Posted inଜାତୀୟ

୨୦୫୦ ସୁଦ୍ଧା ଖାଉଟି ସାମଗ୍ରୀ ଦର ୩ ଗୁଣା ବଢ଼ିବ

ନୂଆଦିଲ୍ଲୀ,୫।୧(ପି.ଟି.): ଜଳବାୟୁ ପରିବର୍ତ୍ତନର ବହୁଳ ପ୍ରଭାବ ଖାଉଟି ବଜାର ଉପରେ ପଡ଼ିବାକୁ ଯାଉଛି। ମହତ୍ତ୍ୱାକାଂକ୍ଷୀ ଜଳବାୟୁ ନୀତି ସତ୍ତ୍ୱେ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ୨୦୫୦ ସୁଦ୍ଧା ଖାଉଟି ଖାଦ୍ୟସାମଗ୍ରୀ ମୂଲ୍ୟ ୨.୪୫ ଗୁଣ ବଢ଼ିବାକୁ ଥିବାବେଳେ ଉତ୍ପାଦନ ଖର୍ଚ୍ଚ ୩.୩ ଗୁଣା ହେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।
ନିମ୍ନ ଆୟକାରୀ ଦେଶଗୁଡ଼ିକରେ ଖାଉଟି ମୂଲ୍ୟ ବୃଦ୍ଧି ଚାଷୀମାନଙ୍କ ପାଇଁ କମ୍‌ ଜଣାପଡ଼ୁଥିଲେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର ଲୋକଙ୍କୁ ପର୍ଯ୍ୟାପ୍ତ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡ଼ିବ ବୋଲି ଜର୍ମାନୀର ପଟ୍ସଡାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କ୍ଲାଇମେଟ୍‌ ଇମ୍ପାକ୍ଟ ରିସର୍ଚ୍ଚ (ପିଆଇକେ)ର ଗବେଷକମାନେ କହିଛନ୍ତି। ଆମେରିକା କିମ୍ବା ଜର୍ମାନୀ ଭଳି ଉଚ୍ଚ ଆୟକାରୀ ଦେଶରେ ଚାଷୀମାନେ ଖାଦ୍ୟ ପାଇଁ ଏକ-ଚତୁର୍ଥାଂଶରୁ କମ୍‌ ଖର୍ଚ୍ଚ କରିଥାନ୍ତି, ଯେତେବେଳେ କି ସବ୍‌-ସାହାରାନ୍‌ ଆଫ୍ରିକାରେ ଏହି ଖର୍ଚ୍ଚ ପରିମାଣ ୭୦ ପ୍ରତିଶତରୁ ଅଧିକ। ସେଠାରେ କୃଷି ଖର୍ଚ୍ଚ ଖାଦ୍ୟ ମୂଲ୍ୟର ଏକ ବଡ଼ ଭାଗ ବୋଲି ପିଆଇକେ ବୈଜ୍ଞାନିକ ଡାଭିଡ୍‌ ମେଙ୍ଗ-ଚୁଏନ୍‌ ଚେନ୍‌ କହିଛନ୍ତି। ଏହି ଅଧ୍ୟୟନ ନେଚର ଫୁଡ୍‌ ପତ୍ରିକାରେ ପ୍ରକାଶ ପାଇଛି।
ଗବେଷକମାନେ ପରିସଂଖ୍ୟାନ ଏବଂ ପ୍ରକ୍ରିୟାଭିତ୍ତିକ ମଡେଲ ବ୍ୟବହାର କରି ୧୩୬ ଦେଶ ଓ ୧୧ ଖାଦ୍ୟ ଗ୍ରୁପ୍‌ରୁ ଖାଦ୍ୟ ମୂଲ୍ୟ ଆକଳନ କରିଥିଲେ। ସମ୍ପୂର୍ଣ୍ଣ ଖାଦ୍ୟ ମୂଲ୍ୟ ଶୃଙ୍ଖଳକୁ ବିଶ୍ଳେଷଣ ପରେ ଉପଭୋକ୍ତାଙ୍କ ଉପରେ ସବୁଜ ଗୃହ ବାଷ୍ପ ପ୍ରଭାବ ହ୍ରାସ ଲକ୍ଷ୍ୟରେ କିଭଳି ନୀତି ଆପଣାଯିବା ଆବଶ୍ୟକ, ତାହା ଗବେଷକମାନେ ଜାଣିବାକୁ ପାଇଥିଲେ। କୃଷି ଉପରେ ଉତ୍ସର୍ଜନର ପ୍ରଭାବ କମାଇବା ଲକ୍ଷ୍ୟରେ ଜଳବାୟୁ ନୀତି ପ୍ରସ୍ତୁତ ହେଉଥିବାବେଳେ ଖାଦ୍ୟ ମୂଲ୍ୟବୃଦ୍ଧିକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ଜଳବାୟୁ ନୀତି ଗରିବ ଗ୍ରାହକଙ୍କ ଉପରେ ଭିନ୍ନ ପ୍ରଭାବ ପକାଉଥିବା ଗବେଷକ କହିଛନ୍ତି। କ୍ଲାଇମେଟ୍‌ ପଲିସି ସହ ଧନୀ ରାଷ୍ଟ୍ରଗୁଡ଼ିକରେ ଖାଉଟି ଖାଦ୍ୟ ଦର ୨୦୫୦ ସୁଦ୍ଧା ୧.୨୫ ଗୁଣ ବଢ଼ିବାକୁ ଥିବାବେଳେ ଉତ୍ପାଦକ ମୂଲ୍ୟ ୨.୭୩ ଗୁଣ ବଢ଼ିବ ବୋଲି ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri