ନୂଆବର୍ଷ ଦିନ ଘରକୁ ଆଣନ୍ତୁ ଏସବୁ ଜିନିଷ, ବର୍ଷସାରା ରହିବ ନାହିଁ ଧନର ଅଭାବ, ସୁଖଶାନ୍ତି…

ନୂତନବର୍ଷ କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ ବହୁ ଆଶା ଓ ଆକାଂକ୍ଷା। ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ, କ’ଣ ସବୁ କଲେ ନୂଆବର୍ଷ ସୁଖମୟ ହେବ, ଜାଣନ୍ତୁ ସେ ସମ୍ପର୍କରେ…
*ଭଗବାନ ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଇଥାଏ। ତେଣୁ ନୂଆବର୍ଷ ଅବସରରେ ଘରକୁ ପ୍ରଭୁ ଗଣେଶଙ୍କର ନୂତନ ମୂର୍ତ୍ତୀଟିଏ ଆଣି ପୂଜାର୍ଚ୍ଚନା କଲେ ବର୍ଷସାରା ଗୃହରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି।
*ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଇଥାଏ। ତେଣୁ ନଡ଼ିଆ ଭାଙ୍ଗି ନୂତନ ବର୍ଷକୁ ସ୍ବାଗତ କଲେ ସବୁକିଛି ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଇଥାଏ।
*ଘରେ ଟଙ୍କାପଇସାର ଅଭାବ ଦେଖାଯାଉଥିଲେ, ନୂଆବର୍ଷ ଦିନ ଘରକୁ ମୟୂରପୁଚ୍ଛଟିଏ କିଣିଆଣନ୍ତୁ। କିଣିଲାବେଳେ ଶ୍ରୀ କୃଷ୍ଣଙ୍କର ନାମ ନେଇ ମୟୂରପୁଚ୍ଛ କିଣିଲେ ଘରେ ଧନର ଅଭାବ ରହେନାହିଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
*ଲାଫିଙ୍ଗ୍‌ ବୁଦ୍ଧଙ୍କୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। କିନ୍ତୁ ଏହାକୁ ନିଜେ ନ କିଣି ଯଦି ନୂଆବର୍ଷ ଅବସରରେ କାହାଠାରୁ ଉପହାର ଆକାରରେ ପାଇଲେ ତା’ହେଲେ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।
*ନୂଆବର୍ଷରେ ପ୍ରଭୁ ହନୁମାନଙ୍କର ପ୍ରତୀମା ଆଣି ଘରର ମୁଖ୍ୟଦ୍ୱାର ନିକଟରେ ସ୍ଥାପନା କଲେ, ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ପ୍ରଭୁ ସଙ୍କଟମୋଚନ ଘର ପ୍ରତି ଆସୁଥିବା ସବୁ ବିପଦକୁ ଖଣ୍ଡନ କରି ଦେଇଥାନ୍ତି।
* ନୂଆବର୍ଷରେ ଘରେ ମନିପ୍ଲାଣ୍ଟ କିମ୍ବା ବାମ୍ବୋପ୍ଲାଣ୍ଟ ଗଛ ଲଗାଇବା ଶୁଭଫଳ ଦେଇଥାଏ।

Enter your email to get our daily news in your inbox.

All Right Reserved By Dharitri.Com

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri