ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ କଂକ୍ରିଟ ଖଳା

କେନ୍ଦ୍ରାପଡ଼ା, ୭ା୧୨ (ଜଗନ୍ନାଥ ଧଳ): କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରର ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ଚିନାବାଦାମ ବିହନ ଯୋଗାଣ ଅନିୟମିତତା ପରେ ଏବେ କ୍ରଂକ୍ରିଟ ଖଳା ଯୋଜନା ନେଇ ଚାଷୀ ଅସନ୍ତୁଷ୍ଟ ଅଛନ୍ତି। ଜିଲାରେ ଇତିମଧ୍ୟରେ ୧୦୬ଟି ଧାନ ଅମଳ ଖଳା ନିର୍ମାଣ ହୋଇଛି। ତେବେ ଏହି ଖଳା ଚାଷୀଙ୍କ ପରିବର୍ତ୍ତେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲକୁ ଚାଲିଯାଇଛି। ସେହିପରି ନିମ୍ନମାନର କାର୍ଯ୍ୟ ଯୋଗୁ ଅଳ୍ପ କେତେଦିନ ମଧ୍ୟରେ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।
ଡେରାବିଶ ବ୍ଲକ ବାରିମୂଳର ଅନନ୍ତ ମଲ୍ଲିକ କହିଛନ୍ତି, ଖରିଫ ଧାନ ଅମଳ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଜିଲାରେ ଧାନ ଚାଷ ଅଧିକ। ଏହାକୁ ଅମଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ କଂକ୍ରିଟ ଖଳା ନିର୍ମାଣ ହୋଇଛି। ଏହି ଖଳା ଏବେ କେତେଜଣ ଲୋକଙ୍କ ଜବରଦଖଲକୁ ଚାଲିଯାଇଛି। ଖଳାରେ ଗାଈ, ମଇଁଷି ବାନ୍ଧିବା ସହିତ ଗୋବର ଘଷିଭାଡ଼ି ରହିଛି। ଏପରିକି ଏହି ଖଳାରେ ବାଲି, କଂକ୍ରିଟ ରହିଥିବା ଦେଖିବାକୁ ମିଳିଛି। ଜିଲାରେ ସାଧାରଣତଃ ଅମଳ ସମୟରେ ସାମୁଦ୍ରିକ ଝଡ଼ ଦେଖାଯାଇଥାଏ। ଏହି ସମୟରେ ଅମଳ କ୍ଷେତ୍ରରେ ସମସ୍ୟା ହୋଇଥାଏ। ଜବରଦଖଲରେ ଖଳା ଥିବାରୁ ଚାଷୀ କଂକ୍ରିଟ ଖଳାର ଉପଯୋଗ କରିପାରୁନାହାନ୍ତି। ମହାକାଳପଡ଼ାର ଚାଷୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଗୋଟିଏ କଂକ୍ରିଟ ଖଳାରେ ଅନୂ୍ୟନ ୭ରୁ ୯ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବ୍ୟୟ ହେଉଛି। ଏହି ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ନଜର ରହୁନାହିଁ। ଫଳରେ ଠିକାଦାର ଖଳା ନିର୍ମାଣ ପରେ ଦୁଇ ମାସ ମଧ୍ୟରେ ଏହା ନଷ୍ଟ ହେଉଛି। ସେହିପରି ଖଳା ନିର୍ମାଣ ସ୍ଥାନ ଚୟନରେ ବହୁ ତ୍ରୁଟି ଅଛି। ଖଳାକୁ କ୍ଷେତ ଅଞ୍ଚଳ ମଧ୍ୟରେ ରଖିଲେ ଏହାର ସୁଉପଯୋଗ ହୋଇପାରିବ। କେତେଗୋଟି ଖଳା ଓ କ୍ଷେତର ଦୂରତା ପ୍ରାୟ ୩ରୁ ୫ କିଲୋମିଟର ରହୁଥିବାରୁ ଚାଷୀ ଏହାକୁ ଉପଯୋଗ କରୁନାହାନ୍ତି। ଏହାସହ ଖଳାକୁ ଜବରଦଖଲକାରୀଙ୍କଠାରୁ ମୁକ୍ତ କରା ନ ଗଲେ ଯୋଜନା ଫେଲ୍‌ ବୋଲି କୁହାଯାଇପାରେ।
ଏ ସମ୍ପର୍କରେ ଆରଏମ୍‌ସି ସମ୍ପାଦକ ଚନ୍ଦ୍ରକାନ୍ତ ଜେନାଙ୍କୁ ପଚାରିବାରେ ଜିଲାରେ ମୋଟ ୧୦୬ଟି ଖଳା ମଧ୍ୟରୁ କୃଷି ବିଭାଗ ପକ୍ଷରୁ ୨୮ଟି ଖଳା ନିର୍ମାଣ ହୋଇଛି। ଅବଶିଷ୍ଟ ୭୮ ଖଳା ଆର୍‌ଏମ୍‌ସି ପକ୍ଷରୁ ନିର୍ମାଣ କରାଯାଇଛି। ପ୍ରାୟ ଅଢ଼େଇ ଗୁଣ୍ଠ ଜମି ଉପରେ ଖଳା ନିର୍ମାଣ ପାଇଁ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଗ୍ରାମର ଚାଷୀ ଏହାକୁ ଉପଯୋଗ କରିବା କଥା। ଗ୍ରାମବାସୀଙ୍କ ବିରୋଧ ହେଲେ ଜବରଦଖଲ ହଟିବ। ଜବରଦଖଲ ସମ୍ପର୍କରେ ଅଦ୍ୟାବଧି କୌଣସି ଅଭିଯୋଗ ଆସିନାହିଁ। ଏପରି ଘଟଣା ନଜରକୁ ଆସିଲେ ପ୍ରଶାସନିକ ତଦନ୍ତ ସହ ପୋଲିସର ସହଯୋଗରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ...

BJD ରାଜ୍ୟସଭା ଏମପି ଶୁଭାଶିଷଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଦିଅ…

ପୁରୀ,୨୨।୧(ଅଜିତ୍‌ କୁମାର ମହାନ୍ତି)- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ,ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ...

ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଲେ ସରକାର

ଭୁବନେଶ୍ୱର,୨୨।୧: ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ୫୭ ହଜାରରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ୩୧୫...

ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା,...

ଏମିତି ନିଆଁ ଲଗାଇଲା ଆମେରିକା: ଚାପରେ ଅଛନ୍ତି ବିଶ୍ୱର ସବୁଠୁ ୨ ଖୁସିର ଦେଶ

ଓ୍ବାଶିଂଟନ୍‌,୨୨।୧: ସାରା ବିଶ୍ୱରେ ଖୁସି ଦେଶର ତାଲିକାରେ ନରୱେ ଏବଂ ଡେନମାର୍କ ତାଲିକାର ଶୀର୍ଷରେ ଥାଆନ୍ତି। ବର୍ତ୍ତମାନ ଉଭୟ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜ୍‌ ନିକଟରେ କଣ୍ଟେନର-ଟ୍ରକ୍‌ ମୁହାଁମୁହିଁ ହେବାରୁ…

ଗଞ୍ଜାମ,୨୨ା୧(ଅନାଥ ତରାଇ): ଗଞ୍ଜାମସ୍ଥିତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଓଭରବ୍ରିଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଲମ୍ବିତ ରାତିରେ ଏକ ଭୟଙ୍କର ସଡ଼କ...

ବଡ଼ ରେକର୍ଡ କଲେ ରିଙ୍କୁ ସିଂ: ଧୋନୀଙ୍କ ସହ ସମକକ୍ଷ

ନାଗପୁର,୨୨।୧: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଧମାକାଦାର ଭାବରେ ଆରମ୍ଭ କରି ପ୍ରଥମ ମ୍ୟାଚକୁ ୪୮ ରନରେ ଜିତିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri