ସିବିଆଇରେ ଆଇଆର୍‌ଏସ୍‌ ଅଧିକାରୀ

ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ଅନ୍ତର୍ଭୁକ୍ତ କରିବା ପାଇଁ ନିକଟରେ ସରକାର ନେଇଥିବା ପଦକ୍ଷେପ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ର଼୍ୟାଙ୍କଗୁଡ଼ିକରେ ଅସନ୍ତୋଷ ସୃଷ୍ଟି କରିଛି। ତେବେ, ଏଭଳି ପରିବର୍ତ୍ତନର ଲକ୍ଷ୍ୟ ହେଉଛି ଆର୍ଥିକ ଠକେଇ ମାମଲାଗୁଡ଼ିକର ସମାଧାନ ପାଇଁ ଦକ୍ଷ ତଥା ଅଭିଜ୍ଞ ଆଇଆର୍‌ଏସ୍‌ ଅଧିକାରୀଙ୍କ ସହାୟତା ନେବା। ସମ୍ପ୍ରତି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ୫ଜଣ ଆଇଆର୍‌ଏସ୍‌ ଅଧିକାରୀଙ୍କୁ ସିବିଆଇରେ ପୋଲିସ ଅଧୀକ୍ଷକ (ଏସ୍‌ପି) ପଦରେ ନିଯୁକ୍ତ କରିଛି। ୨୦୧୪ ଏବଂ ୨୦୧୬ ବ୍ୟାଚ୍‌ର ଏହି ଅଧିକାରୀମାନେ ୫ବର୍ଷ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ଏଭଳି ନିଯୁକ୍ତିକୁ ନେଇ ସରକାରଙ୍କ ଯୁକ୍ତି ହେଉଛି, ଅର୍ଥନୈତିକ ଅପରାଧ ବଢ଼ୁଥିବାରୁ ସିବିଆଇ ପାଇଁ ଆର୍ଥିକ ବିଷୟଗୁଡ଼ିକରେ ଗଭୀର ଜ୍ଞାନ ଥିବା କର୍ମଚାରୀ ଦରକାର ଏବଂ ଜଟିଳ ଟିକସ ଓ ଆର୍ଥିକ ସମସ୍ୟାକୁ ନିୟନ୍ତ୍ରଣ କରୁଥିବା ଆଇଆର୍‌ଏସ୍‌ ଅଧିକାରୀମାନେ ଏହି ଆହ୍ବାନ ପାଇଁ ଉପଯୁକ୍ତ । ତେବେ ପୂର୍ବରୁ ସିବିଆଇରେ ଡେପୁଟି ଇନ୍ସପେକ୍ଟର ଜେନେରାଲ(ଡିଆଇଜି) ଭାବରେ କାର୍ଯ୍ୟ କରୁଥିବା ୨୦୧୭ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ବିଜେନ୍ଦ୍ର କୁମାରଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରାଯାଇଥିଲା। ଏହା ସହ ସିବିଆଇର କାର୍ଯ୍ୟରେ ଆଇଆର୍‌ଏସ୍‌ ବିଶେଷଜ୍ଞକୁ ସମ୍ମିଳିତି କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟକୁ ଏହି ପଦକ୍ଷେପ ସୂଚିତ କରୁଛି। ଏହି ନିଷ୍ପତ୍ତିକୁ ତଥାପି ଆଇପିଏସ୍‌ ଲବି ଗ୍ରହଣ କରିପାରିନାହିଁ ଏବଂ ଏହାକୁ ସେମାନଙ୍କ ଅଧିକାର କ୍ଷେତ୍ରରେ ଏକ ଜବରଦଖଲ ବୋଲି ବିଚାରକରେ। ବିଶେଷ ସୂତ୍ରରୁ ଶୁଣିବାକୁ ମିିଳୁଛି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିରିୟସ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ୍‌(ଏସ୍‌ଏଫ୍‌ଆଇଓ) ପାଦ ଥାପି ସାରିଥିବା ଆଇଆର୍‌ଏସ୍‌ ବର୍ତ୍ତମାନ ସିବିଆଇରେ ପ୍ରବେଶ କରୁଛି।
ଚାପରେ ସରକାର
ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପ ସଚିବ ସ୍ତରରେ ୪୫ ଅଧିକାରୀଙ୍କ ଲାଟେରାଲ ଏଣ୍ଟ୍ରି (ଘରୋଇ କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ଆଣି ସରକାରୀ ପଦବୀରେ ନିଯୁକ୍ତି ଦେବା) ପାଇଁ ବିଜ୍ଞାପନ ବାତିଲ କରିବାକୁ କେନ୍ଦ୍ରର ନିଷ୍ପତ୍ତି ମିଳିତ ସରକାରରେ ଚିନ୍ତାର ବିଷୟ ହୋଇଛି। ଜନତା ଦଳ (ୟୁନାଇଟେଡ୍‌) ଏବଂ ଲୋକ ଜନଶକ୍ତି ପାର୍ଟି ଭଳି ସହଯୋଗୀ ଦଳ ଏବଂ ବିରୋଧୀ ଦଳର ଚାପରେ ସରକାର ଏହି ବିଜ୍ଞାପନ ପ୍ରତ୍ୟାହାର କରିବାକୁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)କୁ କହିଛନ୍ତି। ସଂରକ୍ଷଣ ନୀତିକୁ ନେଇ ରହିଥିବା ସମସ୍ୟା ଏବଂ ସାମାଜିକ ସମାନତାକୁ ସୁନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା। ମୋଦି ସରକାରଙ୍କ ଦ୍ୱାରା ୨୦୧୮ରେ ଆରମ୍ଭ ହୋଇଥିଲା ଲାଟେରାଲ ଏଣ୍ଟ୍ରି ସ୍କିମ୍‌ । ତେବେ ଏହି ପଦକ୍ଷେପ ବିଶେଷକରି ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗ ପାଇଁ ସଂରକ୍ଷଣ ଅଭାବକୁ ନେଇ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି। ଏହି ପ୍ରସଙ୍ଗକୁ ବିରୋଧୀ ଦଳ ନୁହେଁ, ବରଂ ଏନ୍‌ଡିଏ ଭିତରେ ମଧ୍ୟ ସମାଲୋଚନା କରାଯାଇଛି। ୨୦୧୯ରେ ପ୍ରଥମେ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତ ବିଶେଷଜ୍ଞମାନଙ୍କ ମଧ୍ୟରୁ ଅନେକ ପଦବୀ ଛାଡ଼ି ଦେଇଥିଲେ, ଯାହା ଏହି ଯୋଜନାର କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଏହିସବୁ ଅସୁବିଧା ଓ ଯୋଜନାର ଭବିଷ୍ୟତ ଅନିଶ୍ଚିିତ ଥିବା ସତ୍ତ୍ୱେ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତି ପାଇଥିବା ୫ଜଣ ଏବେ ଅଛନ୍ତି। ଏକ ମିଳିତ ସରକାରରେ ସଂସ୍କାର ଆଣିବାବେଳେ ସହଯୋଗୀଙ୍କ ଦାବିଗୁଡ଼ିକରେ ସମନ୍ବୟ ରକ୍ଷା କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ। ତେବେ ମୋଦି ସରକାର ଚାପରେ ରହୁଥିବା ସାମ୍ପ୍ରତିକ ଘଟଣାଗୁଡ଼ିକରୁ ଜଣାପଡ଼େ।
ତେଲଙ୍ଗାନା ଡିଜିପିଙ୍କ ଆଦେଶ
ତେଲଙ୍ଗାନା ଡିଜିପିଙ୍କ କାର୍ଯ୍ୟାଳୟର ଏକ ଆଦେଶକୁ ନେଇ ଏବେ ବିଭିନ୍ନ କ୍ୟାଡରଙ୍କ ମଧ୍ୟରେ ସମାଲୋଚନା ଜୋର ଧରିଛି। ଏବେ ଆଓ୍ବେଟିଂ ପୋଷ୍ଟିଂ ଅର୍ଡର-ଏପିଓ ( ଛୁଟି କିମ୍ବା କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ ଅଧିକାରୀଙ୍କୁ ଉପଯୁକ୍ତ ନିଯୁକ୍ତି ପାଇଁ ଅପେକ୍ଷା କରିବାକୁ ପଡ଼େ କାରଣ ରାଜ୍ୟ ସରକାର ଏଥିପାଇଁ ସମୟ ନେଇଥାନ୍ତି) ଥିବା ପ୍ରାୟ ୧୬ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ପ୍ରତ୍ୟେକ ଦିନ ଅପେକ୍ଷା କକ୍ଷରେ ଥିବା ଏକ ଉପସ୍ଥାନ ରେଜିଷ୍ଟରରେ ପ୍ରବେଶ ଓ ପ୍ରସ୍ଥାନ ସୂଚିତ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିରେ ମଧ୍ୟ ସୂଚିତ କରାଯାଇଛି ଯେ, ଡିଜିପିଙ୍କଠାରୁ ଯେକୌଣସି ଜରୁରୀ କାର୍ଯ୍ୟ ପାଇଁ ସେମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ବିଶେଷକରି ଅନ୍ୟ ରାଜ୍ୟରୁ ଆସିଥିବା ଆଇପିଏସ୍‌ ଅଧିକାରୀମାନେ ଏହି ଆଦେଶକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିବା ସହ ଏହାକୁ ଅସ୍ବୀକାର କରିଛନ୍ତି। ଅନେକେ ଏହାକୁ ସମ୍ପୃକ୍ତ ଅଧିକାରୀଙ୍କ ମନୋବଳ ଏବଂ ସମ୍ମାନ ପାଇଁ ମଧ୍ୟ କ୍ଷତିକାରକ ବୋଲି ବିବେଚନା କରନ୍ତି। ସେମାନେ କହିଛନ୍ତି , ନିୟମ ମାନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅତ୍ୟଧିକ ଅମଲାତାନ୍ତ୍ରିକ ପଦକ୍ଷେପ ଜଟିଳ ପରିସ୍ଥିତିରେ ସମସ୍ୟା ସମାଧାନରେ ବାଧା ସୃଷ୍ଟି କରିପାରେ। ଏହି ନୂତନ ଆଦେଶ ବିଶ୍ୱାସର ଅଭାବକୁ ସୂଚାଏ, ଯାହା ପୋଲିସର ସୁଗମ କାର୍ଯ୍ୟଧାରାକୁ କ୍ଷୁଣ୍ଣ କରିପାରେ। ତଥାପି, ମନେହେଉଛି, ବ୍ୟବହାରିକ ସମସ୍ୟା ହେତୁ ରାଜ୍ୟ ଡିଜିପି ଏହି ନିର୍ଦ୍ଦେଶ ଜାରି କରିବାକୁ ବାଧ୍ୟ ହୋଇଥିଲେ। ରିପୋର୍ଟରୁ ଜଣାପଡ଼ିଛି, ଅନେକ ଏପିଓ ଅଧିକାରୀ ସେମାନଙ୍କର ନିର୍ଦ୍ଧାରିତ ମୁଖ୍ୟାଳୟ ପରିବର୍ତ୍ତେ ହାଇଦ୍ରାବାଦରେ ରହୁଥିଲେ, ଯାହା ଦ୍ୱାରା ଡ୍ୟୁଟି ପାଇଁ ସେମାନଙ୍କ ଉପଲବ୍ଧତାରେ ସମସ୍ୟା ରହିଥିଲା। କେତେକେ ବିଶ୍ୱାସ କରନ୍ତି ଯେ, ବିଜୟୱାଡାର ଆଇପିଏସ୍‌ ଗେଷ୍ଟ ହାଉସରେ ଅଧିକାରୀମାନଙ୍କୁ ରହିବାକୁ ପରାମର୍ଶ ଦିଆଯାଇପାରିଥାନ୍ତା। ତେବେ ଗ୍ରହଣ କରାଯାଇଥିବା ପନ୍ଥାକୁ ନେଇ ବଡ଼ ଧରଣର ସମାଲୋଚନା ଚାଲିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri