ମହାନଦୀ ପୋଲକୁ ବିପଦ ଭାରିଯାନ: ଅଟକି ରହୁଛି ଶତାଧିକ ଟ୍ରକ

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ଚଣ୍ଡିଖୋଲ ୫ନଂ (କ) ଜାତୀୟ ରାଜପଥର ଭୂତମୁଣ୍ଡାଇଠାରେ ମହାନଦୀ ଉପରେ ନିର୍ମାଣ ହୋଇଛି ଏକ ବୃହତ ପୋଲ। ୯୭୦ ମିଟର ଲମ୍ବ ବିଶିଷ୍ଟ ଏହି ପୋଲ ଉପରେ ଏବେ ଶତାଧିକ ଭାରିଯାନ ଧାଡ଼ିରେ ଅଟକି ରହୁଛି। ଅର୍ଥାତ୍‌ ପୋଲର ଗୋଟିଏ ପାର୍ଶ୍ୱରେ ମାଲବୋଝେଇ ପ୍ରାୟ ୧୦୬ଟି ୧୪ ଚକିଆ ଟ୍ରକ୍‌ ସ୍ଥିର ହୋଇ ରହୁଛି। ସେହି ପୋଲର ଡାହାଣ ପାର୍ଶ୍ୱରେ ଅନ୍ୟ ଭାରିଯାନ ଚଳାଚଳ କରୁଛି। ତେଣୁ ପ୍ରାୟ ସବୁ ସମୟରେ ପୋଲରେ ଭୂକମ୍ପ ସୃଷ୍ଟି ହେଲା ଭଳି ଅନୁଭବ ହେଉଛି। ୧୦୬ଟି ଗାଡିର ଓଜନ ପ୍ରାୟ ୫ ହଜାର ମେଟ୍ରିକ ଟନ୍‌ ପାଖାପାଖି ରହୁଛି। କାରଣ ଗୋଟିଏ ୧୪ ଚକିଆ ବୋଝେଇ ଗାଡିର ଓଜନ ୪୨ ଟନ୍‌ ହେବ। ଏମିତି ଅବସ୍ଥା ସବୁଦିନ ସବୁ ସମୟରେ ଦେଖିବାକୁ ମିଳୁଛି। ପୋଲ ଉପରେ ଟ୍ରକ୍‌ଗୁଡିକ ଧାଡ଼ିରେ ନ ରଖିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାୟତଃ ବାରଣ କରାଯାଇଥାଏ। କିନ୍ତୁ ଏହାକୁ କୌଣସି ଟ୍ରକ୍‌ ଚାଳକ ପାଳନ କରୁନାହାନ୍ତି। ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ମଧ୍ୟ ସେପରି କିଛି ଅଙ୍କୁଶ ଲଗାଯାଉନାହିଁ। ପ୍ରାୟ ଅଧିକାଂଶ ଗାଡି ମାଲିକ ଓ ଚାଳକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯାଗିତା ଚାଲିଛି କିଏ ଆଗ ପାରାଦୀପରେ ପହଞ୍ଚତ୍ ପଣ୍ୟ ଖଲାସ କରିବ। ଦୈନିକ ୭ରୁ ୮ ହଜାର ଟ୍ରକ୍‌ ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲାର ଦୁହୁରିଆ ପର୍ଯ୍ୟନ୍ତ ଲାଇନ୍‌ ଲଗାଉଛନ୍ତି। ସେହି ରାସ୍ତାରେ ଥିବା ପ୍ରାୟ ସବୁ ପୋଲ ଉପରେ ଏଭଳି ଅବସ୍ଥା। ଅନ୍ୟ ପୋଲଗୁଡିକ ଛୋଟ ଥିବାରୁ ସେଠାରେ ବିପଦ ପ୍ରାୟତଃ ବାହାରକୁ ଜଣାପଡ଼େନାହିଁ। କିନ୍ତୁ ମହାନଦୀ ପୋଲ ଲମ୍ବା ଏବଂ ସେଥିରେ ଗାଡି ରହିବା ଯୋଗୁ ଅଧିକାଂଶ ସମୟ ତାହା ଦୋହଲୁଛି। ଏହି ପୋଲର ସୀମା ଅର୍ଦ୍ଧେକ କେନ୍ଦ୍ରାପଡ଼ା ଓ ଅର୍ଦ୍ଧେକ ଜଗତ୍‌ସିଂହପୁର ଜିଲାରେ ଯାଉଛି। ଏପରି ଦୈତ୍ୟ ଜିଲା ଅଧୀନ ସୀମା ଯୋଗୁ ଦୁଇ ଜିଲାର ପ୍ରଶାସନ ବିଶେଷ ଧ୍ୟାନ ଦେଉନାହାନ୍ତି। ରାଜପଥ କର୍ତ୍ତୃପକ୍ଷ ମଧ୍ୟ କୌଣସି ଅଙ୍କୁଶ ଲଗାଉନାହାନ୍ତି। ଗୋଟିଏ ଲାଇନ୍‌ରେ ଗାଡି ଅଧା ପୋଲକୁ ଅକ୍ତିଆର କରିବା ଏବଂ ଆଉ ଅର୍ଦ୍ଧେକ ରାସ୍ତାରେ ଅନ୍ୟ ଗାଡି ଚଳାଚଳ ଯୋଗୁ ରାସ୍ତା ସଙ୍କୁଚିତ ହେଉଛି। ଯଦ୍ଦ୍ବାରା ସେହି ସ୍ଥାନରେ ଏହି କାରଣ ପାଇଁ ଦୁର୍ଘଟଣା ଘଟୁଛି। ମଙ୍ଗଳବାର ଧାଡ଼ିରେ ଥିବା ଟ୍ରକ୍‌ରୁ ଜଣେ ହେଲ୍‌ପର ଡୋର ଖୋଲି ଓହ୍ଲାଇବାବେଳେ ପଛରେ ଆସୁଥିବା ଏକ ଟାଟା ଏସିଇ ଗାଡି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହିପରି ଅନେକ ଦୁର୍ଘଟଣା ଘଟୁଛି। କେତେକ ଟ୍ରକ୍‌ ଚାଳକ ଡୋର ଖୋଲିବା ବେଳେ ବାଇକ ଚାଳକ ବାଡେଇ ହେବା ସାଧାରଣ ଘଟଣା ପାଲଟିଗଲାଣି। ମହାନଦୀ ପୋଲ ଉପରେ ଭାରିଯାନ ରହିବାକୁ କଟକଣା କରା ନ ଗଲେ କେତେବେଳେ ଯେ ଅଘଟଣ ନ ଘଟିବ ସେ କଥା କହିହେବନାହିଁ। ଦୁଇ ଜିଲା ପ୍ରଶାସନ ଓ ରାଜପଥ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri