Posted inଜାତୀୟ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର

ମୁମ୍ବାଇ ,୨୪ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବଡ଼ ବିଜୟ ହାସଲ କରିଥିବାବେଳେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବିବାଦ ନ ଥିବା ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଶନିବାର କହିଛନ୍ତି। ମହାୟୁତି ମେଣ୍ଟରେ ଥିବା ଭାଜପା, ଶିବସେନା ଏବଂ ଏନ୍‌ସିପି ନେତାମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ସୋମବାର ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଶପଥ ନେବେ। ମହାରାଷ୍ଟ୍ରବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଜଣାଇଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ଏହି ସଫଳତା ପାଇଁ ଫଡ୍‌ନବିସ ଭୋଟରମାନଙ୍କୁ ବିଶେଷ କରି ମହିଳା ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମିଥ୍ୟା ପ୍ରଚାର କରି ଧର୍ମ ଆଧାରରେ ଭୋଟରମାନଙ୍କୁ ଭାଗ ଭାଗ କରିବାକୁ ବିରୋଧୀମାନେ ଚଳାଇଥିବା ଉଦ୍ୟମକୁ ରାଜ୍ୟବାସୀ ପଣ୍ଡ କରିଦେଇଛନ୍ତି। ଭୋଟରମାନଙ୍କ ସମର୍ଥନ, ଭାଜପା ଟିମ୍‌ ଏବଂ ଦଳୀୟ ନେତାମାନଙ୍କ ସହଯୋଗ ପାଇଁ ବିରୋଧୀଙ୍କ ଚକ୍ରବୂ୍ୟହକୁ ସେ ଭାଙ୍ଗିବାରେ ସଫଳ ହୋଇଥିବା ଫଡ୍‌ନବିସ କହିଛନ୍ତି। ସେ ନିଜକୁ ଆଧୁନିକ ଯୁଗର ଅଭିମନ୍ୟୁ ବୋଲି କହିବା ସହ ଚକ୍ରବୂ୍ୟହକୁ କିପରି ଭାଙ୍ଗିବାକୁ ହେବ, ତାହା ଜାଣନ୍ତି ବୋଲି କହିଛନ୍ତି। ସେହିପରି ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ପରିଚାଳିତ ଦଳ ବାସ୍ତବରେ ବାଲାସାହେବ ଠାକ୍‌ରେଙ୍କ ଶିବସେନା ବୋଲି ମହାରାଷ୍ଟ୍ର ଜନସାଧାରଣ ଦେଖାଇଦେଇଥିବା ସେ କହିଛନ୍ତି। ଫଡ୍‌ନବିସ ନାଗପୁର ଦକ୍ଷିଣପଶ୍ଚିମ ଆସନରୁ ବିଜୟୀ ହୋଇଛନ୍ତି।

ଭାରତୀୟ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଶରଦ ପାଓ୍ବାରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଯାଉଥିବାବେଳେ ସେ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଥିବା ନିକଟରେ ସୂଚନା ଦେଇଥିଲେ। ତେବେ ଲୋକ ସଭା ନିର୍ବାଚନର ୬ ମାସ ପରେ ତାଙ୍କ ଅଙ୍କ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି। ତାଙ୍କ ନେତୃତ୍ୱାଧୀନ ଏନ୍‌ସିପିକୁ ସବୁଠୁ ବଡ଼ ଝଟକା ଲାଗିଛି। ୮୭ ଆସନରେ ଏନ୍‌ସିପି (ଏସ୍‌ପି) ପ୍ରାର୍ଥୀ ଦେଇଥିବାବେଳେ ମାତ୍ର ୧୦ଟିରେ ବିଜୟୀ ହୋଇଛି। ଅର୍ଥାତ୍‌ ତାଙ୍କ ଦଳର ଭୋଟ ହାର ୧୧.୨୮ ପ୍ରତିଶତ ରହିଛି, ଯାହା ବର୍ଷୀୟାନ ନେତାଙ୍କ ଦଳର ସବୁଠୁ ଖରାପ ପ୍ରଦର୍ଶନ। ୬ ମାସ ପୂର୍ବରୁ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ପାଓ୍ବାରଙ୍କ ଦଳର ଭୋଟ ହାର ୮୦ ପ୍ରତିଶତ ରହିଥିଲା। ଏଥର ନିର୍ବାଚନରେ ତାଙ୍କ ଦଳ ଅଜିତ ପାଓ୍ବାରଙ୍କ ଗୋଷ୍ଠୀଠାରୁ ୩୧ ଆସନ ପଛରେ ରହିଛି। ଉଭୟ ଦଳ ମଧ୍ୟରେ ଅସ୍ତିତ୍ୱ ପାଇଁ ଲଢ଼େଇ ଚାଲିଥିଲା। ଏନ୍‌ସିପିରୁ ଅଜିତ ପାଓ୍ବାର ଅଲଗା ହୋଇଯିବା ପରେ ଏହା ଥିଲା ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ। ଲୋକ ସଭା ନିର୍ବାଚନରେ ଶରଦଙ୍କ ଦଳ ନିର୍ଣ୍ଣାୟକ ବିଜୟ ହାସଲ କରିଥିବାରୁ ତାଙ୍କ ଗୋଷ୍ଠୀ ନିଜକୁ ପ୍ରକୃତ ଏନ୍‌ସିପି ବୋଲି ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri