ସ୍ଥିତି ସମୀକ୍ଷାକଲା ବିଜେଡି ପ୍ରତିନିଧି ଦଳ

ମାଲକାନଗିର/ଏମ୍‌ଭି ୭୯, ୯ା୮(ଦୁର୍ଯ୍ୟୋଧନ ପାତ୍ର/ଭିକି ବାରିକ):ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଗ୍ରାଉଣ୍ଡ ଜିରୋରେ ବିଜେଡି ପ୍ରତିନିଧି ଦଳ ଗୁରୁବାର ପହଞ୍ଚତ୍ କ୍ଷୟକ୍ଷତି ହେବାକୁ ଥିବା ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିବା ସହ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।
ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥିତି ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ବିଜେଡି ଟିମ୍‌ ପୋଲାଭରମ୍‌ ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ମାଲକାନଗିରି ଜିଲା ମୋଟୁ ଓ ଆନ୍ଧ୍ରପ୍ରଦେଶର କାଲୁର ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଭୃଗୁ ବକ୍ସିପାତ୍ର, ଝିନ୍ନ ହିକ୍‌କା, ରମେଶ ମାଝୀ, ଈଶ୍ୱର ପାଣିଗ୍ରାହୀ, ରଘୁରାମ ପାଡାଲଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଜେଡି ନେତାମାନେ ସାମିଲ ହୋଇଥିଲେ। ପ୍ରତିନିଧି ଦଳ ମୋଟୁ, ଆଲାମା, ପେଟା ଓ ବିନାୟକପୁର ଆଦି ଗ୍ରାମର ଲୋକଙ୍କ ସହ ଆଲୋଚନା କରିଥିବା ବେଳେ ଆନ୍ଧ୍ରର କାଲେର ଗ୍ରାମକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ପ୍ରତିନିଧିମଣ୍ଡଳୀ ସ୍ଥାନୀୟ ଲୋକଙ୍କ ମତାମତ ସଂଗ୍ରହ କରିବା ସହ ଭୌଗୋଳିକ ଓ ବୈଷୟିକ ଦିଗକୁ ଅନୁଧ୍ୟାନ କରିଛନ୍ତି। ଏହା ସହ ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି। ଟିମ୍‌ ପକ୍ଷରୁ କୁହାଯାଇଛି, ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ୭୦%ରୁ ଊର୍ଦ୍ଧ୍ୱ ଶେଷ ହେବାକୁ ବସିଲାଣି। ଏହି ପ୍ରକଳ୍ପ ଯୋଗୁ ଜିଲାର ମୋଟୁ ଅଞ୍ଚଳରେ ବିଗତ ଦିନରେ ଅନେକ କ୍ଷୟକ୍ଷତି ହେଉଥିବା ବେଳେ ସିଲେରୁ ଓ ସାବେରୀ ନଦୀର ଜଳ ନିଷ୍କାସନ ଠିକ୍‌ ଭାବେ ନ ହୋଇ ଜଳସ୍ତର ବୃଦ୍ଧି ପାଇ ବନ୍ୟା ଆଶଙ୍କାରେ ଅଞ୍ଚଳବାସୀ ରହୁଛନ୍ତି ।
ଆରମ୍ଭରୁ ଓଡ଼ିଶାରେ ଥିବା ବିଜେଡି ଏହାକୁ ବିରୋଧ କରିଆସିଛି। ଛତିଶଗଡ଼ ସରକାର ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ଏ ନେଇ ଓଡ଼ିଶାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏପର୍ଯ୍ୟନ୍ତ ଗ୍ରାମସଭା କିମ୍ବା ଠିକ୍‌ ସର୍ଭେ ହୋଇନାହିଁ। ଫଳରେ ମାଲକାନଗିରିର ମୋଟୁ ଅଞ୍ଚଳ ପ୍ରତି ବିପଦ ରହିଛି।
ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ଅତନୁ କହିିଛନ୍ତି, ଏହି ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ବହୁଗ୍ରାମ ପ୍ରଭାବିତ ହେବ। ପୂର୍ବରୁ ଏହି ପ୍ରକଳ୍ପ ଯୋଗୁ ଜିଲାରେ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆଗକୁ ଏହା ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ୨୦୨୨ରେ ଏଠାରେ ସ୍ଥିତି ଅଣାୟତ୍ତ ହେବା ସହ ୧୫୯ ଫୁଟ ଉଚ୍ଚର ଜଳ ଆସିଥିବା ନେଇ ସ୍ଥାନୀୟ ଲୋକେ କହିିଥିବା ଅତନୁ କହିଛନ୍ତି। କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଉଛନ୍ତି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବି ନନ୍ଦ, ମାନସ ମାଡକାମୀ, ଗୋପାଳ ପଣ୍ଡା ପ୍ରମୁଖଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri