Posted inଜାତୀୟ

କଠୋର ହୁଅନ୍ତୁ ଖାର୍ଗେ, ଉପଦେଶ ଦେଲେ ରାହୁଲ

ନୂଆଦିଲ୍ଲୀ,୩୦।୧୧: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସର ଶୀର୍ଷ ନେତାମାନେ ବିଚାରବିମର୍ଶ କରିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା ଏବଂ ନିର୍ବାଚନ ଆୟୋଗର ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ଇଭିଏମ ସମେତ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିବା ନେଇ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଦଳ ଘୋଷଣା କରିଛି।

ଏହା ବ୍ୟତୀତ ସଂଗଠନର ଉନ୍ନତି ପାଇଁ କଡା ପଦକ୍ଷେପ ନିଆଯିବା ଉଚିତ ବୋଲି କୁହାଯାଇଥିଲା। ସୂଚନାନୁସାରେ, ରାହୁଲ ଗାନ୍ଧୀ ଉତ୍ତରଦାୟିତ୍ୱକୁ ଦୃଷ୍ଟିରେ ରଖି କଠୋର ହେବାକୁ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ କହିଛନ୍ତି।

ବୈଠକରେ ରାହୁଲ ଗାନ୍ଧୀ ନେତାମାନଙ୍କୁ ସାହସ ନ ହରାଇବାକୁ ନିବେଦନ କରିଥିଲେ। ସେ କହିଛନ୍ତି, କେବଳ ଇଭିଏମ ପ୍ରଶ୍ନବାଚୀ ନୁହେଁ, ସମଗ୍ର ନିର୍ବାଚନ ବ୍ୟବସ୍ଥା ସନ୍ଦେହ ଘେରରେ ରହିଛି ଏବଂ ନିର୍ବାଚନ ଆୟୋଗ ନିରପେକ୍ଷ ଭୂମିକା ଗ୍ରହଣ କରୁନାହାଁନ୍ତି।

ସେହିପରି ଦଳକୁ ସୁଦୃଢ଼ କରିବାକୁ ହେଲେ କଠୋର ନିଷ୍ପତ୍ତି ନେବାକୁ ହେବ ଏବଂ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିବାକୁ ପଡ଼ିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ନିର୍ବାଚନ ଫଳାଫଳରୁ ଆମକୁ ଶିକ୍ଷା ଗ୍ରହଣ କରିବାକୁ ହେବ ବୋଲି ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଖାର୍ଗେ ମତ ଦେଇଛନ୍ତି। ଇଭିଏମ୍‌ ଯୋଗୁ ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି ହୋଇଥିବା ସେ ବିଶ୍ୱାସ କରନ୍ତି। ମୁକ୍ତ ଏବଂ ସ୍ବଚ୍ଛ ନିର୍ବାଚନ ସୁନିଶ୍ଚିତ କରିବା ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଦାୟିତ୍ୱ। ଦଳରେ ଆଭ୍ୟନ୍ତରୀଣ କନ୍ଦଳକୁ ଖାର୍ଗେ ସମାଲୋଚନା କରିଛନ୍ତି।
ଦଳ ଭିତରେ ଏକତାର ଅଭାବ ଏବଂ ନିଜ ନେତାଙ୍କ ବିରୋଧରେ ମନ୍ତବ୍ୟ କଂଗ୍ରେସକୁ କ୍ଷତି ପହଞ୍ଚାଇଥିବା ଖାର୍ଗେ କହିଛନ୍ତି। ଦଳୀୟ ନେତାମାନଙ୍କୁ ଏକାଠି ରହିବା ସହ ପରସ୍ପର ବିରୋଧରେ ସର୍ବସାଧାରଣରେ କିଛି ନ କହିବା ପାଇଁ ସେ ନିବେଦନ କରିଛନ୍ତି। ଆମେ ଯଦି ନିର୍ବାଚନରେ ଏକାଠି ନ ରହିବା ଏବଂ ପରସ୍ପର ବିରୋଧରେ ମନ୍ତବ୍ୟ ଦେବା, ତେବେ ବିରୋଧୀଙ୍କୁ କିପରି ପରାଜିତ କରିବାରେ ସମର୍ଥ ହେବା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଜାତୀୟ ପ୍ରସଙ୍ଗକୁ ନେଇ ରାଜ୍ୟ ନିର୍ବାଚନ ଲଢ଼ାଯିବା ଉଚିତ ନୁହେଁ ବୋଲି ଖାର୍ଗେ କହିଛନ୍ତି। ଦଳୀୟ ଶୃଙ୍ଖଳାକୁ କଡ଼ାକଡ଼ି ପାଳନ କରିବା ଗୁରୁତ୍ୱପୂର୍ଣ୍ଣ। ଆମକୁ ସବୁ ପ୍ରକାର ସ୍ଥିତିରେ ଏକ ହୋଇ ରହିବାକୁ ପଡ଼ିବ। ଦଳର ବିଜୟ ଆମର ବିଜୟ ଏବଂ ଦଳର ପରାଜୟ ଆମର ପରାଜୟ ବୋଲି ପ୍ରତ୍ୟେକ ଚିନ୍ତା କରିବା ଆବଶ୍ୟକ ବୋଲି ଖାର୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri