୨୦୦ବର୍ଷ ପୁରୁଣା ନେକଲେସ, କାଞ୍ଚିପୂରମ ଶାଢୀ…ଟ୍ରମ୍ପଙ୍କ ସହ ଡିନର୍‌ ପାଇଁ ସଜେଇ ହେଲେ ନୀତା ଅମ୍ବାନୀ

ଓ୍ବାଶିଂଟନ୍‌,୨୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ସାରା ବିଶ୍ୱର ପ୍ରମୁଖ ନେତା ଏବଂ ପ୍ରସିଦ୍ଧ ବ୍ୟକ୍ତିମାନେ ୱାଶିଂଟନରେ ପହଞ୍ଚିଛନ୍ତି। ପୂର୍ବରୁ ଜାନୁଆରୀ ୧୯ରେ ଆମେରିକାରେ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ସମୟରେ ନୀତା ଅମ୍ବାନୀ ଏକ ବହୁତ ସୁନ୍ଦର ଶାଢ଼ି ପିନ୍ଧିଥିଲେ। ସେ ସବୁବେଳେ ତାଙ୍କର ପାରମ୍ପରିକ ଲୁକ ସହିତ ଲୋକଙ୍କ ହୃଦୟ ଜିତିଥାନ୍ତି; ଏଥର ମଧ୍ୟ ତାଙ୍କୁ କଳା ରଙ୍ଗର ଶାଢ଼ିରେ ଦେଖିବାକୁ ମିଳିଥିଲା।

ଏହି ସମୟରେ ନୀତା ଅମ୍ବାନୀ ତାଙ୍କ ଭାରତର ପାରମ୍ପରିକ କାଞ୍ଚିପୁରମ ସିଲ୍କ ଶାଢ଼ି ପିନ୍ଧିଥିଲେ। କାଞ୍ଚିପୁରମର ଭବ୍ୟ ମନ୍ଦିରଗୁଡ଼ିକର ଆଧ୍ୟାତ୍ମିକ ଏବଂ ଐତିହାସିକ ସାର ଦ୍ୱାରା ଅନୁପ୍ରାଣିତ ୧୦୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପାରମ୍ପରିକ ଢାଞ୍ଚା ପ୍ରଦର୍ଶନ କରିବା ପାଇଁ ଏହାକୁ ବ୍ୟାପକ ଗବେଷଣା ସହିତ ଡିଜାଇନ କରାଯାଇଥିଲା। ସେ ଏକ କଳା ରଙ୍ଗର ପଫଉଲ ସ୍ଳିଭ ବ୍ଲାଉଜ ଏବଂ ଅଳଙ୍କାର ମଧ୍ୟ ପିନ୍ଧିଥିଲେ। ଜାତୀୟ ପୁରସ୍କାର ବିଜେତା କାରିଗର ବି. କୃଷ୍ଣମୂର୍ତ୍ତିଙ୍କ ଦ୍ୱାରା ବୁଣାଯାଇଥିବା ଏହି ଶାଢ଼ିରେ ନୀତା ଅମ୍ବାନୀ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ମଖମଲ ବ୍ଲାଉଜ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ କରାଯାଇଛି।

ନୀତା ଅମ୍ବାନୀ ଏକ ସୁନ୍ଦର ୨୦୦ବର୍ଷ ପୁରୁଣା ପେଣ୍ଡାଣ୍ଟ ପିନ୍ଧିଥିଲେ। ଯାହା ଉପରେ ମାଣିକ, ହୀରା ଏବଂ ମୁକ୍ତାରେ ସଜାଯିବା ସହ ଶୁଆ ଚିତ୍ର ହୋଇଛି। ଲାଲ ଏବଂ ସବୁଜ ଏନାମେଲ ସହିତ କୁନ୍ଦନ କୌଶଳ ବ୍ୟବହାର କରି ତିଆରି ହୋଇଛି। ସେ ହାର ସହିତ ମେଳ ଖାଉଥିବା ଆଙ୍ଗୁଠି ମୁଦି ଏବଂ କାନଫୁଲ ମଧ୍ୟ ପିନ୍ଧିଥିଲେ। ଏହା ବ୍ୟତୀତ, ଅନେକ ଫଟୋରେ, ସେ ଏକ କଳା ରଙ୍ଗର କୋଟ ପିନ୍ଧିଥିଲେ ଯାହା ବହୁତ ସୁନ୍ଦର ଦେଖାଯାଉଥିଲା ଏବଂ ଏଥିରେ ପଶମ କାମ ଥିଲା।

ଏହା ସହିତ, ୱିଙ୍ଗ୍ଡ ଆଇଲାଇନର୍‌, ବ୍ଲଶ, ଆଇସାଡୋ, ନ୍ୟୁଡ ଲିପ ସେଡ ସହିତ ମେକଅପ ନେଇଛନ୍ତି। ଏବଂ ବନ ହେୟାରଷ୍ଟାଇଲ ସହିତ ଷ୍ଟାଇଲିସ ଲୁକ୍‌ ନେଇଛନ୍ତି। ଯେତେବେଳେ ମୁକେଶ ଅମ୍ବାନୀ ଏକ କଳା ବ୍ଲେଜର, ମ୍ୟାଚ କରୁଥିବା ଟ୍ରାଉଜର, ଧଳା ସାର୍ଟ ଏବଂ ଲାଲ ଟାଇ ପିନ୍ଧିଥିଲେ।

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟ୍ରମ୍ପଙ୍କ ନିକଟତମ ସମର୍ଥକ ଏଲନ ମସ୍କ, ଆପଲ ସିଇଓ ଟିମ କୁକ, ଫେସବୁକ ସିଇଓ ମାର୍କ ଜୁକରବର୍ଗ ଏବଂ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇପାରନ୍ତି। ଶପଥ ଗ୍ରହଣ ଉତ୍ସବ ରାତି ୧୦:୩୦ ରେ ଆରମ୍ଭ ହେବ। ଯେଉଁଥିରେ ସାରା ବିଶ୍ୱରୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ଅଂଶଗ୍ରହଣ କରିବାକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri