Posted inଜାତୀୟ

ସମସ୍ତ କଳ୍ପନାଜଳ୍ପନା ଶେଷ: ଭାଜପାରେ ସାମିଲ ହେବେ ଚମ୍ପାଇ ସୋରେନ, ସୂଚନା ଦେଲେ ହିମନ୍ତ

ରାଞ୍ଚି,୨୭।୮: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମ୍ପର୍କରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ସୋମବାର ଶେଷ ହୋଇଛି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚମ୍ପାଇ ସୋରେନ ଶୁକ୍ରବାର (୩୦ ଅଗଷ୍ଟ) ଭାଜପାରେ ଯୋଗଦେବେ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଏକ୍ସରେ ଲେଖିଛନ୍ତି, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନ ଜୀ ମାନ୍ୟବର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୀଙ୍କୁ କିଛି ସମୟ ପୂର୍ବରୁ ଭେଟିଥିଲେ। ସେ ଅଗଷ୍ଟ ୩୦ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେବେ। ଏହି ଖବର ପରେ ଝାଡଖଣ୍ଡରେ ନୂତନ ରାଜକୈତିକ ସମୀକରଣ ଗଠନ ହେଉଥିବା ଜଣାପଡିଛି। ଚମ୍ପାଇ ସୋରେନ ଜରିଆରେ ଭାଜପା ଆଦିବାସୀ ଭୋଟ ବ୍ୟାଙ୍କରେ ସୌଧ ଲଗାଇବାକୁ ପ୍ରସ୍ତୁତ ହେଉଛି।

ହିମନ୍ତ ବିଶ୍ୱ ଶର୍ମା ଯେଉଁ ପୋଷ୍ଟ ଶେୟାର କରିଛନ୍ତି ସେଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଚମ୍ପାଇ ସୋରେନଙ୍କ ମଧ୍ୟରେ ହୋଇଥିବା ଏକ ବୈଠକର ଫଟୋ ମଧ୍ୟ ରହିଛି। ଚମ୍ପାଇ ସୋରେନଙ୍କ ସମେତ ଜେଏମଏମ୍ରେ ଅନେକ ବଡ଼ ନେତା ମଧ୍ୟ ଭାଜପାରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri