Posted inଜାତୀୟ

କୋଲକାତା ମହିଳା ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା, କେମିତି ହତ୍ୟା କରାଗଲା, ସବୁ ସତ ଓଗାଳିଲେ ସଞ୍ଜୟ ରୟ

କୋଲକାତା,୨୭।୮: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୟ ନିଜ ଅପରାଧ ସ୍ବୀକାର କରିଛନ୍ତି। ଯଦି ସିବିଆଇ ସୂତ୍ରରୁ ବିଶ୍ୱାସ କରାଯାଏ, ତେବେ ହତ୍ୟାକାରୀ ସଞ୍ଜୟ ରୟ ସିବିଆଇ ପଚରାଉଚରା ବେଳେ ସ୍ବୀକାର କରିଛନ୍ତି ଯେ ସେ ହିଁ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ସେ କହିଛନ୍ତି , ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି, କାରଣ ସେ ବାରମ୍ବାର ଚିତ୍କାର କରୁଥିଲେ। ଅଗଷ୍ଟ ୯ରେ ଆର୍‌.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ଲେଡି ଡାକ୍ତରଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଛି।

ସୂଚନାନୁସାରେ, ଅଭିଯୁକ୍ତ ସଞ୍ଜୟ ରୟ କହିଛନ୍ତି, ପୀଡିତା ଲଗାତାର ଚିତ୍କାର କରୁଥିଲେ, ତେଣୁ ତାଙ୍କ ତଣ୍ଟିକୁ ଜୋର୍‌ରେ ଚିପି ରଖିଥିଲି, ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ମହିଳା ଡାକ୍ତରଙ୍କ ମୃତ୍ୟୁ ନ ହୋଇଛି। ପୀଡିତା ନିଜକୁ ରକ୍ଷା କରିବା ପାଇଁ ଚିଲାଇଥିଲେ। ହେଲେ ଧରାପଡ଼ିଯିବା ଭୟରେ ସଞ୍ଜୟ ପୀଡିତାଙ୍କୁ ନିଜ ହାତର ସମ୍ପୂର୍ଣ୍ଣ ଶକ୍ତିରେ ତଣ୍ଟିକୁ ଚିପି ରଖିଥିଲେ।

ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସଞ୍ଜୟ ରୟ ମଧ୍ୟ ତାଙ୍କର ଡାକ୍ତରୀ ଟେଷ୍ଟ ସମୟରେ ଏହା ପ୍ରକାଶ କରିଛନ୍ତି। ଆର୍‌.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରୟ ମୁଖ୍ୟ ଅଭିଯୁକ୍ତ। ସଞ୍ଜୟ ରୟଙ୍କ ‘ପଲିଗ୍ରାଫ ଟେଷ୍ଟ’ କୋଲକାତାର ପ୍ରେସିଡେନ୍ସି ଜେଲରେ କରାଯାଇଥିଲା।

ମେଡିକାଲ କଲେଜର ସେମିନାର ହଲରେ ୩୧ ବୟସ୍କା ଟ୍ରେନି ଲେଡି ଡାକ୍ତରଙ୍କ ମୃତଦେହ ମିଳିବାର ଗୋଟିଏ ଦିନ ପରେ କୋଲକାତା ପୋଲିସ ସଞ୍ଜୟ ରୟଙ୍କୁ ଅଗଷ୍ଟ ୧୦ ରେ ଗିରଫ କରିଥିଲା। ସିସିଟିଭି ଫୁଟେଜ ଏବଂ ଟ୍ରେନି ଡାକ୍ତରଙ୍କ ମୃତଦେହ ନିକଟରୁ ବ୍ଲୁଟୁଥ ଉପକରଣ ମିଳିବା ପରେ ରୟଙ୍କୁ ଗିରଫ କରାଯାଇଥିଲ। ଏଥି ସହିତ, ଆର୍‌.ଜି କର ହସ୍ପିଟାଲ ମାମଲାରେ ସିବିଆଇ ବର୍ତ୍ତମାନ ସମସ୍ତ ୭ ଜଣଙ୍କ ପଲିଗ୍ରାଫ ପରୀକ୍ଷା ଶେଷ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri