ଆକାଉଣ୍ଟକୁ ୧ ଟଙ୍କା ଆସି ନ ଥିଲେ ସୁଭଦ୍ରା ଟଙ୍କା ପାଇବେ ନା ନାହିଁ: ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର,୧୬।୯: ରାଜ୍ୟରେ ଏବେ ‘ସୁଭଦ୍ରା’ କ୍ରେଜ୍‌ ଚାଲିଛି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡେ ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା ଚାଲିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଭୁବନେଶ୍ୱର ଆସି ଏହି ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫-୫ ହଜାର ଟଙ୍କା ପାଇବେ। ତା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏ ପଠାଇଛନ୍ତି । ଏନେଇ ମୋବାଇଲକୁ କନଫର୍ମେସନ ମେସେଜ ଆସିଛି। ତେବେ ମେସେଜ୍‌ ଆସି ନ ଥିବା ହିତାଧୀକାରୀ ଚିନ୍ତିତ ଅଛନ୍ତି ଯେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ କି ନାହିଁ। ଏସବୁ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆକାଉଣ୍ଟକୁ ୧ ଟଙ୍କା ନ ଆସିଥିଲେ ବି ୧୭ରେ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିବା ସେ କହିଛନ୍ତି।

ସୁଭଦ୍ରା ଯୋଜନାର ଆବେଦନ ମଧ୍ୟରେ ସାଇବର ଠକ ମାତିଛନ୍ତି । କିଛି ହିତାଧିକାରୀଙ୍କ ମୋବାଇଲକୁ ଫେକ ଲିଙ୍କ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାରଙ୍କ ତରଫରୁ କୌଣସି ଫୋନ କଲ ଯାଉନି । ଯଦି କିଛି ଲିଙ୍କ ଆସୁଥାଏ, ଏହା ସାଇବର ଠକଙ୍କ କାମ ହୋଇପାରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥିପାଇଁ ସତର୍କ ରହନ୍ତୁ, କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ। ଫର୍ମରେ ଆବେଦନ କରନ୍ତୁ, ଇ-କେୱାଇସି ଦିଅନ୍ତୁ, ନିଶ୍ଚିତ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୁଭଦ୍ରା ଯୋଜନା ସହିତ ନିର୍ବାଚନ ବେଳେ ଦେଇଥିବା ମୋଦି ଗ୍ୟାରେଣ୍ଟି ପୂରଣ କରିବେ। ଯୋଜନା ଲଂଚ ହେବା ପୂର୍ବରୁ ରାଜ୍ୟବ୍ୟାପୀ ଆୟୋଜିତ ହୋଇଛି ସୁଭଦ୍ରା ସ୍ବାଗତ ପଦଯାତ୍ରା। ସୁଭଦ୍ରା ଲାଗି ଏବେ ସୁଦ୍ଧା ପ୍ରାୟ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିସାରିଲେଣି ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri