କେନାଲରେ ଢଳା ହେଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ: ଲୋକ ଦେଖିବାରୁ ଗାଡ଼ି ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଡ୍ରାଇଭର

ଗୋପ,୨୧ା୮(ଭାରତୀ ଭୁଷଣ ଉପାଧ୍ୟାୟ): ବୁଧବାର ମଧ୍ୟାହ୍ନରେ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ିରୁ ଗୋପ ବାୟାକୂଦା ନିକଟସ୍ଥ ଗୋପ ବ୍ରାଞ୍ଚ କେନାଲ ରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ କେନାଲ ପାଣିରେ ଢଳା ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। କେନାଲ ପାଣିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ଢଳା ହେବା ଖବର ଜଣା ପଡ଼ିବା ପରେ ଘଟଣା ସ୍ଥଳରେ ସାଧାରଣ ଲୋକ ମାନେ ରୁଣ୍ଡ ହେବା ପରେ କୈାଣସି ସୁତ୍ରରୁ ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଥିଲେ। ମାତ୍ର ସାଧାରଣ ଲୋକଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିବାପରେ ଆଉ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଏହି ଚାଉଳ କିଏ ପାଳୁଛି, କାହିଁକି ଢଳା ହେଉଛି ତାହା ଏବେ ସମସ୍ତ ଙ୍କୁ ଚକିତ କରିଛି।

କେତକ ଏହାକୁ ଅର୍ପଣ ଚାଉଳ କହୁଥିବା ବେଳେ ଆଉ କେତକ ଗରିବ ଲୋକଙ୍କ ବିପିଏଲ୍ ଚାଉଳ ବୋଲି କହୁଛନ୍ତି। ଏପରି ଏକ ଘଟଣାକୁ ନେଇ ଜିଲାପ୍ରଶାସନର କେତେକ ଅଧିକାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଜିଲାପାଳ ଏପରି ଏକ ଘଟଣା ଉପରେ ତଦନ୍ତ କରି କାର୍ଯାନୁଷ୍ଠାନ ନେବାକୁ ଦାବି କରାଯାଇଛି। ପ୍ରକାଶ ଯେ ଗୋପ ବ୍ଲକ ରେ ୩ ହଜାର ରୁ ଅଧିକ ରାସନ୍ କାର୍ଡ ଥିବା ବେଳେ ୭ ହଜାର ରୁ ଅଧିକ କିଣ୍ଟାଲ ଚାଉଳ ପ୍ରତ୍ୟେକ ମାସରେ ଆସୁଛି।

ନିମାପଡ଼ା ଅଞ୍ଚଳର ଜନୈକ ହୋଲସେଲର ଏହି ବଣ୍ଟନ ଦାୟିତ୍ଵ ନେଇଥିଲେ ମଧ୍ୟ ଅଧିକାଂଶ ସମୟରେ ଡିଲର ମାନଙ୍କୁ ଆବଶ୍ୟକତା ଅନୁପାତରେ ଚାଉଳ ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଥିଲା। ଏପରି କି ଡିଲର ମାନଙ୍କୁ ଦିଆ ଯାଉଥିବା ବସ୍ତା ଚାଉଳ ୫୨ କେଜି ରହିବା ପରିବର୍ତ୍ତେ ୪୬,୪୭ କେଜି ରହୁଥିବା ଅଭିଯୋଗ ରହିଛି। ଆଉ ମଧ୍ଯ ନିମାପଡ଼ାରୁ ଗୋପ ବ୍ଲକ କୁ ଆସୁଥିବା ଚାଉଳ ବାଟ ଘାଟରେ ବସ୍ତାରୁ କଢା ଯାଉଛି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ମାତ୍ର ବୁଧବାର କେନାଲ ପାଣି ଢଳା ଯାଉଥିବା ଚାଉଳ ରେ ଅରୁଆ ଓ ଉସୁନା ଚାଉଳ ଥିବା ସ୍ଥାନିୟ ଲୋକ ମାନେ ଅଭିଯୋଗ କରିଛନ୍ତି। କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ କେନାଲ ପାଣିରେ କିଏ ଢାଳୁଥିଲା କାହିଁକି ଢାଳୁଥିଲା ,ଏ ଚାଉଳ କେଉଁ ଚାଉଳ ତାହା ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୁଷ୍ଟି କରିଛି। ଅରୁଆ ଚାଉଳ ଥିବାରୁ ଏହି ଚାଉଳ ଅର୍ପଣ ଚାଉଳ ବୋଲି ମଧ୍ୟ କୁହା ଯାଉଛି।

ଏଠାରେ ପ୍ରଶ୍ନ ଉଠେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକ ରେ ଆଦାୟ ହୋଇ ଥିବା ଅର୍ପଣ ଚାଉଳ ପୁରୀ ରୁ ଗୋପ ଅଞ୍ଚଳକୁ କିପରି ଆସିଲା ତାହା ମଧ୍ୟ ସାଧାରଣ ରେ ସନ୍ଦେହ ସୁଷ୍ଟି ହୋଇଛି। ଯଦି ଅର୍ପଣ ଚାଉଳ ହେଇଥାନ୍ତା ତା ହେଲେ ଉସୁନା ଚାଉଳ କେଉଁଠି ଆସିଲା ଓ କିଏ ଆଣିଲା ବୋଲି ଏବେ ଏହି ଘଟଣା କୁ ଅଧିକ ମାତ୍ରାରେ ସନ୍ଦେହ ଦେଖା ଦେଇଛି। ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଆଉ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ି କୁଆଡେ ଗଲା ତାହା ମଧ୍ୟ ସାଧାରଣ ରେ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି। ଏପରି ଏକ ଗୁରୁତର ଘଟଣା ସଂପର୍କରେ ଜିଲା ଯୋଗାଣ ଅଧିକାରୀ ସୁବୋଧ କୁମାର ହୋତା ଙ୍କୁ ପଚାରିବା ରେ ଅର୍ପଣ ଚାଉଳ ସଂପର୍କ ରେ ଆମ ନିକଟରେ କୈାଣସି ଖବର ନାହିଁ ବୋଲି କହିବା ସହିତ ରାସନ୍ କାର୍ଡ ଚାଉଳ ଅଭିଯୋଗ ଉପରେ ତଦନ୍ତ ରିପୋର୍ଟ ମାଗିବି ବୋଲି ସୂଚନା ଦେଇଥିଲେ।

ସେପଟେ ଏହା ଅର୍ପଣ ଚାଉଳ ନୁହେଁ ବୋଲି ଏହି ଖବରକୁ ଖଣ୍ଡନ କରିଛନ୍ତି ସୁଆର ମହାସୁଆର ସମ୍ପାଦକ ନାରାୟଣ ମହାସୁଆର।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri