ଗୃହରେ ଏ କ’ଣ ପ୍ରଶ୍ନ ପଚାରିଦେଲେ ବିଜେଡି ବିଧାୟକ, ହସିବାକୁ ଲାଗିଲେ ଭାଜପା ନେତା

ଭୁବନେଶ୍ୱର,୧୧।୧୨: ଆଜି ବିଧାନସଭାରେ ଦେଖାଦେଇଛି ଆଳୁ ଝଡ। ଆଳୁ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରାପଡାର ବିଜେଡି ବିଧାୟକ ଗଣେଶ୍ୱର ବେହେରା ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। ଆଳୁ ପ୍ରସଙ୍ଗ ଉଠାଇ ଭାଜପା ସରକାରଙ୍କୁ ବିଜେଡି ନେତା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆଳୁର ବିକଳ୍ପ ବାବଦରେ ସରକାର ଚିନ୍ତା କରିବେ କି ? ଯାହାଫଳରେ ଆଳୁ ଉପରେ ଆଉ କେହି ର୍ନିଭରଶୀଳ ହେବେ ନାହିଁ କି ପ୍ରତିବର୍ଷ ସଙ୍କଟ ଦେଖାଯିବନି।

ବିଜେଡି ନେତାଙ୍କ ଏହି ପ୍ରଶ୍ନ ଶୁଣି ହଠାତ୍‌ ଭାଜପା ନେତାମାନେ ହସିବାକୁ ଲାଗିଥିଲେ। ଏହି ହାସ୍ୟରୋଳ ମଧ୍ୟରେ କେଭି ସିଂ ଦେଓ କହିଛନ୍ତି, ଗଣେଶ୍ୱର ବାବୁ ବହୁତ ଜ୍ଞାନୀ। ଆଗାମୀ ଦିନରେ ତାଙ୍କଠୁ ଜ୍ଞାନପ୍ରାପ୍ତ କରିବି। ପୂର୍ବ ସରକାରଙ୍କୁ ଟାର୍ଗେଟ କରି ସେ ଆହୁରି କହିଛନ୍ତି, ପୂର୍ବ ସରକାରର ଆଳୁ ମିଶନ ଫେଲ ମାରିଛି । ଆଉ ଏବେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । ତେଣୁ ଓଡ଼ିଶାରେ ଆଳୁ ଉତ୍ପାଦନ କରି ର୍ନିଭରଶୀଳ ନହେବାକୁ ସରକାର ବଦ୍ଧପରିକର । ଏଥିପାଇଁ ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି ।

ଆଳୁର ଅଭାବୀକୁ ଭରଣା କରିବାକୁ ରାଜ୍ୟରେ ବିକଳ୍ପ ଚାଷୀ ବିବିଧକରଣ କରିବାକୁ ବିଚାର କରାଯିବ । ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି କରାଯିବା ଉପରେ ଗୁରୁତ୍ୱ ଦିଆଯିବ। ଏବଂ ପ୍ରତିବର୍ଷ ଯେଉଁ ଆଳୁ ଉତ୍ପାଦନ ହେବ ତାକୁ ମହଜୁଦ ରଖିବାକୁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର ଖୋଲିବାକୁ ମଧ୍ୟ ଯୋଜନା କରାଯାଉଛି, ଯାହା ଉଭୟ ବିଦ୍ୟୁତ ଓ ସୌର ଶକ୍ତିରେ ଚାଲିବ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri