ଦିନକୁ ଦିନ ବଢୁଛି ଚୋରି ଘଟଣା ବୃଦ୍ଧି:ଭୟରେ ସହରବାସୀ

ଥୁଆମୂଳ ରାମପୁର,୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ତେବେ ଥୁଆମୂଳ ରାମପୁର ସହରର ମୁଖ୍ୟ ରାସ୍ତାରେ ଥିବା ଘର ଓ ଦୋକାନ ଗୁଡ଼ାକ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟଭୀତ ଅଛନ୍ତି। ସେମିତି ଏକ ଚୋରି ଘଟଣା ଥୁଆମୂଳ ରାମପୁର ଥାନାରେ ଉପରେ ଲିଖିତ ଅଭିଯୋଗ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କାଠକୁରା ମୁଖ୍ୟ ରାସ୍ତା ଛକଠାରେ ଥିବା ଏକ କ୍ଷୁଦ୍ର ବ୍ୟବସାୟୀ ସୁନାଧର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ପରିବାର ଲୋକେ ରାତିରେ ଶୋଇଥିବା ବେଳେ ୧୦ ରୁ ୧୨ ଜଣ କେହି ଦୃର୍ବୁତ୍ତ ୩ଟି ମୋଟର ସାଇକେଲ ଏବଂ ଗୋଟିଏ ଚାରିଚକିଆ ଗାଡ଼ିରେ ଆସି ଡକାୟତି କରିଥିବା ଜଣାପଡିଛି l ଘରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ପ୍ରଥମେ ତାଙ୍କ ଦୋକାନ କବାଟ ଭାଙ୍ଗି ପଇସା ଲୁଟ କରିବା ସହ ଘର ଭିତରେ ପଶି ଆଲମୀରା ଭାଙ୍ଗି ସେଠାରେ ଥିବା ନଗଦ ୧ ଲକ୍ଷ ୧୫ ହଜାର ଟଙ୍କା ସହ ସୁନାଗହଣା, ମୋବାଇଲ, ଟିଭି ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ନେଇଯାଇଥିବା ଅଭିଯୋଗ ହୋଇଛି l ଥୁଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ କେସ ନଂ ୧୯୦/୨୪ ରେ ମାମଲା ରୁଜୁ କରି ଥାନା ଅଧିକାରୀ କୈବଲ୍ୟ ସେଠ ଓ ତାଙ୍କ ସହକର୍ମୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ବାହାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଥିବା ସୂଚନା ମିଳିଛି l
ଏଠାରେ ପ୍ରକାଶ ଥାଉକୀ ଗତ କିଛି ମାସ ତଳେ ଥୁଆମୂଳ ରାମପୁର ସଦର ମହକୁମାର କୈଳାଶ ଚନ୍ଦ୍ର ପରିଛା ନାମକ ଜଣେ ବ୍ୟବସାୟୀଙ୍କ ଟ୍ରାକ୍ଟର ଏବଂ ୨୦ ରୁ ୩୦ ଟି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିଲା l ଏହାର କିଛିଦିନ ବ୍ୟବଧାନ ପରେ କାଠକୁରା ଗ୍ରାମର ଉମେଶ ଚନ୍ଦ୍ର ନାଏକ ନାମକ ବ୍ୟକ୍ତିଙ୍କର ମାରୁତି ୮୦୦ କାର କୌଣସି ଦୃର୍ବୁତ୍ତ ଚୋରି କରିନେଇଯାଇଥିଲେ l ପୋଲିସର ସହାୟତାରେ କାଶୀପୁର ଥାନା ଅଞ୍ଚଳର ଏକ ଜଙ୍ଗଲରୁ କାରକୁ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri