ଏହି ତାରିଖ ଯାଏ ମାଗଣାରେ ଅପଡେଟ୍‌ ହେବ ଅଧାରକାର୍ଡ, ବିଳମ୍ବ କଲେ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ଗୁରୁତ୍ୱପୂର୍ଣ୍ଣ ସମୟରେ ଆବଶ୍ୟକ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ସର୍ବାଧିକ ବ୍ୟବହୃତ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଭାରତର ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଆଧାର କାର୍ଡ ରହିଛି। ବିଦ୍ୟାଳୟ-କଲେଜରେ ଆଡମିଶନ ନେବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ସୁବିଧା ପାଇବା ପର୍ଯ୍ୟନ୍ତ ଆପଣଙ୍କୁ ଆଧାର କାର୍ଡ ଦରକାର।

ଅନେକ ଥର ଆଧାର କାର୍ଡ ତିଆରି କରିବା ସମୟରେ ଲୋକମାନେ କିଛି ଭୁଲ କରନ୍ତି। ହେଲେ UIDAI ଆଧାର କାର୍ଡ ଅପଡେଟ କରିବାର ଏକ ସୁଯୋଗ ପ୍ରଦାନ କରୁଛି। ତଥାପି, ଏଥିପାଇଁ ଆପଣଙ୍କୁ ଫି ଦେବାକୁ ପଡିବ। କିନ୍ତୁ ଯଦି ଆପଣ ଏହି ତାରିଖ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍‌ କରୁଛନ୍ତି। ତେବେ ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ, କାରଣ UIDAI ଆପଣଙ୍କୁ ଆଧାର ମାଗଣାରେ ଅପଡେଟ୍‌ କରିବାର ସୁଯୋଗ ଦେଉଛି।

ଆଧାର କାର୍ଡଧାରୀଙ୍କୁ ବର୍ତ୍ତମାନ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (UIDAI) ଦ୍ୱାରା ବହୁତ ସୁବିଧା ଦିଆଯାଉଛି। ଯେଉଁମାନଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା। ସମସ୍ତେ ସେମାନଙ୍କର ଆଧାର କାର୍ଡ ମାଗଣାରେ ଅପଡେଟ କରିପାରିବେ। ମାଗଣା ଆଧାର କାର୍ଡ ଅପଡେଟ ପାଇଁ UIDAI ଡିସେମ୍ବର ୧୪କୁ ଶେଷ ତାରିଖ ଭାବରେ ସ୍ଥିର କରିଛି।

ଯଦି ଆପଣ ଏହି ତାରିଖ ସୁଦ୍ଧା ଆପଣଙ୍କର ଆଧାର କାର୍ଡ ଅପଡେଟ କରନ୍ତି। ତେବେ ଅପଡେଟ ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡିବ ନାହିଁ । ଯଦି ଆଧାର କାର୍ଡକୁ ମାଗଣାରେ ଅପଡେଟ କରିବାକୁ ଚାହୁଁଛନ୍ତି। ତା’ହେଲେଆପଣଙ୍କୁ ଅଫିସିଆଲ ୱେବସାଇଟ https://myaadhaar.uidai.gov.in/du/en_IN କୁ ଯିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri