Posted inଜାତୀୟ

୩ ଥର ଭାଜପା ପ୍ରାର୍ଥୀଙ୍କ ପାଦ ଛୁଇଁଲେ ମୋଦି! ସେଠାରେ ଥିବା ନେତା ହୋଇଗଲେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କରାୱଲ ନଗର ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି କରିଥିଲେ। ଏହି ସମୟରେ ସେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ରାଲିରେ ଯୋଗଦେବା ପାଇଁ ଯେତେବେଳେ ମଞ୍ଚ ଉପରେ ପହଞ୍ଚିଥିଲେ, ସେତେବେଳେ ପାଟପଡଗଞ୍ଜ ଆସନରୁ ଭାଜପା ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗି ତାଙ୍କ ପାଦ ଛୁଇଁଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ତିନିଥର ରବିନ୍ଦ୍ର ନେଗିଙ୍କ ପାଦ ଛୁଇଁଲେ।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ପଚାରୁଛନ୍ତି ଯେ ରବିନ୍ଦ୍ର ସିଂ ନେଗି କିଏ, ଯାହାଙ୍କ ପାଦ ପ୍ରଧାନମନ୍ତ୍ରୀ ମୋଦି ତିନିଥର ସ୍ପର୍ଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି କରିବା ଦେଖି ସେଠାରେ ଉପସ୍ଥିତ ନେତାମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏପରିକି ଭାଜପା ପ୍ରାର୍ଥୀ ରବିନ୍ଦ୍ର ନେଗି ନିଜେ ଅସହଜ ହୋଇଗଲେ। ସତ କଥା ହେଉଛି କି ମୋଦି ତଳକୁ ୩ଥର ନଇଁଥିଲେ, ଯାହାକୁ ଦେଖିବା ପରେ ଲୋକେ ଭାବିଥିଲେ କି ମୋଦି ରବିନ୍ଦ୍ର ସିଂଙ୍କ ପାଦ ଛୁଇଁଛନ୍ତି। ରବିନ୍ଦ୍ର ସିଂ ନେଗି ହେଉଛନ୍ତି ସେହି ନେତା ଯିଏ ଗତ ନିର୍ବାଚନରେ ପାଟପଡଗଞ୍ଜ ଆସନରେ ମନୀଷ ସିସୋଡିଆଙ୍କୁ କଡ଼ା ଟକ୍କର ଦେଇଥିଲେ। ସିସୋଡିଆ ବହୁତ କଷ୍ଟରେ ଏହି ଆସନ ଜିତିପାରିଥିଲେ। ଏହି ନିର୍ବାଚନରେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଡିଆ ତାଙ୍କ ଆସନ ପରିବର୍ତ୍ତନ କରିଛନ୍ତି। ଏଥର ସେ ଜଙ୍ଗପୁରା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ଏବଂ ଏହି ଆସନ ପାଇଁ ଶିକ୍ଷାବିତ୍‌ ଅବଧ ଓଝାଙ୍କୁ ଟିକେଟ ଦିଆଯାଇଛି। ରବିନ୍ଦ୍ର ସିଂ ନେଗି ଅବଧ ଓଝାଙ୍କ ବିପକ୍ଷରେ ଜଣେ ଦୃଢ଼ ପ୍ରାର୍ଥୀ।

ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଦିଲ୍ଲୀର ଜନତା ଭାଜପାର ସଂକଳ୍ପ ଏବଂ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଏହି ସ୍ଥାନର ବିକାଶରେ ମୁଁ କୌଣସି ପ୍ରକାରର କସରତ ଛାଡ଼ିବି ନାହିଁ।

ଉତ୍ତରାଖଣ୍ଡର ମୂଳ ବାସିନ୍ଦା ରବିନ୍ଦ୍ର ସିଂ ନେଗି ବର୍ତ୍ତମାନ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ସଦସ୍ୟ। ସେ ବିନୋଦ ନଗର ୱାର୍ଡ-୧୯୮ର ଜଣେ କାଉନସିଲର। ବିନୋଦ ନଗର ୱାର୍ଡ ପାଟପଡଗଞ୍ଜ ବିଧାନସଭା ଆସନ ଅଧୀନରେ ପଡ଼ିଥାଏ। ରବିନ୍ଦ୍ର ନେଗି ପାଟପଡଗଞ୍ଜ ଅଞ୍ଚଳର ଏକ ପ୍ରସିଦ୍ଧ ନାମ। ସିସୋଡିଆଙ୍କୁ ଏତେ କଡ଼ା ଟକ୍କର ଦେଇ ସେ ଜାତୀୟ ସ୍ତରରେ ଚର୍ଚ୍ଚାରେ ଅଛନ୍ତି। ନେଗିଙ୍କର ଆରଏସଏସରେ ମଧ୍ୟ ଭଲ ପ୍ରଭାବ ଅଛି ଏବଂ ସେ ଏହି କ୍ଷେତ୍ରରେ ଭିସ୍ତାରକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri