Posted inଖେଳ

ହୀରା ଭଳି ଚମକୁଛନ୍ତି ବରୁଣ ଚକ୍ରବର୍ତ୍ତୀ, ୧୦ ଉଇକେଟ ନେଇ ରଚିଲେ ଇତିହାସ

ରାଜକୋଟ, ୨୮।୧- ଇଂଲଣ୍ଡ ବିପକ୍ଷ ସିରିଜରେ ଚମକୁଛନ୍ତି ଚମତ୍କାର ଫର୍ମରେ ଥିବା ଭାରତ ସ୍ପିନର ବରୁଣ ଚକ୍ରବର୍ତ୍ତୀ । ଏଠାରେ ଖେଳାଯାଇଥିବା ତୃତୀୟ ଟି୨୦ରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ଚକ୍ରବ୍ୟୁହରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଫସି ଯାଇଥିଲେ। ଫଳରେ ସେ ୪ ଓଭରରେ ମାତ୍ର ୨୪ ରନ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ। ଏହି ଖେଳାଳି ଟି୨୦ ସିରିଜରେ ମୋଟ ୧୦ ଉଇକେଟ ନେବା ପରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।

ବରୁଣ ଚକ୍ରବର୍ତ୍ତୀ ଇଂଲଣ୍ଡ ବିପକ୍ଷରେ ୩ ଟି୨୦ ମ୍ୟାଚ୍‌ ଖେଳି ୧୦ ଉଇକେଟ ନେଇଛନ୍ତି। କୋଲକାତା ଟି-୨୦ରେ ସେ ୨୩ ରନ ଦେଇ ୩ ଉଇକେଟ ନେଇଥିଲେ। ସେ ଚେନ୍ନାଇରେ ୨ ଉଇକେଟ ନେବାରେ ସଫଳ ହୋଇଥିଲେ ଏବଂ ଏବେ ରାଜକୋଟରେ ଏହି ଖେଳାଳି ୫ ଉଇକେଟ ନେଇ ୧୦ ଉଇକେଟ ପୂରଣ କରିଛନ୍ତି। ବରୁଣ ଚକ୍ରବର୍ତ୍ତୀ ପ୍ରଥମ ଭାରତୀୟ ଖେଳାଳି ଯିଏ ଦୁଇଟି ଟି-୨୦ ସିରିଜରେ ୧୦ କିମ୍ବା ତା’ଠାରୁ ଅଧିକ ଉଇକେଟ ନେବାର ସଫଳତା ହାସଲ କରିଛନ୍ତି।

ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ବରୁଣ ୧୨ ଉଇକେଟ ନେଇଥିଲେ। ଏବେ ସେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ୧୦ ଉଇକେଟ ନେଇଛନ୍ତି। ବରୁଣଙ୍କ ସ୍ପିନ ଜାଲରେ ବିପକ୍ଷ ବ୍ୟାଟ୍ସମ୍ୟାନମାନେ ଫସି ଯାଉଛନ୍ତି।

କହିରଖୁଛୁ, ତୃତୀୟ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ସ୍ପିନର ବରୁଣ ଚକ୍ରବର୍ତ୍ତୀ କ୍ୟାରିୟରରେ ଦ୍ୱିତୀୟ ଥରପାଇଁ ୫ ଉଇକେଟ ସଫଳତା ପାଇଥିଲେ। ସେ ୪ ଓଭରରେ ମାତ୍ର ୫ ଉଇକେଟ ଅକ୍ତିଆର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରତ୍ୟାବର୍ତ୍ତନ ମ୍ୟାଚରେ କିନ୍ତୁ ମହମ୍ମଦ ଶାମିଙ୍କୁ ଖାଲି ହାତରେ ରହିବାକୁ ପଡ଼ିଛି। ସେ ଭାରତ ପକ୍ଷରୁ ବୋଲିଂ ଓପନ କରି ୩ ଓଭରରେ ୨୫ ରନ ବ୍ୟୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri