‘ଜିନ୍ନତ’କୁ ଓଡ଼ିଶା ଫେରାଇ ଆଣିବାକୁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୩।୧: ଓଡ଼ିଶା ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ଓ ପରେ ପଶ୍ଚିମବଙ୍ଗ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଶିମିଳିପାଳ ଫେରିଛି। ଯମୁନା ରହୁଥିବା ଏନ୍‌କ୍ଲୋଜର ମଧ୍ୟରେ ବନ ବିଭାଗ କର୍ମଚାରୀମାନେ ତାକୁ ଛାଡ଼ିଛନ୍ତି। ଦ୍ୱିତୀୟ ଥର ଶିମିଳିପାଳରେ ପହଞ୍ଚତ୍ବା ପରେ ସେ ସୁସ୍ଥ ଓ ସକ୍ରିୟ ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି। ତେବେ ଏନ୍‌କ୍ଲୋଜରରେ ରଖାଯିବା ପରେ ଜିନ୍ନତର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝାଙ୍କ ସମେତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀମାନେ ସମୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ତେବେ ଜିନ୍ନତକୁ ଓଡ଼ିଶା ଫେରାଇଆଣିବା ପାଇଁ ବନ ବିଭାଗ ପକ୍ଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିପାଇଁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପଶ୍ଚିମବଙ୍ଗ ସରକାର ସବୁଠାରୁ ଅଧିକ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଓଡ଼ିଶା ସରକାର ପ୍ରାୟ ୨୦ ଲକ୍ଷ ଓ ଝାଡ଼ଖଣ୍ଡ ସରକାର ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ରାତ୍ରି ପାଟ୍ରୋଲିଂ, ଟ୍ରାଙ୍କୁଲାଇଜ ସମୟରେ ବ୍ୟବହୃତ ଲାଇଟ, ଟ୍ରାଙ୍କୁଲାଇଜ ସ୍ଥଳରୁ ଚିଡ଼ିଆଖାନାକୁ ପରିବହନ, ଜାଲ କିଣିବା, କର୍ମଚାରୀଙ୍କୁ ଖାଦ୍ୟ ପାନୀୟ ବାବଦ, ତିନୋଟି ଆର୍ଥ ମୁଭର୍‌ ମେଶିନ ବ୍ୟବହାର ବାବଦରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ୨୨ଦିନ ଧରି ବୁଲୁଥିବା ବାଘୁଣୀ ଜିନ୍ନତକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିଥିଲା।

ଡିସେମ୍ବର ୩୦ ଅପରାହ୍ନରେ ୧୩୫ କିଗ୍ରା ଓଜନର ବାଘୁଣୀ ଜିନ୍ନତକୁ ଆଲିପୁର ଚିଡ଼ିଆଖାନାକୁ ନିଆଯାଇଥିଲା। ସେଠାରେ ସ୍ବାସ୍ଥ୍ୟ ଚିକିତ୍ସା ପରେ ଜିନ୍ନତ ଖାଦ୍ୟ ଗ୍ରହଣ କରି ନ ଥିଲା। ତେବେ ଏନ୍‌ଟିସିଏର ତାଗିଦା ପରେ ୩୧ ତାରିଖ ରାତି ୮ଟାରେ ତାକୁ ସ୍ବତନ୍ତ୍ର ଯନ୍ତାରେ ବନ ବିଭାଗ ଧରି ଶିମିଳିପାଳ ଅଭିମୁଖେ ଆସିଥିଲା। ୧ ତାରିଖ ସକାଳେ ଦକ୍ଷିଣ ଡିଭିଜନ ଏନ୍‌କ୍ଲୋଜରରେ ରହୁଥିବା ବାଘୁଣୀ ଯମୁନା ସ୍ଥାନରେ ଜିନ୍ନତକୁ ରଖାଯାଇଛି। ଯନ୍ତା ଖୋଲିବା ପରେ ପାଖାପାଖି ୨/୩ ଘଣ୍ଟା ପର୍ଯ୍ୟନ୍ତ ଏନ୍‌କ୍ଲୋଜର ମଧ୍ୟକୁ ଯାଇ ନ ଥିଲା। ଏନ୍‌କ୍ଲୋଜରକୁ ଯିବା ପରେ ତା’ର ଗତିବିଧି ଉପରେ ବିଶେଷଜ୍ଞ ଦଳ ଓ ଡାକ୍ତର ଅନୁଧ୍ୟାନ ଜାରି ରଖିଛନ୍ତି। ତେବେ ଶିମିଳିପାଳକୁ ସେ ବାସସ୍ଥାନ ଭାବେ ଗ୍ରହଣ କରିବ ନା ପୁଣି ନିଜ ପସନ୍ଦର ବାସସ୍ଥାନ ପାଇଁ ଜଙ୍ଗଲ ଛାଡ଼ିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ଏନ୍‌କ୍ଲୋଜର ଚାରିପାଖେ ତାର ବାଡ଼ ଦିଆଯାଇ ସୋଲାର ଚାର୍ଜ ବ୍ୟବସ୍ଥା କରାଯାଇଛି।

ବଣୁଆ ହାତୀଙ୍କ କବଳରୁ ଜିନ୍ନତକୁ ସୁରକ୍ଷା ଦେବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବାରୁ ଜିନ୍ନତ ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଇଛି। ଏନ୍‌କ୍ଲୋଜର ପରିସର ବୃଦ୍ଧି ନ କଲେ ଶିମିଳିପାଳ ଜଳବାୟୁ ଓ ପରିବେଶ ସହ ଖାପଖୁଆଇବା ଓ ବନ୍ୟଜନ୍ତୁଙ୍କ ସହିତ ମିଶିବାର ସୁଯୋଗରୁ ଜିନ୍ନତ ବଞ୍ଚତ୍ତ ହେବ ବୋଲି କୁହାଯାଉଛି। ତେଣୁ ପୁନର୍ବାର ତାକୁ ଶିମିଳିପାଳରେ ଛଡ଼ାଗଲେ ସେ ନିଜର ବାସସ୍ଥାନ ଚିହ୍ନଟ କରିବାରେ ଘୋର ଅସୁବିଧା ପରିଲକ୍ଷିତ ହେବାର ଅନୁମାନ କରାଯାଉଛି। ଏ ନେଇ ଓଡ଼ିଶା ବନ ଉନ୍ନୟନ ନିଗମର ସ୍ବାଧୀନ ନିର୍ଦ୍ଦେଶକ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଏନ୍‌କ୍ଲୋଜରକୁ ସମ୍ପ୍ରସାରଣ କରାଗଲେ ଶିମିଳିପାଳର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସହ ମିଶିବା ସହିତ ଶିମିଳିପାଳର ବାତାବରଣରେ ସେ ଅଭ୍ୟସ୍ତ ହୋଇଯିବ। ଅଣ୍ଡିରା ବାଘ ସହିତ ତୃଣଭୋଜି ପ୍ରାଣୀଙ୍କୁ ଚିହ୍ନିବାରେ ସହଜ ହୋଇପାରିବ। ସେହିପରି ହାତୀ ଆସିବା ସମୟରେ ସୋଲାର ଚାର୍ଜ କରାଯିବା ଓ ହାତୀ ଗଲା ପରେ ପୁଣି ତାକୁ ବନ୍ଦ କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ଜିନ୍ନତ ଅନ୍ୟ ଜୀବଜନ୍ତୁଙ୍କ ସହ ମିଶିବାର ସୁଯୋଗ ପାଇପାରିବ। ତେବେ ସୁଚିନ୍ତିତ ମତାମତ ଓ ନିଷ୍ପତ୍ତି ନେଇ ଯୋଜନାକୁ ପରିଚାଳନା କରାଗଲେ ଯମୁନା ଓ ଜିନ୍ନତକୁ ଅଣାଯାଇଥିବା ମିଶନ ସଫଳ ହେବ ବୋଲି ପ୍ରାଣୀପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri