ଭଦ୍ରକରେ ଇଣ୍ଟରନେଟ୍‌ ସେବା ବନ୍ଦ: ୧୦ ଗିରଫ

ଭଦ୍ରକ,୨୮।୯: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି। ଏଥିରେ ୨ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିଛି। ଉତ୍ତେଜନା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲା ପ୍ରଶାସନ ପକ୍ଷରୁ ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି କରାଯିବା ସହ ଘଟଣାସ୍ଥଳରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ଭଦ୍ରକ ହିଂସାକୁ ନେଇ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟେନେଟ ସେବା ବନ୍ଦ ରହିଛି। ପୋଲିସକୁ ଆକ୍ରମଣ ଘଟଣାରେ ବିଳମ୍ବିତ ରାତିରେ ୧୦ ଜଣକୁ ଗିରଫ କରିଛି ପୋଲିସ। ଧାମନଗର ଥାନା ଘେରାଉ ଓ ରାସ୍ତାରୋକୋ ଘଟଣାରେ ୧୦ ଜଣଙ୍କୁ ଅଟକ ରଖାଯାଇଛି।

ଘଟଣାରୁ ପ୍ରକାଶ ଯେ, ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବକ ଗୁରୁବାର ସନ୍ଧ୍ୟାରେ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଏକ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ବ୍ୟକ୍ତି ପୁରୁଣାବଜାର ଥାନାରେ ଅଭିଯୋଗ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ ପାଇଁ ଦାବି କରିଥିଲେ। ୨ ଦିନ ଭିତରେ ଉକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।

ପୋଷ୍ଟ କରିଥିବା ଯୁବକ ଜଣକ ସୋସିଆଲ ମିଡିଆରେ ପୁନର୍ବାର କିଛି ମେସେଜ୍‌ କରିବା ପରେ ଶୁକ୍ରବାର ଅପରାହ୍ନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଯୁବକ ଏକଜୁଟ ହୋଇ ଭଦ୍ରକ ସହର ଆଡ଼କୁ ଆସୁଥିବା ପୋଲିସ ଖବର ପାଇଥିଲା। ସନ୍ଥିଆ ପୋଲ ନିକଟରେ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲେ। ସେମାନେ ଉକ୍ତ ଯୁବକଙ୍କୁ ଏବେ ତୁରନ୍ତ ଗିରଫ କରାଯାଉ ବୋଲି ଅଡ଼ି ବସିବା ସହ ଟାୟାର ଜାଳି ସନ୍ଥିଆ ପୋଲ ନିକଟରେ ରାସ୍ତା ଅବରୋଧ କରିଥିଲେ। ପୋଲିସ ସହ ଯୁକ୍ତିତର୍କ ଓ ଠେଲାପେଲା ହେବାରୁ ପୋଲିସ ଲାଠି ଧରି ସେମାନଙ୍କୁ ଘଉଡ଼ାଇଥିଲା।

ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଇଟାପଥର ମାଡ଼ କରିବାରୁ ଟାଉନ ଥାନା ଏସ୍‌ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଆହତ ହୋଇଛନ୍ତି। ଏକାଧିକ ପୋଲିସ କର୍ମଚାରୀଙ୍କ ଉପରେ ଢେଲା ମାଡ଼ ହୋଇଛି। ସିଟି ଡିଏସ୍‌ପି ଦ୍ୱିବେଦୀ ବୁଝାଶୁଝା କରୁଥିବା ବେଳେ ଆକ୍ରମଣରେ ଆହତ ହୋଇଛନ୍ତି। ସେହିପରି ଢେଲା ମାଡ଼ରେ ତହସିଲଦାରଙ୍କ ଗାଡ଼ି କାଚ ଭାଙ୍ଗିଯାଇଛି। ଉପଜିଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶନାମା ନଂ. ୧୬୯୬ ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉତ୍ତେଜନା ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି। ଏହି ସମୟ ମଧ୍ୟରେ କୌଣସି ସଭା ସମିତି ନ କରିବା, ଏକତ୍ରିତ ନ ହେବାକୁ ପୁରୁଣାବଜାର ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଛି। ଘଟଣାସ୍ଥଳରେ ସିଟି ଡିଏସ୍‌ପି, ତହସିଲଦାର, ଟାଉନ ଥାନାଧିକାରୀ ଓ ପୁରୁଣାବଜାର ଥାନାଧିକାରୀ ନୀରୋଜ ସାମଲ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ। ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କରିଥିବା ଯୁବକଙ୍କୁ ଦୁଇଦିନ ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ପୂର୍ବରୁ ସେମାନେ ବହୁସଂଖ୍ୟାରେ ଏକତ୍ରିତ ହୋଇ ଆଇନଶୃଙ୍ଖଳା ପରିସ୍ଥିତିକୁ ହାତକୁ ନେଇଥିତ୍ବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ସିଟି ଡିଏସ୍‌ପିଦ୍ୱିବେଦୀ କହିଥିଲେ। ରାତିରେ ସିଟି ଡିଏସ୍‌ପିଙ୍କ ନେୃତତ୍ୱରେ ପୁରୁଣାବଜାର ଅଞ୍ଚଳରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇ ଦୋକାନ ବଜାର ବନ୍ଦ କରାଯାଇଛି।

ଡିଆଇଜି ସତ୍ୟଜିତ୍‌ ନାୟକ, ଜିଲାପାଳ ଦିଲୀପ ରାଉତରାଏ, ଏସ୍‌ପି ବରୁଣ ଗୁଣ୍ଟୁପାଲି ଓ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପୁରୁଣାବଜାର ଥାନାରେ ପହଞ୍ଚତ୍ ଆଲୋଚନା କରିଥିଲେ। ପରେ ଡିଆଇଜି, ଜିଲାପାଳ, ଏସ୍‌ପିଙ୍କ ସହ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଲିସକୁ ଆକ୍ରମଣରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉକ୍ତ ଅଞ୍ଚଳକୁ ନାକାବନ୍ଦୀ କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟ ଘଟଣାର ତଦନ୍ତ ଦାୟିତ୍ୱ ସାଇବର ପୋଲିସକୁ ଦିଆଯାଇଛି ବୋଲି ଡିଆଇଜି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri