Posted inଜାତୀୟ

ସରକାର ନ ହେଉଣୁ ସୋରେନ-ରାହୁଲଙ୍କ ମଧ୍ୟରେ ଫାଟ, କ୍ୟାବିନେଟରେ ମିଳିବନି ସ୍ଥାନ!

ରାଞ୍ଚି,୨୮।୧୧: ଝାଡଖଣ୍ଡରେ ଆଜି ଶପଥ ନେବେ ହେମନ୍ତ ସୋରେନ। ଏନେଇ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଏବେ ତାଙ୍କ ମନ୍ତ୍ରୀମଣ୍ଡଳ ନେଇ ପ୍ରାନ ଉଠୁଛି। ଏନେଇ କୌଣସି ସୂଚନା ମିଳି ନଥିବାବେଳେ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ କିଏ କିଏ ରହିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କ୍ଷମତାକୁ ଫେରିବା ପରେ ହେମନ୍ତଙ୍କ କ୍ୟାବିନେଟର ସମସ୍ୟା ଅଧିକ ଜଟିଳ ହୋଇପଡିଛି। କାରଣ ମେଣ୍ଟ ସରକାରରେ ଏବେ ଜେଏମଏମ ଓ କଂଗ୍ରେସ ଛଡା ସିପିଆଇଏମଆଇ ଏଣ୍ଟ୍ରି ମାରିଛି। ତେଣୁ ମନ୍ତ୍ରୀମଣ୍ଡଳରେ କାହାକୁକେଉଁ ବିଭାଗ ମିଳିବ ତାକୁ ନେଇ ଟେନଶରେ ଅଛନ୍ତି ସୋରେନ ସରକାର।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ, ବର୍ତ୍ତମାନ କେବଳ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଡିସେମ୍ବର ପ୍ରଥମ ସପ୍ତାହରେ କ୍ୟାବିନେଟର ସମ୍ପୂର୍ଣ୍ଣ ସମ୍ପ୍ରସାରଣ ହେବ। କହିରଖୁଛୁ କି, କଂଗ୍ରେସ ଝାଡଖଣ୍ଡର କୋଟା ଆସନ ଉପରେ ଆଖି ରଖିଛି। ପୁରୁଣା ଫର୍ମୂଲାନୁସାରେ କ୍ୟାବିନେଟରେ ଅତି କମରେ ୪ଟି ସିଟ ଚାହୁଁଛି। କିନ୍ତୁ ମେଣ୍ଟ ସରକାରରେ ସିପିଆଇଏମଆଇର ଏଣ୍ଟ୍ରି ପ୍ରବେଶ ଓ ନୂଆ ଆସନ ସମୀକରଣ ହେତୁ ହେମନ୍ତ ତାଙ୍କୁ କମ ସିଟ ଦେବାକୁ ଚାହୁଁଛନ୍ତି।

୨୦୧୯ରେ, ସିପିଆଇଏମଆଇ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରି କେବଳ ଗୋଟିଏ ସିଟ ଜିତିଥିଲା। ଦଳ ୨୦୨୪ରେ ଇଣ୍ଡିଆ ମେଣ୍ଟରେ ପ୍ରବେଶ କରିଛି। ଆଉ ୨୦୨୪ ନିର୍ବାଚନରେ ୨ଟି ଆସନ ମଧ୍ୟ ଜିତିଛି। ଉଭୟ ଆସନ ଧାନବାଡ ଜିଲାର। ସେହିପରି ୨୦୧୯ରେ ଗୋଟିଏ ଆସନ ଜିତିଥିବା ଆରଜେଡି କ୍ୟାବିନେଟରେ ସ୍ଥାନ ପାଇଛି। ଏଭଳି ପରିସ୍ଥିତିରେ ହେମନ୍ତ ମଧ୍ୟ ସିପିଆଇଏମଆଇକୁୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି।

ଯଦି ଆରଜେଡି ପରେ ସିପିଆଇଏମଆଇ କ୍ୟାବିନେଟରେ ସ୍ଥାନ ପାଏ ତେବେ କଂଗ୍ରେସ ଏବଂ ଜେଏମଏମ ପାଇଁ ୧୨ଟି ସିଟ ମଧ୍ୟରୁ ୧୦ଟି ବାକି ରହିବ। ଝାଡଖଣ୍ଡରେ ସିଟ ଦୃଷ୍ଟିରୁ କେବଳ ୧୨ଜଣ ମନ୍ତ୍ରୀ ରହିପାରିବେ। ଜେଏମଏମ ୩୪ଟି ଆସନ ଏବଂ କଂଗ୍ରେସ ୧୬ଟି ଆସନ ଜିତିଛି। ଏହାର ଅର୍ଥ ଗୋଟିଏ ପଦ ପାଇଁ ସମୁଦାୟ ୪.୬ ବିଧାୟକ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ହେମନ୍ତ ୭ଟି ଆସନ ଉପରେ ଦାବି ରଖିଛନ୍ତି। ଗତଥର ମଧ୍ୟ ହେମନ୍ତ ସୋରେନଙ୍କ ଦଳ ୭ଟି ଆସନ ଜିତିଥିଲା। ଜେଏମଏମ କଂଗ୍ରେସକୁ ମାତ୍ର ୩ଟି ଆସନ ଦେବାକୁ ଚାହୁଁଛି। ଜେଏମଏମ କହିଛି ଯେ ଆମେ ୨୦୧୯ରେ RJD ପାଇଁ ଆସନ ତ୍ୟାଗ ଦେଇଥିଲୁ। ଏଥର କଂଗ୍ରେସ ସିପିଆଇଏମଆଇ ପାଇଁ ତ୍ୟାଗ ଦେବା ଉଚିତ। ୨୦୧୯ ରେ ସୂତ୍ର ଅନୁଯାୟୀ, ଜେଏମଏମ କୋଟାରେ ୮ଟି ଏବଂ କଂଗ୍ରେସ ୪ଟି କ୍ୟାବିନେଟ ଆସନ ଥିଲା। ଜେଏମଏମ ଏହାର କୋଟାରୁ RJD କୁ ଗୋଟିଏ ବର୍ଥ ଦେଇଥିଲା ଯେଉଁଥିରେ ଜଣେ ବିଧାୟକ ଅଛନ୍ତି।

କୁହାଯାଉଛି ଯେ ହେମନ୍ତଙ୍କ କ୍ୟାବିନେଟରେ କଂଗ୍ରେସ କେତେ ସିଟ ପାଇବ ତାହା ବିଧାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ନଭେମ୍ବର ୨୯ରେ ସିପିଆଇଏମଆଇ ରାଞ୍ଚିରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛିି। ଏହି ବୈଠକରେ ସରକାରରେ ଯୋଗଦେବା ନିଷ୍ପତ୍ତି ହୋଇପାରେ। ଯେତେବେଳେ ୨୦୨୨ରେ ବିହାରରେ ନୀତୀଶ ଏବଂ ତେଜସ୍ବୀଙ୍କ ସରକାର ଗଠନ ହୋଇଥିଲା, ସେତେବେଳେ ସିପିଆଇଏମଆଇ ବାହାରୁ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ। ଯଦି ଝାଡଖଣ୍ଡରେ ବିଧାୟକ ସମାନ ନିଷ୍ପତ୍ତି ନିଅନ୍ତି, ତେବେ ହେମନ୍ତ କ୍ୟାବିନେଟରେ କଂଗ୍ରେସ ୪ଟି ସିଟ ପାଇପାରିବ। ଆଉ ଯଦି ଦଳ ସରକାରରେ ଯୋଗ ଦିଅନ୍ତି, ତେବେ କଂଗ୍ରେସ ଆସନରେ ହ୍ରାସ ଘଟିବ।

କଂଗ୍ରେସ ଝାଡଖଣ୍ଡ କ୍ୟାବିନେଟରେ ଡେପୁଟି ସିଏମ ପଦବୀ ଦାବି କରୁଥିଲା, କିନ୍ତୁ ସୋରେନ ଏହାକୁ ଗ୍ରହଣ କରିନଥିଲେ। ବର୍ତ୍ତମାନ ଉପ ବାଚସ୍ପତି ପଦ ଉପରେ କଂଗ୍ରେସ ନଜର ରଖିଛି। ଦୀର୍ଘ ଦିନ ଧରି ଝାଡଖଣ୍ଡରେ କୌଣସି ଡେପୁଟି ସ୍ପିକର ନାହାଁନ୍ତି। କଂଗ୍ରେସ ଏହି ପଦବୀରେ ଏହାର ଜଣେ ବରିଷ୍ଠ ନେତାଙ୍କୁ ନିଯୁକ୍ତ କରି ଝାଡଖଣ୍ଡର ରାଜନୀତିରେ ନିଜ ସ୍ଥିତି ମଜବୁତ କରିବାକୁ ଚାହୁଁଛି। ଡେପୁଟି ସ୍ପିକର ପଦ ସାମ୍ବିଧାନିକ ଏବଂ କଂଗ୍ରେସ ମଧ୍ୟ ଏହା ମାଧ୍ୟମରେ କ୍ଷମତାର ସନ୍ତୁଳନ ବଜାୟ ରଖିବାକୁ ଚାହୁଁଛି। ବାଚସ୍ପତିଙ୍କ ପଦ ଜେଏମଏମ ପାଖରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri