ସୁନା କ୍ରୟରେ ଭାରତ ଦ୍ୱିତୀୟ

ଭୁବନେଶ୍ୱର,୯ା୧(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୭୩ ଟନ୍‌ ସୁନା କିଣିଛି। କେବଳ ନଭେମ୍ବରରେ ଆର୍‌ବିଆଇ ୮ ଟନ ସୁନା କିଣିଥିବା ସୂଚନା ରହିଛି। ୨୦୨୪ ଶେଷ ସୁଦ୍ଧା ଆର୍‌ବିଆଇର ମୋଟ ସୁନା ପରିମାଣ ୮୭୬ ଟନ୍‌କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ନଭେମ୍ବରରେ ଭାରତ ସୁନା କ୍ରୟ କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ନ୍ୟାଶନାଲ ବ୍ୟାଙ୍କ ଅଫ୍‌ ପୋଲାଣ୍ଡ (ଏନ୍‌ବିପି) ବିଶ୍ୱରେ ସୁନା ଭଣ୍ଡାର କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି। ଓ୍ବାଲର୍‌ଡ ଗୋଲ୍ଡ କାଉନସିଲ ଅନୁଯାୟୀ, ଏନ୍‌ବିପି ନଭେମ୍ବରରେ ୨୧ ଟନ୍‌ ସୁନା କିଣିଛି, ଯାହା ପରେ ଜାନୁଆରୀରୁ ନଭେମ୍ବର ମଧ୍ୟରେ ଏହାର ମୋଟ ସୁନା କ୍ରୟ ୯୦ ଟନ୍‌ ହୋଇଯାଇଛି। ଏହାର ସମୁଦାୟ ସୁନା ସଂରକ୍ଷଣ ୪୪୮ ଟନ୍‌ରେ ରହିବ, ଯାହାକି ଏହାର ସମୁଦାୟ ଭଣ୍ଡାରର ୧୮ ପ୍ରତିଶତ । ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା ୬ ମାସ ପରେ ସୁନା କ୍ରୟ ଆରମ୍ଭ କରିଛି ଏବଂ ଏହାର ଭଣ୍ଡାରରେ ୬ ଟନ୍‌ ଯୋଡ଼ିଛି। ନଭେମ୍ବର ପର୍ଯ୍ୟନ୍ତ ଏହା ସମୁଦାୟ ୩୪ ଟନ୍‌ ସୁନା କିଣିଛି। ଏହା ପରେ ଏହାର ମୋଟ ସୁନା ସଂରକ୍ଷଣ ୨୨୬୪ ଟନ୍‌କୁ ବୃଦ୍ଧି ପାଇଛି ଏବଂ ଏହା ଚାଇନାର ମୋଟ ସଂରକ୍ଷଣର ୫ ପ୍ରତିଶତ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଉଜ୍‌ବେକିସ୍ତାନ ମଧ୍ୟ ୩ ମାସ ପରେ ସୁନା କିଣିଛି ଏବଂ ଏହା ଅଧୀନରେ ନଭେମ୍ବର ୨୦୨୪ ରେ ୯ ଟନ୍‌ ସୁନା କିଣିଛି। ଏହିପରି ନଭେମ୍ବର ୨୦୨୪ ସୁଦ୍ଧା ଏହାର ମୋଟ ସୁନା କ୍ରୟ ୧୧ ଟନ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଏବଂ ଏହାର ମୋଟ ସୁନା ସଂରକ୍ଷଣ ପରିମାଣ ୩୮୨ ଟନ୍‌ରେ ପହଞ୍ଚତ୍ଛି। ନ୍ୟାଶନାଲ ବ୍ୟାଙ୍କ ଅଫ୍‌ କାଜାଖସ୍ତାନ ନଭେମ୍ବରରେ ୫ ଟନ୍‌ ସୁନା କିଣିଛି ଏବଂ ଏହା ପରେ ଏହି ଦେଶର ମୋଟ ସୁନା ସଂରକ୍ଷଣ ୨୯୫ ଟନ୍‌କୁ ବୃଦ୍ଧି ପାଇଛି। ସେହିପରି ତୁର୍କୀର ସେଣ୍ଟ୍ରାଲ ବ୍ୟାଙ୍କ ୩ ଟନ୍‌ ସୁନା ଏବଂ ଚେକ୍‌ ନ୍ୟାଶନାଲ ବ୍ୟାଙ୍କ (ଚେକ୍‌ ରିପବ୍ଲିକ୍‌ର କେନ୍ଦ୍ରୀୟ ବ୍ୟାଙ୍କ) ୨ ଟନ ସୁନା କିଣିଛି। ନଭେମ୍ବରରେ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣ ସୁନା ବିକ୍ରିକରି ଏହାର ସୁନା ଭଣ୍ଡାରକୁ ୫ ଟନ୍‌ ହ୍ରାସ କରିଛି। ନଭେମ୍ବର ୨୦୨୪ ସୁଦ୍ଧା ଏହି ଦେଶ ସମୁଦାୟ ୭ ଟନ୍‌ ସୁନା ବିକ୍ରି କରିଛି ଏବଂ ସେମାନଙ୍କର ମୋଟ ସୁନାଭଣ୍ଡାର ୨୨୩ ଟନ୍‌କୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri