ଆମ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଶେଷ କରିଦେଲେ; କାହିଁକି ଏମିତି କହିଲେ ନବୀନ…

ଭୁବନେଶ୍ୱର,୭।୧୧: କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତାହତ ଘଟଣାକୁ ନେଇ ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆମର ବାର ବର୍ଷର ତପସ୍ୟାକୁ ଭାଜପା ସରକାର ଶୁଖୁଆ ପୋଡ଼ାରେ ଶେଷ କରିଦେଲେ। ବିଜେଡି ସରକାରଙ୍କ ବିକାଶମୂଳକ ଯୋଜନା ଲୋକମାନଙ୍କୁ ବଞ୍ଚିବାକୁ ଶକ୍ତି ଦେଉଥିଲା । ଏବେ ଭାଜପା ସରକାର ବିନା କାରଣରେ ଆଦିବାସୀଙ୍କ ଚାଉଳକୁ ବନ୍ଦ କରିଦେଇଛନ୍ତି । ଆଦିବାସୀମାନେ ଆମ୍ବ ଟାକୁଆ ଖାଉଛନ୍ତି, ଏହା ବହୁତ ଦୁଃଖର କଥା ବୋଲି ନବୀନ କହିଛନ୍ତି ।

ଅପରପକ୍ଷେ କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ବିଜେଡି। ସେହିପରି ଆଦିବାସୀମାନଙ୍କୁ ତାତ୍ସଲ୍ୟ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କ୍ଷମା ମାଗନ୍ତୁ ବୋଲି ମଧ୍ୟ ବିଜେଡି ଦାବି କରିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟ ଆମ୍ବ ଟାକୁଆ ଜାଉ ବୋଲି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି ହୋଇଛି ।

ସୂଚନାଯୋଗ୍ୟ, ଆମ୍ବ ଟାକୁଆ ଖାଇ ଏଯାବତ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ...

ଶହବାଜ-ମୁନିରଙ୍କୁ ମନାଇବାକୁ ପାକିସ୍ତାନ ଗସ୍ତ କରିବେ ସି ଜିନପିଙ୍ଗ

ବେଜିଂ,୨୦।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଘୋଷଣା କରିଛନ୍ତି ଯେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବେ। ଏହି ଗସ୍ତ...

ଆଜିଠୁ ନବୀନ ଯୁଗ ଆରମ୍ଭ: ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରତୀକ୍ଷା ପରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ନୂତନ ସଭାପତି ମିଳିଛି। ପାଞ୍ଚଥର ବିଧାୟକ ନୀତିନ ନବୀନଙ୍କୁ ଦଳର ନୂତନ ମୁଖ୍ୟ...

ନିମନ୍ତ୍ରଣ କାର୍ଡର ଦାମ୍ ୨୫ ଲକ୍ଷ; ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ବାପାଙ୍କ ଅନନ୍ୟ ପଦକ୍ଷେପ, ୩ କେଜି ରୂପା…

ଜୟପୁର,୨୦ା୧: ପ୍ରତ୍ୟେକ ପିତା ଚାହାଁନ୍ତି ଯେ ତାଙ୍କ ଝିଅର ବିବାହ ଏକ ସ୍ମରଣୀୟ ହେଉ, ଯାହା ଜୀବନବ୍ୟାପୀ ସେମାନଙ୍କ ହୃଦୟରେ ରହିବ । ଜୟପୁରର ଶିବ...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ବାଂଲାଦେଶ: ଚାଇନା ସହ ମିଶି ଚିକେନ ନେକରେ…

ଢାକା,୨୦।୧: ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶ ନିରନ୍ତର ଭାରତ ବିରୋଧୀ ପଦକ୍ଷେପ ନେଇ ଆସୁଛି। ଭାରତ ବିରୋଧରେ ବାଂଲାଦେଶର ଷଡ଼ଯନ୍ତ୍ର ପୂର୍ବରୁ ପର୍ଦ୍ଦାଫାସ ହୋଇସାରିଛି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri