୨୦ ବର୍ଷ ହେଲା ଚାପିରହିଛି ଆର୍‌ଡିସି ତଦନ୍ତ ରିପୋର୍ଟ

ଯାଜପୁର,୨୯ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଏବଂ ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ବିରଜା ହାଟ ପୁରୁଣା ସ୍ଥାନରେ ବସିବା ପାଇଁ ଜିଲା ପ୍ରଶାସନର ଅନୁମତି ବିରୋଧରେ ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ରାସ୍ତାରୋକୋ ହିଂସାକାଣ୍ଡର ରୂପ ନେଇଥିଲା। ଏନେଇ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବପ୍ରସାଦ ଦାସ(ଲଲ)ଙ୍କ ସମେତ ୧୯ ଜଣଙ୍କୁ ପୋଲିସ ଗିରଫ କରି ସାରିଛି। ଏଭଳି ସ୍ଥିତିରେ ୨୦ ବର୍ଷ ତଳର ପୁରୁଣା ବିରଜା ମୂର୍ତ୍ତି ବଦଳ ଅଭିଯୋଗ ଘଟଣା ଜିଲାବାସୀଙ୍କ ମନେପଡିଛି। ସେତେବେଳେ ଭାଜପା ଓ ବିଜେଡିର ମେଣ୍ଟ ସରକାର ଚାଲିଥିଲା। ଏହି ଘଟଣାକୁ ନେଇ ବାଦ ବିବାଦ ଚରମ ସୀମାରେ ପହଞ୍ଚତ୍ଥିଲା ଶେଷରେ ତତ୍କାଳୀନ ସରକାର ଆର୍‌ଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଆରଡିସି ତଦନ୍ତ ହୋଇଥିଲେ ମଧ୍ୟ ସେହି ରିପୋର୍ଟ ପ୍ରକାଶ କରାଯାଇ ନ ଥିଲା ସେହି ଦିନଠାରୁ ଚାପି ହୋଇ ରହିଥିବା ଆରଡିସି ତଦନ୍ତ ରିପୋର୍ଟ କେବେ ଲୋକଲୋଚନକୁ ଆସିବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

୨୦୦୪ ସେପ୍ଟେମ୍ବର ୩ ତାରିଖ ମା’ ବିରଜାଙ୍କ ରତ୍ନ ସିଂହାସନରେ ସୃଷ୍ଟି ହୋଇଥିବା ଫାଟକୁ ମରାମତି କରିବା ପାଇଁ ଏକ ଅସ୍ଥାୟୀ ସିଂହାସନ ନିର୍ମାଣ କରାଯାଇଥିଲା। ସେଦିନ ଏହି ଅସ୍ଥାୟୀ ସିଂହାସନରେ ମା’ଙ୍କ ପ୍ରକୃତ ବିଗ୍ରହ ବସାଯିବା ପରିବର୍ତ୍ତେ ଅନ୍ୟ ଏକ ମୂର୍ତ୍ତିକୁ ସେଠାରେ ସ୍ଥାପନା କରାଯାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ୨୦୦୪ ଅକ୍ଟୋବର ୧୪ରେ ମା’ ବିରଜାଙ୍କ ମୂର୍ତ୍ତି ବଦଳ ଅଭିଯୋଗ ନେଇ ପ୍ରଥମ ରିପୋର୍ଟ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହି ଘଟଣା ଯାଜପୁର ଜିଲାବାସୀ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ଏହାକୁ ନେଇ ତତ୍କାଳୀନ ଯାଜପୁର ଜିଲାପାଳ ସୁରେନ୍ଦ୍ର କୁମାର ଏକ ଶାନ୍ତି କମିଟି ଗଠନ କରିଥିଲେ। ଏହି କମିଟିରେ ଥିବା ସଦସ୍ୟମାନେ ମା’ଙ୍କ ମନ୍ଦିରକୁ ଯାଇ ଖୋଳତାଡ଼ କରିଥିଲେ। ଖୋଳତାଡ଼ ସମୟରେ ଏକ ଅଖା ଭିତରେ ମା’ ବିରଜାଙ୍କ ପ୍ରକୃତ ବିଗ୍ରହ (ମୂର୍ତ୍ତି)କୁ ମନ୍ଦିର ପରିସରରେ ଥିବା ଏକ ସୁଡ଼ଙ୍ଗରୁ ଉଦ୍ଧାର କରାଯାଇଥିଲା।ଏହି ଘଟଣା ଆଖି ପିଛୁଳାକେ ପ୍ରଚାର ହୋଇଯିବା ପରେ ସହରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ ଓ ପୋଡ଼ାଜଳା କରିଥିଲେ। ଏପରି କି ଲୋକେ ଏକ ପୋଲିସ ଭ୍ୟାନକୁ ପୋଡ଼ି ଦେଇଥିଲେ।

ପୋଲିସ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଲାଠିଚାର୍ଜ ସାଙ୍ଗକୁ ଫାଙ୍କା ଗୁଳିଚାଳନା କରିଥିଲା। ସେଦିନ ରାତିରେ ପୋଲିସ ପ୍ରତିଶୋଧ ପରାୟଣ ହୋଇ ବହୁ ନିରୀହ ପରିବାର ଉପରେ ନାହିଁ ନ ଥିବା ଅତ୍ୟାଚାର କରିବା ସହ ମହାବୀର ଜିମ୍ନାସିୟମକୁ ଭଙ୍ଗାରୁଜା କରି ୨୬ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପରିବର୍ତ୍ତେ ମାସ ମାସ ଧରି ରାସ୍ତା ଅବରୋଧ, ଧର୍ମଘଟ, ପୋଡାଜଳା ଆଦି ଚାଲୁ ରହିଥିଲା। ମୁଖ୍ୟତଃ ଏହି ମୂର୍ତ୍ତି ବଦଳ ଘଟଣାରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ଅଞ୍ଚଳବାସୀ ବିଜେଡି-ଭାଜପା ମେଣ୍ଟ ସରକାରଙ୍କୁ ଘେରିଥିଲେ। ଫଳରେ ଘଟଣାକୁ ଚାପିଦେବା ପାଇଁ ସମସ୍ତ ଉଦ୍ୟମ ହୋଇଥିଲା। ହେଲେ ଯାଜପୁରବାସୀ ଦୋଷୀକୁ ଦଣ୍ଡ ମିଳୁ ବୋଲି ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ତଦନ୍ତ ପାଇଁ ଆରଡିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତା’ଛଡ଼ା ମା’ ବିରଜାଙ୍କ ପ୍ରକୃତ ବିଗ୍ରହକୁ ୨୮।୧୧।୨୦୦୪ରେ ପୁନଃସ୍ଥାପନା କରାଯାଇଥିଲା। ଗୁରୁବାର ମୂର୍ତ୍ତି ପୁନଃସ୍ଥାପନାକୁ ୨୦ ବର୍ଷ ପୂରିଛି। ହେଲେ ଆରଡିସି ତଦନ୍ତ ରିପୋର୍ଟ ଅଦ୍ୟାବଧି ପ୍ରକାଶ ପାଇପାରିନାହିଁ। ଏପରି କି ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ଏ ସମ୍ପର୍କିତ ତଥ୍ୟ ଏବେ ବି ଲୋକଙ୍କୁ ମିଳିନାହିଁ। ରାଜ୍ୟରେ ନୂଆ ସରକାର କ୍ଷମତାସୀନ ହୋଇଥିବାରୁ ତୁରନ୍ତ ଆର୍‌ଡିସି ରିପୋର୍ଟ ପ୍ରକାଶ କରିବାକୁ ଦାବି ହୋଇଛି। ଏଥିରେ ବହୁ ରାଜନୈତିକ ନେତାଙ୍କ ଗୁମର ଫିଟିବ ବୋଲି ଲୋକେ ଆଲୋଚନା କରୁଛନ୍ତି।

ଯାଜପୁର ଜିଲା ଭାଜପା ସଭାପତି ଗୌତମ ରାୟଙ୍କୁ ପଚାରିବାରେ ସେ କହିଛନ୍ତି, ବିରଜା ମୂର୍ତ୍ତି ବଦଳ ଅଭିଯୋଗ ଘଟଣା ଉପରେ ଲୋକଙ୍କ ମଧ୍ୟରେ ଯେପରି ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବିରଜା ହାଟ ସ୍ଥାନାନ୍ତର ଘଟଣାରେ ସେପରି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ତେଣୁ ସେ ସମ୍ପର୍କରେ ମତ ରଖିବା ଏବେ ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri