Posted inଖେଳ

ନୀତୀଶ ରେଡ୍ଡୀଙ୍କ ଚମତ୍କାର ଶତକ: ଭୋ ଭୋ ହୋଇ କାନ୍ଦିଲେ ବାପା

ମେଲବୋର୍ନ,୨୮।୧୨: ମେଲବୋର୍ନରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ନୀତୀଶ କୁମାର ରେଡ୍ଡୀ ଚମତ୍କାର ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆର ଶକ୍ତିଶାଳୀ ତଥା ଅଭିଜ୍ଞ ବୋଲର ନୀତୀଶଙ୍କ ଆଗରେ ଫେଲ୍‌ ମାରିଥିବା ଦେଖାଯାଇଛି। ଶତକ ପୂରଣ କରିବା ପରେ ନୀତୀଶଙ୍କ ପିତା ମୁତିଆଲା ରେଡ୍ଡୀଙ୍କ ପ୍ରତିକ୍ରିୟା ଭାଇରାଲ ହୋଇଛି। ପୁଅ ମେଲବୋର୍ନରେ ଏକ ଶତକ ସ୍କୋର କରିବା ପରେ ବାପା ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲେ। ପ୍ରଥମେ ପିତା ନିଜ ପୁଅର ଶତକ ସେଲିବ୍ରେସନ କରି କାନ୍ଦିପକାଇଥିଲେ।

ରେଡ୍ଡୀ ୧୭୧ ବଲରେ ୧୦ ଶତକ ଏବଂ ଗୋଟିଏ ଛକା ସହାୟତାରେ ନିଜର ଶତକ ପୂରଣ କରିଥିଲେ। ନୀତୀଶ ଅଷ୍ଟମ ନମ୍ବରରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। ସେ କଠିନ ପରିସ୍ଥିତିରୁ ଦଳକୁ ବାହାର କରିଥିଲେ। ତାଙ୍କ ଶତକୀୟ ଇନିଂସ ଟିମ ଇଣ୍ଡିଆକୁ ଏକ ଶକ୍ତିଶାଳୀ ସ୍ଥାନରେ ପହଞ୍ଚାଇଛି। ନୀତୀଶଙ୍କ ସହ ୱାଶିଂଟନ ସୁନ୍ଦର ଅର୍ଦ୍ଧଶତକ ହାସଲ କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅଷ୍ଟମ ଉଇକେଟ ପାଇଁ ରେଡ୍ଡୀ ଏବଂ ସୁନ୍ଦର ୧୨୭ (୨୮୫ ବଲ)ର ସହଭାଗୀତା କରିଥିଲେ।

ତୃତୀୟ ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ୫ ଉଇକେଟ ହରାଇ ବୋର୍ଡରେ ୧୬୪ ରନ ରଖିଥିଲେ। ଭାରତୀୟ ଦଳ ପ୍ରଥମ ଇନିଂସରେ ବଡ଼ ସ୍କୋରରେ ପହଞ୍ଚି ପାରିବ ନାହିଁ। ଚତୁର୍ଥ ଦିନରେ ଟିମ ଇଣ୍ଡିଆ ୧୯୧ ରନ ସ୍କୋରରେ ଷଷ୍ଠ ଉଇକେଟ ଏବଂ ୨୨୧ ରନ ସ୍କୋରରେ ସପ୍ତମ ଉଇକେଟ ହରାଇଛି। ଏହା ପରେ ପ୍ରାୟ ସମସ୍ତ ଆଶା ନଷ୍ଟ ହୋଇଗଲା। ଏଠାରୁ ନୀତୀଶ ରେଡ୍ଡୀ ଏବଂ ସୁନ୍ଦର ଦାୟିତ୍ୱ ଗ୍ରହଣ କରି ଅଷ୍ଟମ ଉଇକେଟ ଖସିଯିବା ବେଳକୁ ଦଳକୁ ୩୪୮ ସ୍କୋରକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri