Posted inଜାତୀୟ

୧୩ ବର୍ଷରେ ୧୮ ଲକ୍ଷ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି

ନୂଆଦିଲ୍ଲୀ,୩୦ା୧୨: ଗତ ୧୩ ବର୍ଷ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରି ୧୩୫ଟି ଦେଶର ନାଗରିକତ୍ୱ ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସଭାରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ବିକାଶ ଏବଂ ବୈଶ୍ୱିକ ପ୍ରଭାବରେ ଭାରତଠାରୁ ବହୁ ପଛରେ ପଡ଼ିଥିବା ପାକିସ୍ତାନ, ବାଂଲାଦେଶ, ଫିଜି, ମ୍ୟାନ୍‌ମାର, ଥାଇଲାଣ୍ଡ, ନାମିବ୍ୟା, ନେପାଳ ଏବଂ ଶ୍ରୀଲଙ୍କା ଭଳି ଦେଶର ନାଗରିକତ୍ୱ ଗ୍ରହଣ କରିବାକୁ ଏମାନେ ବିକଳ୍ପ ଚୟନ କରିଛନ୍ତି। ଅନ୍ୟ ପସନ୍ଦର ଦେଶ ମଧ୍ୟରେ ରହିଛି ଆମେରିକା, କାନାଡା, ରୁଷିଆ, ଚାଇନା, ଇଜିପ୍ଟ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ୍‌, ସୁଦାନ, ସୁଇଜରଲାଣ୍ଡ, ତ୍ରିନିଦାଦ ଏବଂ ଟବାଗୋ, ବ୍ରିଟେନ୍‌, ତୁର୍କୀ, ୟୁଏଇ ଏବଂ ଭିଏଟ୍‌ନାମ।
ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରଦତ୍ତ ଉକ୍ତ ତଥ୍ୟ ଅନୁଯାୟୀ, ୨୦୨୨ରେ ୨,୨୫,୬୨୦ ଭାରତୀୟ ନାଗରିକତ୍ୱ ଛାଡ଼ିଥିବାବେଳେ ୨୦୨୩ରେ ୨,୧୬,୨୧୯ ଜଣ ଛାଡ଼ିଛନ୍ତି। ୨୦୧୫ରୁ ୨୦୨୩ ମଧ୍ୟରେ ମୋଟ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକତ୍ୱ ଛାଡ଼ିବା ସହ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଉଚ୍ଚ ସଦନରେ ଏକ ପ୍ରଶ୍ନର ଉତ୍ତରରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଜଣାଇଥିଲା ଯେ, ନାଗରିକତ୍ୱ ଛାଡ଼ିବା କିମ୍ବା ଗ୍ରହଣ କରିବା ବ୍ୟକ୍ତିଗତ ବ୍ୟାପାର। ଜ୍ଞାନ ଅର୍ଥନୀତିର ଯୁଗରେ ବୈଶ୍ୱିକ କାର୍ଯ୍ୟସ୍ଥଳ ସମ୍ଭାବନାକୁ ସରକାର ସ୍ବୀକୃତି ଦେଇଛନ୍ତି। ଅନ୍ୟପକ୍ଷରେ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉତ୍ତମ କ୍ୟାରିୟର ସୁଯୋଗ, ଉନ୍ନତ ଜୀବନଧାରଣ ମାନ, ବ୍ୟାପକ ଶିକ୍ଷା ସମ୍ଭାବନା ଏବଂ ବୈଶ୍ୱିକ ଗମନାଗମନ ସୁବିଧା ଆଦି କାରଣରୁ ଲୋକେ ଭାରତୀୟ ନାଗରିକତ୍ୱ ଛାଡ଼ୁଛନ୍ତି। ଏହା ବ୍ୟତୀତ ସେମାନେ ବିକଶିତ ରାଷ୍ଟ୍ରଗୁଡ଼ିକର ମଜଭୁତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଏବଂ ଦ୍ୱୈତ ନାଗରିକତ୍ୱ ସୁବିଧା ଦ୍ୱାରା ପ୍ରଲୋଭିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri