ବିଧାନସଭାରେ ଉଠିଲା ପ୍ରଶ୍ନ, ମାଗଣା ବିଜୁଳିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର,୧୧।୯: ବିଧାନସଭାରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ। ମାଗଣା ବିଜୁଳିକୁ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନବର୍ଦ୍ଧନ ସିଂହଦେଓ।

ମନ୍ତ୍ରୀ କହିଛନ୍ତି, ସୁଇଚ ଅଫ ନ କଲେ ବିଲ ଅଧିକ ଆସିବ। ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ। କୌଣସି ସେବାକୁ ମାଗଣାରେ ଆଶା ରଖନ୍ତୁ ନାହିଁ। ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଏବଂ ମେସେଜ ଦିଆଯାଉଛି। ଅନେକ ସମୟରେ ସୁଇଚ ଅଫ କେହି କରୁନାହାଁନ୍ତି।

ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି, ମୋବାଇଲ ଚାର୍ଜର ସୁଇଚ କେହି ବନ୍ଦ କରୁନାହାଁନ୍ତି, ଏହାଦ୍ୱାରା ଅଧିକ ବିଲ ଆସିଥାଏ। ଉପଭୋକ୍ତାମାନଙ୍କୁ ସଚେତନ କରିବାକୁ ମନ୍ତ୍ରୀ ସବୁ ବିଧାୟକଙ୍କୁ ନିବେଦନ କରିଛନ୍ତି। ମିଟର ଅସୁବିଧା ଥିଲେ ଟାଟା ପାୱାର କର୍ମଚାରୀ ପହଞ୍ଚି ସମସ୍ୟା ଦୂର କରିବେ।

କିନ୍ତୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ ବିଦ୍ୟୁତ ମାଗଣା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ। ପିଏମ ସୂର୍ଯ୍ୟ ଘର ମାଗଣା ବଦ୍ୟୁତ ଯୋଜନାର ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ପଞ୍ଜୀକରଣ କରିବା ପରେ ସୋଲାର ରୁଫଟପ ସ୍ଥାପନ କରିବାକୁ ପଡ଼ିବ। ଏହି ଯୋଜନା ଅନ୍ତର୍ଗତ ସୋଲାର ରୁଫଟପ ପ୍ଲାଣ୍ଟ ସ୍ଥାପନ ପାଇଁ ୪୫ ହଜାରରୁ ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ। ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଆପଣଙ୍କୁ ୧.୮ ଲକ୍ଷ ଟଙ୍କା ଦେବେ ସରକାର।

ଏହି ଯୋଜନା ଅଧୀନରେ ଗୋଟିଏ କିଲୋୱାଟ ସୋଲାର ରୁଫଟପ ସ୍ଥାପନ ପାଇଁ ୪୫ ହଜାର ଟଙ୍କା, ଦୁଇଟି କିଲୋୱାଟର ସୋଲାର ରୁଫଟପ ସ୍ଥାପନ ପାଇଁ ୯୦ ହଜାର ଟଙ୍କା ଏବଂ ତିନୋଟି ୧୦ କିଲୋୱାଟ ସୋଲାର ରୁଫଟପ ସ୍ଥାପନ ପାଇଁ ୧.୮ ଲକ୍ଷ ଟଙ୍କା ପ୍ରଦାନ କରିବେ ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri