ଟିକସ ଆଦାୟରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୬।୧୨ (ଅଭୟ ଦାଶ): ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ନୂଆ ନିୟମ ଓ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ରମାଗତ ଭାବେ ଟିକସ ଆଦାୟ ପରିମାଣ ବୃଦ୍ଧି ପାଇଛି ବୋଲି ଆୟକର ବିଭାଗର ମହାନିର୍ଦ୍ଦେଶିକା ସୁନିତା ବୈଂଶଲା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ଆୟକର ବିଭାଗର ଇଣ୍ଟେଲିଜେନ୍ସ ଆଣ୍ଡ କ୍ରିମିନାଲ ଇନ୍‌ଭେଷ୍ଟିଗେଶନ ଡାଇରେକ୍ଟୋରେଟ୍‌ ପକ୍ଷରୁ ଆୟୋଜିତ ସଚେତନତା କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁନିତା କେନ୍ଦ୍ର ସରକାରଙ୍କ ଇ-ଭେରିଫିକେଶନ ସ୍କିମ୍‌-୨୦୨୧ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ୨୦୨୧ ଡିସେମ୍ବର ୧୩ରୁ ଇ-ଭେରିଫିକେଶନ ସ୍କିମ୍‌ ଆରମ୍ଭ ହୋଇଥିଲା। ଏହି ସ୍କିମ୍‌ ଆରମ୍ଭ ହେବା ପରେ ଟିକସଦାତାମାନେ ବିଭାଗୀୟ ନିୟମ ପାଳନ ସହ ଟିକସ ଆଦାୟରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଟିକସ ସମ୍ପର୍କିତ ବିବାଦ ସଂଖ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି ବୋଲି ସୁନିତା ମତପ୍ରକାଶ କରିଥିଲେ। ସେହିପରି ଇ- ଭେରିଫିକେଶନ ସ୍କିମ୍‌ ପ୍ରଭାବରେ ମଧ୍ୟ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆଗାମୀ ଦିନରେ ମଧ୍ୟ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ସେ ଆଶପ୍ରକଟ କରିଛନ୍ତି। ଅପରପକ୍ଷରେ ଏହି ସଚେତନତା କର୍ମଶାଳାରେ ସାମିଲ ହୋଇଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ବିତ୍ତୀୟ ଅଧିକାରୀ ଏବଂ ଆଇନଜୀବୀମାନଙ୍କୁ ସେ ସମ୍ବୋଧିତ କରିଥିଲେ। ଏପରିକି ଟିକସଦାତାଙ୍କ ଠିକ୍‌ ତଥ୍ୟ ପ୍ରଦାନ କରିବାକୁ ସୁନିତା ଆହ୍ବାନ ଦେଇଛନ୍ତି। ବିଶେଷକରି ରିପୋର୍ଟିଂ ସଂସ୍ଥାଗୁଡିକ ଆୟକର ବିଭାଗ ଓ ଟିକସଦାତାଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା ସହ ସେତୁ ଭଳି କାର୍ଯ୍ୟ କରିଥାନ୍ତି। ରିପୋର୍ଟିଂ ସଂସ୍ଥାଗୁଡ଼ିକ ଆର୍ଥିକ ନେଣଦେଣରେ ଠିକ୍‌ ତଥ୍ୟ ପ୍ରଦାନ କରିବା ଏବଂ ଆୟକରଦାତାଙ୍କ ତଥ୍ୟକୁ ନିଜ ଆୟକର ରିଟର୍ନରେ ଠିକ୍‌ ଭାବେ ପ୍ରଦାନ କରିବା ଦ୍ୱାରା ଦେଶରେ ଆୟକରଦାତା ଓ ଟିକସ ସଂଗ୍ରହ ବୃଦ୍ଧି ପାଇବାରେ ବେଶ୍‌ ସହାୟକ ହୋଇଛି ବୋଲି ସୁନିତା କହିଛନ୍ତି। ପରିଶେଷରେ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ରାହୁଲ କର୍ନା କେନ୍ଦ୍ର ସରକାରଙ୍କ ଇ-ଭେରିଫିକେଶନ ସ୍କିମ୍‌ ୨୦୨୧ ଏବଂ ବିତ୍ତୀୟ ନେଣଦେଣ ସମ୍ପର୍କିତ ବିବରଣୀ ଦାଖଲ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବହୁ ବରିଷ୍ଠ ଆୟକାର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri