Posted inଖେଳ

ଭାରତ-ଶ୍ରୀଲଙ୍କା ପ୍ରଥମ ମ୍ୟାଚ ଟାଇ

କଲମ୍ବୋ, ୨।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ଟାଇରେ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୫୦ ଓଭରରେ ୮ ଉଇକେଟ ହରାଇ ୨୩୦ ରନ କରିଥିବାବେଳେ ଭାରତ ୪୭.୫ ଓଭରରେ ୨୩୦ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ କୌଣସି ଦଳ ଅଗ୍ରଣୀ ନେବାରେ ସକ୍ଷମ ହୋଇ ନାହାନ୍ତି।

ଭାରତର ଆରମ୍ଭ ଭଲ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ରୁତ ହାରରେ ରନ ସଂଗ୍ରହ କରିଥିଲେ। ଶୁବମନ ଗିଲ୍‌ ଧିମା ଖେଳିଥିଲେ ହେଁ ଓପନିଂ ଯୋଡ଼ିରେ ଭାରତ ୭୫ ରନ ସଂଗ୍ରହ କରି ବଢ଼ିଆ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା। ଗିଲ୍‌ ୩୫ ବଲ୍‌ରୁ ୧୬ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଟି୨୦ ଷ୍ଟାଇଲରେ ବ୍ୟାଟିଂକରି ୩୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ରୋହିତ ୪୭ ବଲ୍‌ରୁ ୭ ଚୌକା ଓ ୩ ଛକା ସହାୟତାରେ ୫୮ ରନକରି ପ୍ୟାଭିଲିୟନ ଫେରିଥିଲେ। ୪ ନମ୍ବରରେ ଆସିଥିବା ଓ୍ବାଶିଂଟନ ସୁନ୍ଦର ମାତ୍ର ୫ ରନକରି ଆଉଟ ହୋଇଥିଲେ। ବିରାଟ କୋହଲି ଓ ଶ୍ରେୟସ ଆୟର ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବା ପୂର୍ବରୁ ଆଉଟ ହେବା ଭାରତକୁ ଝଟ୍‌କା ସଦୃଶ ହୋଇଥିଲା। କୋହଲି ୨୪ ଓ ଆୟର ୨୩ ରନ କରିବାକୁ ସକ୍ଷମ ହୋଇଥିଲେ। ମିଡିଲ ଅର୍ଡରରେ ଅକ୍ଷର ପଟେଲ ୩୩, ଲୋକେଶ ରାହୁଲ ୩୧ ଓ ଶିବମ୍‌ ଦୁବେ ୨୬ ରନକରି ଆଉଟ ହୋଇଥିଲେ। ୧୮ ବଲ୍‌ରେ ଭାରତ ବିଜୟ ପାଇଁ ୫ ରନ ଆବଶ୍ୟକ ହେଉଥିଲା। ୪୮ତମ ଓଭର ବୋଲିଂ କରିଥିବା ଚରିଥ ଆସାଲଙ୍କାଙ୍କ ୩ୟ ବଲ୍‌କୁ ଦୁବେ ଚୌକାରେ ପରିଣତ କରିବାରୁ ସ୍କୋର ସମାନ ହୋଇ ଯାଇଥିଲା। ମାତ୍ର ଏହାର ପର ୨ଟି ବଲ୍‌ରେ ଦୁବେ ଓ ଅର୍ଶଦୀପ ସିଂ ଆଉଟ ହେବାରୁ ଭାରତର ବିଜୟ ଆଶା ଧୂଳିସାତ ହୋଇ ଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଓ୍ବାନିନ୍ଦୁ ହସରଙ୍ଗା ଓ ଚରିଥ ଆସାଲଙ୍କା ୩ଟି ଲେଖାଏ, ଦୁନିଥ ଓ୍ବାଲାଲାଗେ ୨ଟି ଏବଂ ଅସିଥା ଫର୍ନାଣ୍ଡୋ ଓ ଆକିଲା ଦନଞ୍ଜୟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ଦଳ ମାତ୍ର ୭ ରନରେ ଅଭିଷେକ ଫର୍ନାଣ୍ଡୋଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ପଥୁମ ନିସଙ୍କା ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ଟପ୍‌ ଓ ମିଡିଲ ଅର୍ଡରରେ କୁସାଲ ମେଣ୍ଡିସ (୧୪), ସାଦିରା ସମରବିକ୍ରମା (୮), ଅଧିନାୟକ ଚରିଥ ଆସାଲଙ୍କା (୧୪) ଓ ଜନିଥ ଲିୟାଙ୍ଗେ (୨୦) ବିଫଳ ହେବାରୁ ଦଳ ବଡ଼ ସ୍କୋର ଆଶା ମଉଳିଥିଲା। ତେବେ ଲୋୟର ଅର୍ଡରରେ ଦୁନିଥ ଓ୍ବେଲାଲାଗେଙ୍କ ଅପରାଜିତ ୬୭ ରନଯୋଗୁ ଘରୋଇ ଦଳ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଓପନର ନିସଙ୍କା ୫୬ ରନ ସ୍କୋର କରିଥିଲେ। ଭାରତ ପକ୍ଷରୁ ସମସ୍ତ ବୋଲର ଭଲ ବୋଲିଂ କରିଥିଲେ। ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ୨ଟି ଲେଖାଏ ଏବଂ ମହମ୍ମଦ ସିରାଜ, ଶିବମ ଦୁବେ, କୁଲଦୀପ ଯାଦବ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri