Posted inରାଜ୍ୟ

ଇଣ୍ଡିଆ ମେଣ୍ଟର ସ୍ବରରେ ସ୍ବର ମିଶାଇଲା BJD? ପରାଜୟର ୬ ମାସ ପରେ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଲେ ନବୀନ

ଭୁବନେଶ୍ୱର,୨୮।୧୨: ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ଶୋଚନୀୟ ପରାଜୟ ପରେ ପୁଣି ଇଭିଏମ୍‌ ଅର୍ଥାତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ ଉପରେ ପ୍ରଶ୍ନ ଉଠିଥିଲା। କଂଗ୍ରେସଠାରୁ ଆରମ୍ଭ କରି ଏନ୍‌ସିପି, ଶିବସେନା ଆଦି ଦଳ ବାଲାଟ ପେପର୍‌ରେ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ। ବିରୋଧୀ ଦଳ ମଧ୍ୟରେ ଏବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ନେତା ନବୀନ ପଟ୍ଟନାୟକ ନିର୍ବାଚନର ୬ ମାସ ପରେ ଇଭିଏମ୍‌ ଏବଂ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବିଜେଡି ଡିସେମ୍ବର ୨୪ରେ ନିର୍ବାଚନ କମିଶନଙ୍କ ନିକଟରେ ଏକ ଯାଚିକା ରଖିଛି। ଏଥିରେ ଦଳ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଏହାସାଙ୍ଗରେ ହେବାର ଅସଂଗତି ବିଷୟରେ ଉଲ୍ଲେଖ କରିଛି, ଯେଉଁଥିପାଇଁ ବିଜେଡିକୁ ଭାଜପାଠାରୁ ପରାଜିତ ହେବାକୁ ପଡ଼ିଥିଲା।

ନିର୍ବାଚନୀ ଅସଂଙ୍ଗତି ନିଶ୍ଚିତ ଭାବେ ଦଳର ପରାଜୟର କାରଣ ପାଲଟିଛି। ଏହି ମାମଲାର ସାବଧାନତାପୂର୍ବକ ଯାଞ୍ଚ କରିବା ନେଇ ନିକଟରେ ନବୀନ କହିଛନ୍ତି। ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଇଭିଏମ୍‌ ହଟାଇ ବାଲାଟ ପେପରରେ ନିର୍ବାଚନ କରାଇବା ଦାବି କରୁଥିବା ବେଳେ ଏବେ ନବୀନ ସମାନ ପ୍ରସଙ୍ଗ ଉଠାଇଛନ୍ତି। ଯଦି ବାଲାଟ ପେପର ଫେରେ ତେବେ ବିଜେଡି ତାହାକୁ ସମର୍ଥନ କରିବ ବୋଲି ସେ କହିଛନ୍ତି।

ତେବେ ବିଜେଡି ଦାବି କରିଛି ଯେ ନିର୍ବାଚନ ଆୟୋଗକୁ ଯେଉଁ ଯାଚିକା ଦିଆଯାଇଛି ସେଥିରେ ଅସଂଗତିକୁ ସ୍ପଷ୍ଟ କରିଥିବା ପ୍ରାୟ ୨୦୦ ପୃଷ୍ଠାର ତଥ୍ୟ ରହିଛି। ଏଥିରେ ଦଳ ୩ ପ୍ରମୁଖ ସମସ୍ୟା ଉଠାଇଛି। ବୁଥ୍‌ ସ୍ତରରେ ପଡ଼ିଥିବା ଭୋଟ ଏବଂ ଇଭିଏମ୍‌ରେ ଆସିଥିବା ଭୋଟରେ ପ୍ରାର୍ଥକ୍ୟ, ଏକାସହ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଭୋଟଗ୍ରହଣ ହୋଇଥିଲେ ହେଁ ଭୋଟରେ ପ୍ରାର୍ଥକ୍ୟ, ମତଦାନ ଦିନ ନିର୍ବାଚନ କମିଶନଙ୍କ ଦ୍ୱାରା କୁହାଯାଇଥିବା ଆକଳନ ଏବଂ ୨ ଦିନ ପରେ ଘୋଷଣା କରାଯାଇଥିବା ଅନ୍ତିମ ମତଦାନ ରିପୋର୍ଟରେ ବହୁତ ବଡ଼ ପ୍ରାର୍ଥକ୍ୟ ଥିବା ସେଥିରେ ଉଲ୍ଲେଖ କରାଯାଇଛି।

ବିଜେଡି ନେତା ଏବଂ ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଇଣ୍ଡିଆନ ଏକ୍ସପ୍ରେସ ସହ ଆଲୋଚନାରେ କହିଛନ୍ତି, ରିଟର୍ନି ଅଫିସର ଦ୍ୱାରା ଗଣାଯାଇଥିବା ଭୋଟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ଭୋଟର ରିପୋର୍ଟରୁ ଅଲଗା ହୋଇ ପାରିବ ନାହିଁ, ବିଶେଷକରି ସେତେବେଳେ ଯେବେ ଇଭିଏମ୍‌ର ବ୍ୟବହାର କରାଯାଇଥାଏ। ହେଲେ ଏହି ପ୍ରାର୍ଥକ୍ୟ ଏତେ ରହିଛି ଯେ ସମ୍ଭବତଃ ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପଡ଼ିପାରେ। ଏହି ପ୍ରାର୍ଥକ୍ୟ ହିଁ ନିର୍ବାଚନୀ ପ୍ରକ୍ରିୟାର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଉଛି ବୋଲି ସେ କହିଛନ୍ତି।

୬ ମାସ ପରେ ଦଳ ଉଠାଇଥିବା ପ୍ରଶ୍ନକୁ ନେଇ ଅମର କହିଛନ୍ତି, ଦଳ ତଥ୍ୟକୁ ଏକତ୍ର କରିବାକୁ ଅଧିକ ସମୟ ନେଲା। ବିନା କୌଣସି ତଥ୍ୟରେ ଅଭିଯୋଗ କରିବାକୁ ଦଳ ଚାହୁଁ ନ ଥିଲା। ତଥ୍ୟ ଏକତ୍ର କଲୁ, ନିର୍ବାଚନ କମିଶନଙ୍କ ନିକଟକୁ ଯିବା ପୂର୍ବରୁ ଆଇନଗତ ପରାମର୍ଶ ନେଲୁ, ଯେଉଁଥିଲାଗି ସମୟ ଲାଗିଲା। େବେ ଗତ ୩ ମାସ ମଧ୍ୟରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଜିଲାପାଳ ବିଜେଡି ପ୍ରାର୍ଥୀଙ୍କ ଫର୍ମ ୧୭ସିର ସମସ୍ତ ପତ୍ରିକା ଦେଇ ନାହାନ୍ତି। ଆମ ନିକଟରେ ଯେଉଁ ଫର୍ମ ରହିଥିଲା, ସେଥିରୁ ଡାଟା ଏକତ୍ର କରାଯାଇଛି। ପରେ ଜିଲାପାଳ କହିଥିଲେ ଯେ ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନଙ୍କ ସହ ପରାମର୍ଶ ପରେ ଅନ୍ୟ ପୃଷ୍ଠାଗୁଡ଼ିକ ଉପଲବ୍ଧ କରାଯିବ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri