Posted inଜାତୀୟ

ସମାନ ସୁଯୋଗ ପାଇଁ ନିର୍ବାଚନ କୋଡ୍‌ ଜରୁରୀ: ଇସି

ନୂଆଦିଲ୍ଲୀ,୧୩।୧(ପି.ଟି.): ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଯୋଗୁ ବାରମ୍ବାର ଆଦର୍ଶ ଆଚରଣବିଧି ଲାଗୁ କରାଯାଉଛି, ଯେଉଁଥିପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହେଉଛି। କେନ୍ଦ୍ର ସରକାର ଏକସଙ୍ଗେ ଲୋକ ସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଉଦ୍ୟମ ଚଳାଇବାର ଏହା ଏକ ମୁଖ୍ୟ କାରଣ। ତେବେ ନିର୍ବାଚନରେ ସମସ୍ତଙ୍କୁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଆଚରଣ ବିଧି ଅତ୍ୟନ୍ତ ଜରୁରୀ ବୋଲି ନିର୍ବାଚନ କମିଶନ (ଇସି) କହିଛନ୍ତି।
ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ କରାଇବା ପାଇଁ ସରକାର ଆଣିଥିବା ବିଲ୍‌ ଅନୁଯାୟୀ, ବିଭିନ୍ନ କାରଣରୁ ଏକସଙ୍ଗେ ନିର୍ବାଚନ କରାଇବା ଅତ୍ୟନ୍ତ ଆବଶ୍ୟକ। ସେଥିରୁ ଅନ୍ୟତମ କାରଣ ହେଲା ଅତ୍ୟଧିକ ବ୍ୟୟ ଏବଂ ସମୟ ବରବାଦ। ଏକସଙ୍ଗେ ନିବାଚନ କାର୍ଯ୍ୟକାରୀ କରାଇବା ପାଇଁ ଅଣାଯାଇଥିବା ସମ୍ବିଧାନ ସଂଶୋଧନ ବିଲ୍‌ରେ କୁହାଯାଇଛି, ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକରେ ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗୁ ହେଉଥିବାରୁ ସମ୍ପୂର୍ଣ୍ଣ ବିକାଶମୂଳକ କାର୍ଯ୍ୟକ୍ରମ ସ୍ଥଗିତ ରହିଯିବା ସହ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ବାରମ୍ବାର ଆଚରଣ ବିଧି ଲାଗୁ ହେବା ଦ୍ୱାରା ସେବା କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି ଏବଂ ମାନବ ସମ୍ବଳକୁ ମୁଖ୍ୟ କାର୍ଯ୍ୟଧାରାରୁ ନେଇ ଦୀର୍ଘଦିନ ପାଇଁ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏକସଙ୍ଗେ ନିର୍ବାଚନ ସମ୍ପର୍କରେ ନ୍ୟାୟିକ କମିଶନ ୨୦୨୩ ମାର୍ଚ୍ଚରେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ନିର୍ବାଚନ କମିଶନ କହିଥିଲେ, ଆଦର୍ଶ ଆଚରଣ ବିଧି ଲାଗୁ ନିର୍ବାଚନର ବାରମ୍ବାରତା ଉପରେ ନିର୍ଭର କରୁଛି। ନିର୍ବାଚନ ସହ ଜଡ଼ିତ ସମସ୍ତେ ଯେପରି ଆଚରଣ ବିଧିକୁ ସ୍ବେଚ୍ଛାକୃତ ଭାବେ ପାଳନ କରିବେ, ସେଥିପାଇଁ ଇସି ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ କରିଥାନ୍ତି। ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ଏବଂ ବିଶ୍ୱସନୀୟ ଫଳାଫଳ ଲାଗି ଏହା ଅପରିହାର୍ଯ୍ୟ। ନ୍ୟାୟିକ କମିଶନଙ୍କୁ ଇସି ଦେଇଥିବା ମତାମତକୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌ର ଯାଞ୍ଚ କରୁଥିବା ଯୁଗ୍ମ ସଂସଦୀୟ କମିଟିର ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

IGIରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ, ମାଡ଼ ମାରି….

ନୂଆଦିଲ୍ଲୀ,୨୦ା୧୨: ପୁଣି ଏୟାରଲାଇନ୍ସ ନାଁରେ ଏକ ଅଭିଯୋଗ ସାମ୍ନାକୁ ଆସିଛି । ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri