Posted inଜାତୀୟ

ଭାରତରେ କେତେକ ଫିଚର୍ସ ପ୍ରତ୍ୟାହାର କରିପାରେ ମେଟା

ନୂଆଦିଲ୍ଲୀ,୧୬ା୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟାକୁ ଭାରତରେ ଏହାର କେତେକ ଫିଚର୍ସ ପ୍ରତ୍ୟାହାର କରିବାକୁ ପଡ଼ିପାରେ। ଭାରତ ସରକାରଙ୍କ ଏକ ଆଣ୍ଟିଟ୍ରଷ୍ଟ୍‌ ଡିରେକ୍ଟିଭ୍‌ ଅନୁଯାୟୀ ହ୍ବାଟ୍ସଆପ୍‌ ମେସେଜିଂ ସର୍ଭିସ୍‌କୁ ପ୍ୟାରେଣ୍ଟ କମ୍ପାନୀ ମେଟା ସହ ବିଜ୍ଞାପନ ଉଦ୍ଦେଶ୍ୟରେ ୟୁଜରଙ୍କ ଡେଟା ଶେୟାର କରିବା
ଉପରେ ନିଷିଦ୍ଧ ଘୋଷଣା କରାଯାଇଛି। ଏହାକୁ ନେଇ କ୍ଷୁବ୍ଧ ମେଟା ଉପରୋକ୍ତ ନିଷ୍ପତ୍ତି ନେଇଥିବା ଏକ କୋର୍ଟ ଫାଇଲିଂରେ ଜଣାଇଛି।
୨୦୨୪ ନଭେମ୍ବରରେ କମ୍ପିଟିଶନ୍‌ କମିଶନ୍‌ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ମେଟା ନିଜ ଆଧିପତ୍ୟର ଦୁରୁପଯୋଗ କରି ହ୍ବାଟ୍ସଆପ୍‌ ୟୁଜର୍ସଙ୍କୁ ୨୦୨୧ର ଏକ ପ୍ରିଭେସି ପଲିସି ଆପଣାଇବାକୁ ବାଧ୍ୟ କରିଥିଲା, ଯହିଁରେ ବ୍ୟବହାରକାରୀମାନଙ୍କ ଡେଟା ସଂଗ୍ରହ, ଶେୟାରିଂକୁ ବ୍ୟାପକ କରାଯାଇଥିଲା।

ଏଥିଯୋଗୁ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ତୁଳନାରେ ମେଟା ଅଧିକ ଲାଭବାନ ହୋଇଥିଲା। ସିସିଆଇ ଏଥିପାଇଁ ମେଟା ଉପରେ ୨୪.୫ ନିୟୁତ ଡଲାର ଜରିମାନା ଆଦେଶ ଦେବା ସହ ଭାରତରେ ଏହାର ଡେଟା ଶେୟାରିଂ ଉପରେ ୫ ବର୍ଷ କଟକଣା ଜାରି କରିଥିଲା। ଭାରତ ହେଉଛି ବିଶ୍ୱରେ ମେଟାର ସବୁଠୁ ବଡ଼ ବଜାର, ଯେଉଁଠି ଏହାର ୩୫୦ ନିୟୁତରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ୟୁଜର ରହିଛନ୍ତି। ସେହିପରି ୫୦୦ ନିୟୁତରୁ ଅଧିକ ଭାରତୀୟ ହ୍ବାଟ୍ସଆପ୍‌ ବ୍ୟବହାର କରିଥାନ୍ତି। ମେଟା ପଲିସିରେ ଏଭଳି ପରିବର୍ତ୍ତନକୁ ବିରୋଧ କରି ସିସିଆଇ ନିର୍ଦ୍ଦେଶନାମା ସହ ଅସହମତି ପ୍ରକାଶ କରିଥିଲା। ଏପରି କି ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କମ୍ପାନୀର କହିବା ହେଲା, ହ୍ବାଟ୍ସଆପ୍‌ ଉପରେ ହ୍ବାଟ୍ସଆପ୍‌-ରୁ-ମେଟା ୟୁଜର ଡେଟା ଶେୟାରିଂ ଉପରେ ଜାରି କଟକଣା ୟୁଜରମାନଙ୍କୁ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ପର୍ସନାଲାଇଜ୍‌ଡ ଆଡ୍ସ ଅଫର କରିବା ନେଇ ସାମର୍ଥ୍ୟକୁ ହ୍ରାସ କରିବ। ଗତ ୩ ତାରିଖରେ ପ୍ରାୟ ୨,୦୦୦ ପୃଷ୍ଠା ସମ୍ବଳିତ ଏକ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିବା ଆବେଦନରେ ମେଟା ପକ୍ଷରୁ ଏଭଳି ଯୁକ୍ତି ଦର୍ଶାଯାଇଥିବା ରଏଟର୍ସ ରିପୋର୍ଟ କରିଛି।

ହ୍ବାଟ୍ସଆପ୍‌ କହିଛି, ଏହି ମେସେଜିଂ ଆପ୍‌ ମେଟା ସହ ୟୁଜର୍ସଙ୍କ ଫୋନ୍‌ ନମ୍ବର, କାରବାର ସମ୍ପର୍କିତ ତଥ୍ୟ, ବ୍ୟବସାୟିକ ସଂସ୍ଥାଗୁଡ଼ିକ ସହ ଭାବର ଆଦାନପ୍ରଦାନ ଏବଂ ମୋବାଇଲ୍‌ ଡିଭାଇସ୍‌ ଇନ୍‌ଫର୍ମେଶନ୍‌ ଶେୟାର କରିଥାଏ। ସେହିପରି ସିସିଆଇର ରୁଲିଂ ଯୋଗୁ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ମେଟା ପ୍ରଥମ ଥର ପାଇଁ ବିସ୍ତୃତ ଭାବେ ଉକ୍ତ ଫାଇଲିଂରେ ଉଲ୍ଲେଖ କରିଛି। ଏଥିରେ ମେଟା କହିଛି ଯେ, ପୂର୍ବରୁ ଜଣେ ହ୍ବାଟ୍ସଆପ୍‌ ୟୁଜରଙ୍କ ଯୋଗାଯୋଗକୁ ଭିତ୍ତିକରି ଏକ ନିର୍ଦ୍ଦିଷ୍ଟ ପୋଷାକ ସମ୍ପର୍କିତ ଆଡ୍‌କୁ ପର୍ସନାଲାଇଜ୍‌ଡ କରାଯାଇପାରୁଥିଲା। ଡେଟା ଶେୟାରିଂ ବ୍ୟାନ୍‌ ଯୋଗୁ ଭାରତୀୟ ଫ୍ୟାଶନ୍‌ ବ୍ୟବସାୟ ଫେସ୍‌ବୁକ୍‌ କିମ୍ବା ଇନ୍‌ଷ୍ଟାଗ୍ରାମ୍‌ରେ ବିଜ୍ଞାପନଗୁଡ଼ିକୁ ନିଜ ସୁବିଧା ଅନୁସାରେ ପର୍ସନାଲାଇଜ୍‌ଡ କରିପାରିବ ନାହିଁ। ତେଣୁ ମେଟାକୁ ଭାରତରେ ଏହାର ଅନେକ ଫିଚର୍ସ ଓ ପ୍ରଡକ୍ଟକୁ ପ୍ରତ୍ୟାହାର କରିବାକୁ ପଡ଼ିପାରେ ବୋଲି କମ୍ପାନୀ କହିଛି। ଏହାର ପ୍ରଭାବରେ ଉଭୟ ୟୁଜର୍ସ ଓ କମ୍ପାନୀର କ୍ଷତି ହୋଇପାରେ ବୋଲି ମନେକରାଯାଉଛି। ସେହିପରି ସିସିଆଇ ଏଭଳି ନିର୍ଦ୍ଦେଶ ଦେବା ପୂର୍ବରୁ ମେଟା ଓ ହ୍ବାଟ୍ସଆପ୍‌ ସହ ପରାମର୍ଶ କରିବା ଉଚିତ ଥିଲା, ଯାହାକି କରାଯାଇ ନାହିଁ ବୋଲି ଦର୍ଶାଇବା ସହିତ କମ୍ପାନୀ ସିସିଆଇର କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫେସ୍‌ବୁକ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ସର୍ଭିସେସ୍‌ ୨୦୨୩-୨୪ରେ ଭାରତରୁ ୩୫୧ ନିୟୁତ ଡଲାର ରାଜସ୍ବ ଲାଭ କରିଥିଲା, ଯାହାକି ଗତ ୫ ବର୍ଷରେ ସର୍ବାଧିକ। ମେଟାର ଅପିଲ୍‌ ଉପରେ ଟ୍ରିବ୍ୟୁନାଲ ଗୁରୁବାର ଶୁଣାଣି କରିବେ। ଏହି ମାମଲାର ଫଇସଲା ଅନେକ ସପ୍ତାହ କିମ୍ବା ମାସ ଲାଗିପାରେ। କିନ୍ତୁ ସେତେବେଳ ଯାଏ ଟ୍ରିବ୍ୟୁନାଲ ସିସିଆଇ ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ଜାରି କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri