Posted inଖେଳ

ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ: ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର,୧୨ା୧୨: ଓଡ଼ିଶା ସରକାର କ୍ରୀଡାକୁ ଆଗ୍ରାଧିକାର ଦେଇ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଗୁରୁବାର କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମିତ ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୭୭ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହାଇପରର୍ଫମାନ୍ସ ସେଣ୍ଟରରେ ଏକସଙ୍ଗେ ୪୦୦ କ୍ରୀଡ଼ାପ୍ରେମୀ ଏହି ସେଣ୍ଟରରେ ଖେଳର ମଜା ନେଇପାରିବେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ଵଶର୍ମା ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ହିମନ୍ତ କହିଥିଲେ ”କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦ୍‌ଘାଟନ ଖୁସିର କଥା। ଓଡ଼ିଶା ସରକାରଙ୍କ ସହାୟତା ଯୋଗୁଁ ବ୍ୟାଡମିଣ୍ଟନ ବେଶ୍ ଅଗ୍ରଗତି କରିବ। ବ୍ୟାଡମିଣ୍ଟନ୍‌ରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କରିଛନ୍ତି ଓଡ଼ିଶା ଖେଳାଳି। ତେଣୁ ବ୍ୟାଡମିଣ୍ଟନ ପ୍ରତି ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ହିମନ୍ତ ଆହ୍ବାନ ଦେଇଛନ୍ତି ଏବଂ ଭାରତ ସ୍ପୋର୍ଟସ୍ ପାୱାର୍‌ ହାଉସ୍ ହେଉ ବୋଲି ସେ କାମନା କରିଛନ୍ତି।”

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବୋଧନ କରି କହିଛନ୍ତି, ”ଆଜି ଆମ ପାଇଁ ଏକ ଐତିହାସିକ ଦିନ। ଆଗାମୀ ଦିନରେ ଯୁବପିଢ଼ିଙ୍କ ସୁନ୍ଦର ଭବିଷ୍ୟତ ତିଆରି କରିବାରେ ଏହି ସେଣ୍ଟର ସହାୟକ ହେବ। ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି, ଫଳରେ ଦେଶ, ବିଦେଶର କ୍ରୀଡ଼ାବିତ୍‌ଙ୍କ ପ୍ରତିଭାକୁ ସାମ୍‌ନାକୁ ଅଣାଯାଇପାରୁଛି। ଅତୀତରେ ସାଇନା ନେହୱାଲ୍‌ଙ୍କ ପରି ଅନେକ ଖେଳାଳି ଦେଶ ପାଇଁ ପଦକ ଆଣି ଗର୍ବିତ କରିଛନ୍ତି। ଆଗକୁ ଆହୁରି ପଦକ ଆଣି ଦେଶ ପାଇଁ ଗୌରବ ଆଣିବାକୁ ଏବଂ ବ୍ୟାଡ୍‌ମିଣ୍ଟନ୍‌ରେ ବିଶ୍ଵ ମଞ୍ଚରେ ଓଡ଼ିଶାର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହିତ କ୍ରୀଡ଼ାର ବିକାଶ ଦିଗରେ ସରକାରଙ୍କ ଅନ୍ୟ ବଡ଼ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରିଥିଲେ। ନିକଟରେ ସରକାର ଘୋଷଣା ଅନୁଯାୟୀ ଜଟଣୀ ଗୋଠପାଟଣାରେ ଏକ ବୃହତ୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ହେବ। ପ୍ରାୟ ୧୨୦ଏକର ପରିମିତ ଜାଗାରେ ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ହେବାକୁ ଥିବା ବେଳେ ଏଥିପାଇଁ ବଜେଟ୍‌ରେ ୧ ହଜାର କୋଟି ବ୍ୟବସ୍ଥା ସରକାର କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ”


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

କୋଭିଡ୍‌ ପରେ ପ୍ରଦୂଷଣ ସବୁଠୁ ବିପଦ: ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୭ା୧୨(ପି.ଟି.):ଭାରତରେ କୋଭିଡ୍‌-୧୯ ମହାମାରୀ ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏତିକି ନୂଆ ଜିଲା ପାଇଁ ଖୁବ୍‌ଶୀଘ୍ର ନିଯୁକ୍ତ ହେବେ…

ନୂଆଦିଲ୍ଲୀ,୨୭ା୧୨: ଦିଲ୍ଲୀ ସରକାର ଖୁବ୍‌ଶୀଘ୍ର ରାଜଧାନୀରେ ନୂତନ ପ୍ରଶାସନିକ ଢାଞ୍ଚା ଅନୁଯାୟୀ ଅଧିକାରୀମାନଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଜାରି କରିବେ। ଏହି ନିଷ୍ପତ୍ତି ଅନୁଯାୟୀ, ୧୩ଟି...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri