ଚର୍ଚ୍ଚାରେ ବିଜେଡି, ଦଳର ନେତା: ଏବେ ଗୁଆହାଟୀ ମେଳିକୁ ନେଇ ବଢ଼ୁଛି ସନ୍ଦେହ 

ଭୁବନେଶ୍ୱର,୨।୨: ବର୍ତ୍ତମାନ ଚର୍ଚ୍ଚାରେ ବିଜେଡି ଓ ଦଳର ନେତା। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ ବିଜେଡିର ଯୁବ ନେତା ଏକାଠି ହୋଇଥିଲେ । ଦେବାଶିଷ ସାମନ୍ତରାୟଙ୍କ ଘରେ ଯୁବ ନେତା ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଅନ୍ୟପକ୍ଷେ କାର୍ତ୍ତିକ ପାଣ୍ଡିଆନ  ନବୀନ ନିବାସରେ ସକ୍ରିୟ ଥିବା କିଛି ଦିନ ତଳେ ଗଣମାଧ୍ୟମକୁ ମନ୍ମଥ ରାଉତରାୟ କହିଥିଲେ । ତେବେ  ବାରମ୍ବାର ନେତାଙ୍କ ଏପରି ମେଳିକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା  ହେବା ସହ ସାଧାରଣରେ ମଧ୍ୟ ଚର୍ଚ୍ଚା ହୋଇଛି ।
ବର୍ତ୍ତମାନ ରାଜ୍ୟ ବାହାରେ ଆସାମର ଗୁଆହାଟୀରେ ବରିଷ୍ଠ ନେତାଙ୍କ ଭେଟ୍‌ଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୁଆହାଟୀର ଏକ ହୋଟେଲରେ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଛି । ପ୍ରଭାତ ତ୍ରିପାଠୀ, ସଞ୍ଜୟଦାସବର୍ମା, ବିଜୟ ମହାପାତ୍ର, ସୁଶାନ୍ତ ରାଉତଙ୍କ ପରି ନେତା ଏକାଠି ହୋଇଥିଲେ। କେଉଁ ବିଷୟରେ ଆଲୋଚନା ହୋଇଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ  ।
ହେଲେ ପ୍ରଭାତ ତ୍ରିପାଠୀ କହିଛନ୍ତି,  ଏକ ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲୁ।  ଏହାକୁ ନେଇ କିଏ କ’ଣ ଚର୍ଚ୍ଚା ଆଲୋଚନା କରୁଥାଇପାରନ୍ତି।
ଏବେ ବିଜେଡି ନେତା ବବି ଦାସ ଏବେ ଯାଜପୁର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଯିଏ ଦିନେ ଦଳର ଟିକ୍‌ନିକ୍‌ କଥା ବୁଝୁଥିଲେ ତାଙ୍କ ଇଙ୍ଗିତରେ କୁଆଡ଼େ ଦଳ ଉଠ୍‌ବସ୍‌ ହେଉଥିଲା ଆଜି ତାଙ୍କୁ କୌଣସି ଦାୟିତ୍ୱ ଦେଇନାହାନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବବିଙ୍କୁ ନବୀନ ସଂଗଠନ ସମ୍ଭାଳିବାକୁ ଆଉ ଦାୟିତ୍ୱ ଦେଇନାହାନ୍ତି। ବିଜେଡି ସଂଗଠନ ସମ୍ପାଦକ ପଦରୁ ବବି ହଟିବା ପରେ ସୁପ୍ରିମୋ ଆଉ ବବିଙ୍କୁ ଯାଜପୁର ଦାୟିତ୍ୱ ଦେଇନାହାନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ସପ୍ତାହକ ତଳେ ନବୀନ ଦଳର ବିଭିନ୍ନ ସଂଗଠନକୁ ଭାଙ୍ଗି ଦେଇଥିଲେ। ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ଲିଗାଲ ସେଲ ଆଦି ପ୍ରମୁଖ ସଂଗଠନଗୁଡ଼ିକ ମଧ୍ୟରେ ରହିଥିଲା ।

ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ଖୁବଶୀଘ୍ର ସାଂଗଠନିକ ନିର୍ବାଚନ ହେବ।ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବିଜେଡିର ସୁପ୍ରିମୋ ଭାବରେ ନବୀନ ପଟ୍ଟନାୟକ ରହିବେ ନା ସେ ଆଉ କାହାକୁ ଉତ୍ତରଦାୟିତ୍ୱ ଦେବେ। ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସବୁ ବର୍ଷ ନିର୍ଦ୍ଧାରିତ ସମୟରେ ଆମ ନିର୍ବାଚନ ହୁଏ। ଜିଲା ନିର୍ବାଚନ ଅଧିକାରୀଙ୍କ ନାମ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri