Posted inଜାତୀୟ

ପ୍ରଦୂଷଣ ବଳୟରେ ରାଜଧାନୀ, ଜାରି ହେଲା ଜିଆର୍‌ଏପି-୪ କଟକଣା

ନୂଆଦିଲ୍ଲୀ,୧୮ା୧୧: ସୋମବାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପ୍ରତି ବିପଦ ସ୍ତରରେ ପହଞ୍ଚିବା ପରେ  ଜିଆର୍‌ଏପି-୪ ଲାଗୁ କରାଯାଇଛି। ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫ୍‌ଲାଇନ ମୋଡ୍‌ରେ ଖୋଲିବ। ଅନ୍ୟ ସମସ୍ତ ଶ୍ରେଣୀ ପାଇ ଅନଲାଇନରେ ପାଠପଢ଼ା ହେବ।

ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ସୋମବାରଠାରୁ ଜିଆର୍‌ଏପି-୪ ଲାଗୁ ହେବା ସହିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଛାତ୍ରଙ୍କ ପାଇଁ ଅଫଲାଇନ୍‌ କ୍ଲାସ୍‌ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଅନ୍‌ଲାଇନ୍‌ କ୍ଲାସ କରିବେ।

କ୍ରମାଗତ ୫ମ ଦିନରେ ଦିଲ୍ଲୀର ପ୍ରଦୂଷଣସ୍ତର ବିପଜ୍ଜନକ ସ୍ତରରେ ରହିଥିବା ବେଳେ ଦିଲ୍ଲୀ ସରକାର ଏହି ଘୋଷଣା କରିଛନ୍ତି। ଫେଜ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ (ଜିଆରଏପି)ର ଚତୁର୍ଥ ପର୍ଯ୍ୟାୟରେ ଦିଲ୍ଲୀ-ନ୍ୟାଶନାଲ କ୍ୟାପିଟାଲ ରିଜିଅନ (ଏନ୍‌ସିଆର୍‌) ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଆୟୋଗ ଲାଗୁ ହେବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି।

ଗ୍ରେପ୍‌-୪ର ଚତୁର୍ଥ ପର୍ଯ୍ୟାୟ ସୋମବାର ସକାଳ ୮ଟାରୁ କାର୍ଯ୍ୟକାରୀ ହୋଇଛି। ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ରବିବାର ‘ଗୁରୁତର’ ବର୍ଗରେ ପହଞ୍ଚିଛି। ଦିଲ୍ଲୀର ଏକ୍ୟୁଆଇ ଅପରାହ୍ନ ୪ଟା ୪୪୧ରେ ରେକର୍ଡ କରାଯାଇଥିଲା, ଯାହା ପ୍ରତିକୂଳ ପାଗ ଯୋଗୁ ସନ୍ଧ୍ୟା ୭ଟା ସୁଦ୍ଧା ୪୫୭କୁ ବୃଦ୍ଧି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri