ପୁଣି ଆଳୁ ଦେଲା ଟେନଶନ୍‌, କିଲୋ ପିଛା ୧୦ଟଙ୍କା ବଢିଲା

ଭୁବନେଶ୍ୱର, ୬।୧: ବଜାରରେ ପୁଣି ବଢିଛି ଆଳୁ ଦର। ମଝିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଆଳୁ ଅଟକାଇ ଦେଇଥିବାରୁ ଆଳୁ ଦର ୫୦ ଟଙ୍କା ଯାଏ ବଢିଥିଲା। ହେଲେ ଗତକାଲି ଠାରୁ ହଠାତ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହୋଇଛି। ତେଣୁ ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି ଆଳୁ। ଆଳୁ ଦର ବୃଦ୍ଧି ପାଇବାରୁ ସିଧାସଳଖ ଖାଉଟିଙ୍କ ରୋଷେଇ ଘରେ ପ୍ରଭାବ ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ଆଳୁ ସମସ୍ୟା ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ରୋକଠୋକ ଜବାବ ଦେଇଥିଲେ ଯେ, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି। ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହାଲେ ରଖିବୁ। ଆମେ ୟୁପିରୁ ଆଳୁ ଆମଦାନୀ କରିବୁ। ତେବେ ଓଡ଼ିଶାରେ ଏବେ ଆଳୁ ସଙ୍କଟ ନାହିଁ, ସେ ୩୦ ଟଙ୍କାରେ ଆଳୁ କିଣିଥିବା କହିଥିଲେ।

ଆହୁରି ୧୦ଟଙ୍କା ବଢିଛି ଆଳୁଦର। ଗୋଟିଏ ପ୍ୟାକେଟ ପିଛା ୪ଶହ ଟଙ୍କା ଦର ବଢ଼ିଛି । ୪ଦିନ ପୂର୍ବରୁ ଯେଉଁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିଲା ବର୍ତ୍ତମାନ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ପରିବା ଏବଂ ଖୁଚୁରା ବେପାରୀ ଆଳୁ କେଜି ୩୦ଟଙ୍କାରେ ବିକ୍ରି କରୁଥିଲେ; କିନ୍ତୁ ପ୍ୟାକେଟ ପିଛା ୪ଶହ ଟଙ୍କା ବଢ଼ିବା ଦ୍ବାରା ବର୍ତ୍ତମାନ ପରିବା ବ୍ୟବସାୟୀ ଏବଂ ଖୁଚୁରା ବେପାରୀ ଆଳୁ କେଜି ୪୦ ଟଙ୍କା ଏବଂ ଗଳିକନ୍ଦିରେ କେହି କେହି ୪୫ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି।

ବର୍ତ୍ତମାନ ଓଡ଼ିଶାକୁ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ଆସୁଛି। ରବିବାର ଭୁବନେଶ୍ୱରକୁ ଉତ୍ତର ପ୍ରଦେଶରୁ ୭ଟି ଟ୍ରକ ଆଳୁ ଆସିଥିବାବେଳେ ପଶ୍ଚିମବଙ୍ଗରୁ ୧୮ ୧୮ ଟ୍ରକ ଆଳୁ ଆସିଛି। ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୪ ଟଙ୍କା ପଡୁଛି; କିନ୍ତୁ ଉତ୍ତର ପ୍ରଦେଶରୁ ଆଳୁ ପର୍ଯ୍ୟାପ୍ତ ମାତ୍ରାରେ ନ ଆସିବା ଏବଂ ଲୋକ ଉତ୍ତର ପ୍ରଦେଶ ଆଳୁ ଖାଇବାକୁ ପସନ୍ଦ କରୁନଥିବାରୁ ବିକ୍ରି କମ ରହୁଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ଆଳୁ କେଜି ୧୮ରୁ ୧୯ ଟଙ୍କା ରହିଛି। ଓଡ଼ିଆ ବ୍ୟବସାୟୀ ଅଧିକ ଆଳୁ ଆଣୁଥିବାରୁ ସେମାନଙ୍କୁ ଆହୁରି କମ ଦାମ ପଡୁଛି । ପୂର୍ବରୁ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ୧ଟଙ୍କା ୫୦ପଇସା ପରିବହନ ଖର୍ଚ୍ଚ ପଡୁଥିଲା। ହେଲେ ବର୍ତ୍ତମାନ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୫ଟଙ୍କା ଖର୍ଚ ପଡୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri