିଆଇ ଟିମ୍‌ ଚେନ୍ନାଇ, ବେଙ୍ଗାଲୁରୁ, ବିଜୟୱାଡ଼ା, ପଲାମୁ, ଭୋପାଳ, ବିଳାସପୁର, ଗୌତମବୁଦ୍ଧ ନଗର, ଦିଲ୍ଲୀ, ସମ୍ବଲପୁର ପ୍ରଭୃତି ସହରରେ ଅଧ୍ୟାପକମାନଙ୍କ ଘରେ ଚଢ଼ାଉ କରି ନଗଦ ୩୭ ଲକ୍ଷ ଟଙ୍କା, ୬ଟି ଲାପ୍‌ଟପ୍‌, ସ୍ବର୍ଣ୍ଣମୁଦ୍ରା ଓ ଆୟବହିର୍ଭୂତ ଅଚଳାଚଳ ସମ୍ପତ୍ତି ଠାବ କରିଛି। ଅନେକ ଆପତ୍ତିଜନକ ସାମଗ୍ରୀ ରଖିଥିବା ପ୍ରମାଣ ଯୋଗୁ ନାକ୍‌ର ସଦସ୍ୟ ଓ ବିଶେଷଜ୍ଞ ଥିବା ୧୦ଜଣଙ୍କୁ ଗିରଫ କରିଛି। ରେଟିଂ ଘୋଟାଲା ଆଜି ଦେଶରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର, ସରକାରୀ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭକରି ବେସରକାରୀ ଶିକ୍ଷାନୁଷ୍ଠାନର କୁଳପତି ମଧ୍ୟ ଏହି ଗିରଫ ଲୋକମାନଙ୍କ ଭିତରେ ତାଲିକାଭୁକ୍ତ! ସିବିଆଇର କହିବା ମୁତାବକ କ ପ୍ଲସ୍‌(ଇ+), କ ପ୍ଲସ୍‌ ପ୍ଲସ୍‌(ଇ++) ରେଟିଙ୍ଗ ଦେବାପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଲାଞ୍ଚ ମଗାଯାଇଛି ଆରୋପି ପ୍ରଫେସରମାନଙ୍କ ଦ୍ୱାରା। ଏମାନେ ନାକ୍‌ ନିରୀକ୍ଷଣ ଟିମ୍‌ର ସଦସ୍ୟ ଥିଲେ। ଏଇ ଧରପଗଡ଼ ପରେ ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ନାକ୍‌ ଦ୍ୱାରା ଇ+ ଓ ଇ++ ଗ୍ରେଡିଂ ପାଇଥିଲେ ଓ ଏଇ ଉପଲବ୍ଧିକୁ ସ୍ବକୀୟ ନଥି ଓ ବିଜ୍ଞାପନ ମାଧ୍ୟମରେ ବିଜ୍ଞାପିତ କରି କ୍ରେଡିଟ୍‌ ନେବାକୁ ଚେଷ୍ଟା କରୁଥିଲେ ପଛଘୁଞ୍ଚା ଦେବେ ନିଶ୍ଚୟ। କିନ୍ତୁ ଏଇ ପୃଷ୍ଠଭୂମିରେ ନାକ୍‌ ଗ୍ରେଡିଂ ସହ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଓ ଅନ୍ୟାନ୍ୟ ସରକାରୀ ଅନୁଦାନ ପ୍ରଦାନ ସଂସ୍ଥା ଦ୍ୱାରା ପ୍ରଦତ୍ତ ଅନୁଦାନର ପରିମାଣକୁ ଯୋଡ଼ିବାର ନିୟମକୁ ବଦଳାଇବା ପାଇଁ ପୁନର୍ବିଚାରର ଆବଶ୍ୟକତା ନାହିଁ କି? ଏଇ ଦୁର୍ନୀତି ପ୍ରକରଣ ଉଜାଗର ହେବା ପରେ ସରକାର ବାହାଦୁର ଏନ୍‌.ଆଇ.ଆର୍‌.ଏଫ୍‌. ର଼୍ୟାଙ୍କିଙ୍ଗରେ ଅପ୍ରତ୍ୟାଶିତ ଓ ଅବିଶ୍ୱନୀୟ ର଼୍ୟାଙ୍କ ଆଣୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟକଳାପକୁ ତଦନ୍ତର ପରିଧି ଭିତରେ ଆଣିବାର ଆବଶ୍ୟକତା ନାହିଁ କି? ଏନ୍‌.ଆଇ.ଆର୍‌.ଏଫ୍‌. ର଼୍ୟାଙ୍କିଙ୍ଗରେ ଅସଦ୍‌ମାର୍ଗ ଆପଣାଯାଉଛି କି ନାହିଁ ଏହାର ତଦନ୍ତ ହେବାର ଆବଶ୍ୟକତା ଅନୁଭବ ହେଉନାହିଁ କି?
ବିଭିନ୍ନ ର଼୍ୟାଙ୍କିଙ୍ଗ ଓ ଗ୍ରେଡିଂ ଦ୍ୱାରା ଅନୁଷ୍ଠାନଗୁଡ଼ିକୁ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କଲେ କ୍ଷତି ନାହିଁ। କିନ୍ତୁ ର଼୍ୟାଙ୍କିଙ୍ଗ ଓ ଗ୍ରେଡିଂ ସହ ସରକାରୀ ଅନୁଦାନକୁ ଯୋଡ଼ିଲେ ଏହା ପରୋକ୍ଷରେ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣକୁ କିପରି ପ୍ରୋତ୍ସାହିତ କରେ ସଦ୍ୟ ଉଜାଗର ହୋଇଥିବା ଗ୍ରେଡିଂ ଦୁର୍ନୀତି ଏହାର ପ୍ରମାଣ। ସରକାର ବାହାଦୁର ବେଳହୁଁ ସାବଧାନ ନ ହେଲେ ଆଗକୁ ବିପଦ।

ଡ. ଗୌରୀଶଙ୍କର ସାହୁ
ଅଧ୍ୟାପକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ହିମାଚଳ ପ୍ରଦେଶ, ଧର୍ମଶାଳା
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri