ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌: ଜୟନାରାୟଣ

ସମ୍ବଲପୁର,୧୫।୧୧(ଭବାନୀ ଶଙ୍କର ଭୋଇ)\:ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌ । କେସ୍‌, ମୋ ପାଇଁ କେସ୍‌ ଗୋଟେ ଉପହାର ସଦୃଶ ା ବିଜେଡି ସରକାର ମୋତେ ନିର୍ଯାତନା ଦେବା ପାଇଁ କେସ୍‌ ଦେଉଥିଲା। ବିରୋଧୀ ଦଳରେ ରହିଲେ କେସ୍‌ ହେବ। ଯାହା ନାମରେ କେସ୍‌ ନାହିଁ ସେ ରାଜନୀତି କରିବା ପାଇଁ ଅନଫିଟ୍‌। ବିରୋଧୀ ଦଳରେ ଥିବା ସମୟରେ ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରୁଥିଲି, ରାଜ୍ୟ ସରକାରକୁ ଘେରୁଥିଲି। ରାଜନୈତିକ ଆନ୍ଦୋଳନ କଲେ ବି ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରି ମୋ ନାମରେ ମାମଲା ରୁଜୁ କରୁଥିଲା। ସେଥିପାଇଁ ମୋ ନାମରେ କେଉଁଠି କ’ଣ ମାମଲା ଅଛି ମୁଁ ତା’ର ହିସାବ ରଖିନାହିଁ। ପୋଲିସ ତତ୍କାଳୀନ ସରକାର ଚାପରେ ମୋ ନାମରେ କେସ୍‌ କରୁଥିଲା ।
ସେଥିପାଇଁ ମୁଁ ଆଦୌ ଚିନ୍ତିତ ନୁହେଁ ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।
ଗୁରୁବାର ସମ୍ବଲପୁର ଭାଜପା କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧି ସୁପ୍ରିମ କୋର୍ଟରେ ଆଗୁଆ ଜାମିନ୍‌ ଖାରଜ ହୋଇଥିବା ନେଇ ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। ହେଲେ ସେହି ବିଷୟରେ ସେ କିଛି ସୂଚନା ପାଇନହାନ୍ତି ବୋଲି କହିଥିଲେ। ଏହାପରେ ଗଣମାଧ୍ୟମ କେଉଁ କେସ୍‌ର ଆବେଦନ ଖାରଜ ହୋଇଛି ବୋଲି ପ୍ରଶ୍ନ କରିବାରୁ ତାଙ୍କ ନାମରେ ୭୨ ମାମଲା ରହିଥିବାରୁ କେଉଁ କେସ୍‌ କେଉଁ କୋର୍ଟରେ ଚାଲିଛି ସେ ନିଜେ ଜାଣନ୍ତି ନାହିଁ ବୋଲି କହିଥିଲେ। ଅନେକ କେସ୍‌ ଖାରଜ ହୋଇସାରିଛି ଏବଂ ବାକି ସବୁ ମଧ୍ୟ ୨- ୩ ମାସରେ ଖାରଜ ହୋଇଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ସୁପ୍ରିମକୋର୍ଟରେ ଅଗ୍ରିମ ଜାମିନ ଆବେଦନ ଖାରଜ ହୋଇଥିବାରୁ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସୁଯୋଗ ମିଳିବା ନେଇ ଆଶଙ୍କା ରହିଛି କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ସେ ମନ୍ତ୍ରୀ ହେବା ପାଇଁ ଲାଳାୟିତ ନ ଥିବା କହିଥିଲେ। ପୁନଶ୍ଚ କେସ୍‌ ସହିତ ମନ୍ତ୍ରିମଣ୍ଡଳରେ ସାମିଲ ହେବାର କୌଣସି ସମ୍ପର୍କ ନ ଥିବା ସେ କହିଥିଲେ। ରାଜନେତାମାନଙ୍କ ବ୍ୟବହାର ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା କଥା। ତେଣୁ ମହିଳା ପୋଲିସ ଉପରେ ଆକ୍ରମଣ ଘଟଣାକୁ କିଭଳି ଦେଖୁଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଜୟନାରାୟଣ କହିଥିଲେ, ଜଣେ ପୋଲିସ ମୋ ଗୋଡ଼କୁ ଜୋତାରେ ମାଡ଼ିଦେବ, ମୁଁ ତାକୁ ଧକ୍କା ନ ଦେଇ କ’ଣ ଅପେକ୍ଷା କରିବି ବୋଲି ସେ ପ୍ରଶ୍ନ କରିଥିଲେ। ଯଦି ପୋଲିସ ଜନସାଧାରଣଙ୍କୁ ବାଡ଼େଇବ, ତେବେ ଜନସାଧାରଣ ପୋଲିସକୁ ଗୋଡ଼େଇ ବାଡ଼େଇବା କଥା। ରାଜନୈତିକ ନେତାଙ୍କ ଭାବମୂର୍ତ୍ତି ତାଙ୍କ କାମକୁ ନେଇ ହୋଇଥାଏ। ସେ ଲୋକଙ୍କ ପାଇଁ କାମ କରୁଛନ୍ତି। ତେଣୁ କେସ୍‌ ମକଦ୍ଦମାକୁ ନେଇ ଖାତିର କରନ୍ତି ନାହିଁ ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri