WHOରୁ ଓହରିଯିବ ଆମେରିକା! ଜାଣନ୍ତୁ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ପଡ଼ିବ କି ପ୍ରଭାବ?

ଓ୍ବାଶିଂଟନ,୨୪।୧୨: ବିବାଦ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ବେଶ ପୁରୁଣା। ଏବେ ତାଙ୍କର ଆଗାମୀ ପଦକ୍ଷେପକୁ ନେଇ ଆମେରିକୀୟ ଗଣମାଧ୍ୟମରେ ଆଲୋଚନା ସରଗରମ ରହିଛ। ଯଦି ଟ୍ରମ୍ପ ୨୦୨୪ରେ କ୍ଷମତା ଗ୍ରହଣ କରନ୍ତି ତେବେ ତାଙ୍କ ପ୍ରଶାସନର ପ୍ରାରମ୍ଭିକ ଦିନରେ ଭୂକମ୍ପ ଆଣିପାରେ। ସେଇଟି ହେଲା ଟ୍ରମ୍ପ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ WHO)ରୁ  ଆମେରିକାକୁ ବାହାର କରିବାକୁ ଘୋଷଣା କରିପାରନ୍ତି। ଏହି ପଦକ୍ଷେପ ତାଙ୍କୁ ନେଇ ଚାଲି ଆସୁଥିବା ଦୀର୍ଘଦିନର ସମାଲୋଚନା ଏବଂ ବିରୋଧର ଫଳାଫଳ ହେବ, ଯାହାକି ବିଶ୍ୱ ସ୍ବାସ୍ଥ୍ୟ ପରିଚାଳନାର ଚିତ୍ରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇପାରେ ବୋଲି କୁହାଯାଉଛି।

WHO ସହ ଆମେରିକାର ସମ୍ପର୍କ ଦଶନ୍ଧି ପୁରୁଣା। ହେଲେ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳ ମଧ୍ୟରେ ଏହି ସମ୍ପର୍କ ଖଟା ହୋଇଥିଲା। ମହାମାରୀ ସମୟରେ ସେ WHO ଉପରେ ପକ୍ଷପାତିତା କରିଥିବା ଅଭିଯୋଗ ଆଣିଥିଲେ। ଏହାପରେ ସେ ଆମେରିକା ଦେଉଥିବା ଅର୍ଥକୁ ବନ୍ଦ କରିଦେଇଥିଲେ। ଏବେ ଟ୍ରମ୍ପ କ’ଣ ପୁରୁଣା ଘଟଣାର ପୁନରାବୃତ୍ତ କରବେ ସେନେଇ ଚର୍ଚ୍ଚା ବଢ଼ିଛି।

ଯଦିଓ ଟ୍ରମ୍ପଙ୍କ ଟିମ୍‌ ଏଯାବତ WHOରୁ ପ୍ରତ୍ୟାହାର ଯୋଜନା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି, ହେଲେ ବିଶେଷଜ୍ଞ ତଥା ବିଶ୍ୱ ସ୍ବାସ୍ଥ୍ୟ ନେତାମାନେ ଏହା ଉପରେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଯଦି ଟ୍ରମ୍ପ ଏହି ପଦକ୍ଷେପ ନିଅନ୍ତି ତେବେ WHOକୁ ଗୋଟିଏ ବର୍ଷ ପୂର୍ବରୁ ନୋଟିସ ଦେବାକୁ ପଡ଼ି। ଏହି ସମୟରେ ଆମେରିକକୁ ଏହାର ପାଣ୍ଠି ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ପଡ଼ିବ।

ଆମେରିକା ହେଉଛି WHOର ସବୁଠାରୁ ବଡ଼ ଆର୍ଥିକ ଭାଗିଦାରୀ। ସଂଗଠନର ମୋଟ ବଜେଟର ୧୬% ହେଉଛି ଆମେରିକାର ପାଣ୍ଠି। ଏଣୁ ଟ୍ରମ୍ପ ଏଥିରୁ ଓହରିଗଲେ ଗମ୍ଭୀର ପ୍ରଭାବ ପଡ଼ିପାରେ। ଅର୍ଥର ଅଭାବ ସଂଗଠନକୁ ଦୁର୍ବଳ କରପାରେ। କେବଳ ଏତିକି ନୁହେଁ ଆମେରକାର ଅନୁପସ୍ଥିତି ଚାଇନା ଏବଂ ଅନ୍ୟ ଦେଶମାନଙ୍କୁ ସଂଗଠନରେ ତାଙ୍କ ସ୍ଥିତିକୁ ମଜଭୂତ କରିବାର ସୁଯୋଗ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri