Posted inଜାତୀୟ

ଯମୁନା ନଦୀ ପାଣି ପିଇଲେ ମୁଖ୍ୟମନ୍ତ୍ରୀ: ଜାତୀୟ ରାଜନୀତି ସରଗରମ

ନୂଆଦିଲ୍ଲୀ,୩୦ା୧:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯମୁନା ନଦୀର ଜଳ ପ୍ରଦୂଷଣ ପାଇଁ ହରିୟାଣାର ଭାଜପା ସରକାରଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ଲୋକଙ୍କୁ ପାଣିରୁ ବଞ୍ଚତ୍ତ କରିବାଠାରୁ ବଡ଼ ପାପ ନାହିଁ। ଭାଜପା ଦିଲ୍ଲୀବାସୀଙ୍କୁ ତୃଷାର୍ତ୍ତ କରି ରଖିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ହରିୟାଣା ସରକାର ଯମୁନା ଜଳରେ ବିଷ ମିଶାଇ କଳୁଷିତ ରାଜନୀତି କରୁଛନ୍ତି। ଏହି ବିଷାକ୍ତ ପାଣିକୁ ବିଶୋଧନ କରାଯାଇପାରିବ ନାହିଁ। ଆପ୍‌ ପୁନର୍ବାର କ୍ଷମତାକୁ ଆସିଲେ ଆଉ ଏପରି ହେବାକୁ ଦିଆଯିବ ନାହିଁ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ସଭାରେ କହିଛନ୍ତି, ଆପ୍‌ଦା ଲୋକେ ନିର୍ବାଚନରେ ପରାଜୟ ଭୟରେ ମନଇଚ୍ଛା ଅଭିଯୋଗ ଆଣୁଛନ୍ତି। ସେମାନେ ଯେଉଁ ପାପ କରିଛନ୍ତି, ତାକୁ ହରିୟାଣା ଓ ଭାରତର ଲୋକେ କେବେ ଭୁଲିବେ ନାହିଁ। ହରିୟାଣା ସରକାର ପାଣିରେ ବିଷ ମିଶାଇଥିବେ କେହି ଭାବିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ବୁଧବାର ଯମୁନା ନଦୀକୁ ଯାଇ ଏହାର ପାଣି ପିଇଛନ୍ତି। ରାଜନୈତିକ ଫାଇଦା ଆଶାରେ କେଜ୍‌ରିଓ୍ବାଲ ଦେଇଥିବା ଦୁର୍ଭାଗ୍ୟଜନକ ମନ୍ତବ୍ୟ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। କେଜ୍‌ରିଓ୍ପାଲ ସାରା ଜୀବନ ମିଛ କହିଆସିଛନ୍ତି ବୋଲି ସେ ସମାଲୋଚନା କରିଛନ୍ତି।
ଇତିମଧ୍ୟରେ କେଜ୍‌ରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ ଭାଜପା ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରସ୍ଥ ହୋଇଥିଲା। ଇସି ତାଙ୍କୁ ବୁଧବାର ରାତି ୮ ସୁଦ୍ଧା ପ୍ରମାଣ ସମ୍ବଳିତ ଜବାବ ଦାଖଲ ପାଇଁ ପତ୍ର ଲେଖି ନିର୍ଦ୍ଦେଶ ଦେଇଥିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପୂର୍ବରୁ ଏହା ଉପରେ କେଜ୍‌ରିଓ୍ବାଲ ୧୪ ପୃଷ୍ଠାର ଏକ ଜବାବ ଦାଖଲ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଭାଜପା ଶାସିତ ରାଜ୍ୟ ହରିୟାଣାରୁ ଆସୁଥିବା ଯମୁନା ଜଳ ଏତେ ବିଷାକ୍ତ ହୋଇଯାଇଛି ଯେ, ତାହା ମଣିଷଙ୍କ ଦ୍ୱାରା ବ୍ୟବହାରଯୋଗ୍ୟ ନୁହେଁ। ଏହାକୁ ପିଇଲେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ସେ ସଫେଇ ଦେଇଛନ୍ତି। କେଜ୍‌ରିଓ୍ବାଲ ଆହୁରି କହିଛନ୍ତି, ଦିଲ୍ଲୀ ଜଳ ବୋର୍ଡ ସିଇଓଙ୍କଠାରୁ ହସ୍ତଗତ ପତ୍ର ଅନୁସାରେ ଯମୁନା ପାଣିରେ ଆମୋନିଆ ସ୍ତର ଅଧିକ ରହିଛି। ଏହାକୁ ପିଇଲେ ଲୋକଙ୍କ ସ୍ବାସ୍ଥ୍ୟହାନି ଘଟିପାରେ। ତେବେ ଦିଲ୍ଲୀବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସେ ଏପରି ମନ୍ତବ୍ୟ ଦେଇଥିବା କହିଛନ୍ତି। ଇତିମଧ୍ୟରେ ଭାଜପାର ଅଭିଯୋଗ କ୍ରମେ ସୋନିପଥର ଏକ କୋର୍ଟ କେଜ୍‌ରିଓ୍ବାଲଙ୍କୁ ସମନ କରିଛନ୍ତି। ଆସନ୍ତା ୧୭ରେ ହାଜର ହେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri