Posted inଜାତୀୟ

ଆଇସିଆଇସିଆଇ ବ୍ୟାଙ୍କରୁ ବେତନ ଉଠାଉଛନ୍ତି ସେବି ଅଧ୍ୟକ୍ଷା: କଂଗ୍ରେସ

ନୂଆଦିଲ୍ଲୀ,୩ା୯: ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନ୍‌ବର୍ଗର ରିପୋର୍ଟକୁ ନେଇ ବିବାଦରେ ରହିଥିବା ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଆଇସିଆଇସିଆଇ ବ୍ୟାଙ୍କରୁ ନିୟମିତ ବେତନ ଉଠାଉଥିବା କଂଗ୍ରେସ ସୋମବାର ଅଭିଯୋଗ କରିଛି। ପୁଞ୍ଜିବଜାର ନିୟନ୍ତ୍ରକର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିବା ସତ୍ତ୍ୱେ ସେ ଘରୋଇ ବ୍ୟାଙ୍କରୁ ନିୟମିତ ଆୟ ଉଠାଉଛନ୍ତି ବୋଲି ବିରୋଧୀ ଦଳ କହିଥିବାବେଳେ ବ୍ୟାଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଆଇସିଆଇସିଆଇ ବ୍ୟାଙ୍କରୁ ଅବସର ନେବା ପରେ ମାଧବୀ ସେଠାରୁ ବେତନ ଉଠାଇଥିବା ଅଭିଯୋଗ ଠିକ୍‌ ନୁହେଁ। ଆଇସିଆଇସିଆଇ ବ୍ୟାଙ୍କରେ ତାଙ୍କ ନିଯୁକ୍ତି ସମୟର ପାଉଣାକୁ ପର୍ଯ୍ୟାୟକ୍ରମେ ଦିଆଯାଇଥିବା ଆଇସିଆଇସିଆଇ ଗ୍ରୁପ୍‌ ସ୍ପଷ୍ଟୀକରଣ ଦେଇଛି। ସେଥିରେ ଇଏସ୍‌ଓପି ଏବଂ ଅବସରକାଳୀନ ଲାଭ ରହିଛି।
ଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ କହିଛି, ବର୍ତ୍ତମାନ ସେବିର ଅଧ୍ୟକ୍ଷ ଥିବା ମାଧବୀ ୨୦୧୭ରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତେବେ ସେ ସେବିରୁ ଦରମା ଉଠାଇବା ସହ ଆଇସିଆଇସିଆଇ ବ୍ୟାଙ୍କରେ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ବଳରେ ସେବେଠାରୁ ଆୟ ଗ୍ରହଣ କରିଆସୁଛନ୍ତି। ଜଣେ ଗୋଟିଏ କମ୍ପାନୀରେ କାମ କଲାବେଳେ କେବଳ ସେହିଠାରୁ ବେତନ ନେଇପାରିବେ। ତେବେ ସେବି ଅଧ୍ୟକ୍ଷା ଏହାର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିବା ସତ୍ତ୍ୱେ ନିୟମିତ ଭାବେ ଆଇସିଆଇସିଆଇ ବ୍ୟାଙ୍କରୁ ଆୟ ଗ୍ରହଣ କରିଆସୁଥିଲେ। ଏହା ସେବି ଧାରା ୫୪ର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କଂଗ୍ରେସ ନେତା ପଓ୍ବନ ଖେରା କହିଛନ୍ତି। ମାଧବୀ ୨୦୧୭ରୁ ଇତିମଧ୍ୟରେ ୧୬.୮ କୋଟି ଟଙ୍କା ଆୟ ସଂଗ୍ରହ କରିଛନ୍ତି, ଯାହା କି ସେବିରୁ ସଂଗ୍ରହ କରିଥିବା ବେତନ ତୁଳନାରେ ୫ ଗୁଣରୁ ଅଧିକ। ସୂଚନାଯୋଗ୍ୟ, ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ବଜାର ଜାଲିଆତି ପାଇଁ ବ୍ୟବହାର କରୁଥିବା ଦରିଆପାରି କମ୍ପାନୀରେ ମାଧବୀ ଓ ତାଙ୍କ ସ୍ବାମୀ ପୁଞ୍ଜିନିବେଶ କରିଥିବା ହିଣ୍ଡେନ୍‌ବର୍ଗ ରିପୋର୍ଟରେ ପ୍ରକାଶ ପାଇବା ପରେ ସେ ବିବାଦ ଘେରକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri