Posted inଜାତୀୟ

ମିଜୋରାମରେ ଜନ୍ମହେଲା ଭାରତର ପ୍ରଥମ ‘ଜେନେରେଶନ ବେଟା’ ଶିଶୁ: ଜାଣନ୍ତୁ ଏହା କ’ଣ

ଆଇଜୋଲ, ୬।୧:ଗତ ୧ ତାରିଖ ମଧ୍ୟରାତ୍ର ୧୨.୦୩ ସମୟରେ ଭାରତର ପ୍ରଥମ ‘ଜେନେରେଶନ ବେଟା’ ଶିଶୁ ଜନ୍ମ ହୋଇଛି। ମିଜୋରାମର ରାଜଧାନୀ ଆଇଜୋଲର ଡର୍ଟଲାଙ୍ଗସ୍ଥିତ ସିନୋଡ ହସ୍ପିଟାଲରେ ଜନ୍ମ ହୋଇଥିବା ଏହି ଶିଶୁର ନାମ ଫ୍ରେକି ରଖାଯାଇଛି। ଜନ୍ମ ହେବା ସମୟରେ ଫ୍ରେକିର ଓଜନ ୩.୧୨ କେ.ଜି. ରହିଥିବାବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ହସ୍ପିଟାଲର ନର୍ସ ଲାଲ୍‌ଛୁଆନାଓମୀ କହିଛନ୍ତି। ଫ୍ରେକିଙ୍କ ପରିବାର ଆଇଜୋଲର ଖଟ୍‌ଲା ଇଷ୍ଟ ଅଞ୍ଚଳରେ ରୁହନ୍ତି। ମା’ ରାମଜିରମାଓ୍ବି ଏବଂ ବାପା ରେମରୁଅତ୍ସଙ୍ଗା ଜେଡଙ୍ଗ୍‌ଙ୍କର ଫ୍ରେକି ହେଉଛନ୍ତି ପ୍ରଥମ ପୁତ୍ର ସନ୍ତାନ। ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି। ଫ୍ରେକି ‘ଜେନେରେଶନ ବେଟା’ରେ ଭାରତର ପ୍ରଥମ ଶିଶୁ ଭାବେ ଜନ୍ମ ହୋଇଥିବା ଜାଣି ଉଭୟ ରାମଜିରମାଓ୍ବି ଏବଂ ରେମରୁଅତ୍ସଙ୍ଗାଙ୍କର ଖୁସି ଦ୍ୱିଗୁଣିତ ହୋଇଛି। ପ୍ରକାଶ ଯେ, ଜେନେରେଶନ ବେଟା’ ହେଉଛି ୨୦୨୫ରୁ ୨୦୩୯ ମଧ୍ୟରେ ଜନ୍ମ ହେବାକୁ ଥିବା ଶିଶୁଙ୍କ ପିଢ଼ି। ଏହି ପିଢ଼ିରେ ଜନ୍ମିତ ଶିଶୁମାନେ ବୈଷୟିକ ଦୃଷ୍ଟିରୁ ସକ୍ଷମ ହେବା ସହ ସେମାନଙ୍କ ଜୀବନ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ବିଶେଷ ପ୍ରଭାବିତ ହେବ। ୨୦୧୦ରୁ ୨୦୨୪ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଶିଶୁଙ୍କୁ ‘ଜେନେରେଶନ ଆଲ୍‌ଫା’ କୁହାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri