ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ ଅନ୍ୟ ପରିବାରକୁ ଟେକିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ଶନିବାର ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଶିଶୁପୁତ୍ରକୁ ଉଦ୍ଧାର କରିଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।
ସୂଚନାନୁଯାୟୀ, ସୋହେଲା ଥାନା ଖଇରପାଲି ଗ୍ରାମର ଗଣେଶ ଭୋସାଗରଙ୍କ ୬ ସନ୍ତାନ। ତେବେ ସବାସାନ ସନ୍ତାନଟି ଏକ ଶିଶୁପୁତ୍ର। ଅନ୍ୟପଟେ ଏହି ଥାନା ଅନ୍ତର୍ଗତ ଦୁଆନପାଲି ଗ୍ରାମର ଟିକେଶ୍ୱର ମେହେରଙ୍କ ପୁତ୍ର ସନ୍ତାନ ନାହାନ୍ତି। କିଛିଦିନ ତଳେ ଗଣେଶ ତାଙ୍କ ସାନପୁଅକୁ ଟିକେଶ୍ୱରଙ୍କୁ ଦେଇଥିଲେ। ଟିକେଶ୍ୱର ମଧ୍ୟ ତାଙ୍କୁ ପୁଅ ଭାବେ ଗ୍ରହଣ କରିଥିଲେ। ତେବେ ଶିଶୁପୁତ୍ରକୁ ଯେଭଳି ଭାବେ ଗ୍ରହଣ କରିଛନ୍ତି, ତାହା ଆଇନ ସମ୍ମତ ନୁହେଁ ବୋଲି ଖବର ପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ତପନ କୁମାର ପାତ୍ର ଦୁଆନପାଲି ଗ୍ରାମର ଟିକେଶ୍ୱରଙ୍କ ଘରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଏହା ସହିତ ଉଭୟ ପରିବାର ଲୋକଙ୍କୁ ଡାକି ସେ ନେଇ ପଚରାଉଚରା କରିଥିଲେ।
ତେବେ ଶିଶୁପୁତ୍ରର ବାପା ଗଣେଶ କହିଛନ୍ତି, ତାଙ୍କ ୫ପୁଅ ଏବଂ ଜଣେ ଝିଅ। ଅପରପକ୍ଷେ ତାଙ୍କ ପରିଚିତ ଟିକେଶ୍ୱରଙ୍କ ପୁତ୍ର ସନ୍ତାନ ନାହାନ୍ତି। ଅଭାବ ଯୋଗୁ ନିଜ ପରିବାରରେ ସବୁ ଛୁଆଙ୍କ ଯତ୍ନ ଠିକ୍‌ ଭାବେ ନେଇ ପାରିବେ ନାହିଁ ବୋଲି ଭାବିଥିଲେ। ଫଳରେ ଉଭୟପକ୍ଷଙ୍କ ସହମତି କ୍ରମେ ସେ ଶିଶୁପୁତ୍ରକୁ ଟିକେଶ୍ୱରଙ୍କୁ ଦେଇଥିଲେ ବୋଲି ସେ କହିଛନ୍ତି। ସେହିପରି ତଦନ୍ତ ଚାଲିଛି ଏବଂ କେଉଁ ଉଦ୍ଦେଶ୍ୟରେ ଶିଶୁପୁତ୍ର ଅନ୍ୟ ପରିବାରକୁ ଦେଇଥିଲେ, ତଦନ୍ତ ପରେ ତାହା ଜଣାପଡ଼ିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri