ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୭।୭ (ଗିରିଧାରୀ ପରିଛା): ଗଜପତି ଜିଲାର ସମସ୍ତ ୭ଟି ବ୍ଲକ ଲୋକସଂଖ୍ୟାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। କିଏ ଅର୍ଥକାରୀ ଫସଲ ଧାନ ତ ଆଉ କିଏ ଫଳ, ପରିବା ଚାଷ ଉପରେ ନିର୍ଭର କରନ୍ତି। ମୋଟ ୮୪୮୦୩ ହେକ୍ଟର ଚାଷଜମି ମଧ୍ୟରୁ ୮୨ .୧୨୫ ହେକ୍ଟର ଚାଷଜମି ଖରିଫ ଫସଲ ଉପଯୋଗୀ ରହିଛି। ସେଥିମଧ୍ୟରୁ ୩୫୧୨୧ ହେକ୍ଟର ଚାଷଜମି ଜଳିସେଚନର ସୁବିଧା ରହିଛି। ଜିଲାର ଭାତ ହାଣ୍ଡି କୁହାଯାଉଥିବା ଗୋଷାଣି ବ୍ଲକରେ ସର୍ବାଧିକ ପରିମାଣରେ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ଏବଂ ସେହି ବ୍ଲକରେ ହିଁ ଅଧିକ ଜଳସେଚିତ ଜମି ରହିଛି। ଅନ୍ୟ ସବୁ ବ୍ଲକରେ ମୁଖ୍ୟତଃ ସମତଳ ଅଞ୍ଚଳକୁ ଛାଡ଼ିଦେଲେ ଧାନଚାଷ ଉପଯୋଗୀ ନଥିବାରୁ କେବଳ ଗୋଷାଣୀ ଓ କାଶୀନଗର ବ୍ଲକ ଅଞ୍ଚଳରେ ୨୧୪୭୧ ହେକ୍ଟର ଜମିରେ ଧାନଚାଷ କରାଯାଏ, ଯାହାକି ଜିଲାରେ ଧାନ ଫସଲ ଉପଯୋଗୀ ରହିଥିବା ମୋଟ ଜଳସେଚିତ ଚାଷଜମିର ୫୦ ପ୍ରତିଶତରୁ ଅଧିକ।
ବର୍ଷ ଖରିଫ ରୁତୁ ପୂର୍ବରୁ ଚାଷ ପାଇଁ ପାଗ ଅନୁକୂଳ ସାଙ୍ଗକୁ ବର୍ଷାର ପରିମାଣ ଆପାତତଃ କମ ହୋଇଥିଲେ ମଧ୍ୟ ଚାଷୀ ନିଜ ନିଜ ଖର୍ଚ୍ଚରେ ପାଣି ଯୋଗାଡିବା ସହ ଆଗକୁ ଠିକ ପରିମାଣରେ ବର୍ଷା ହେବା ସହ ଧାନ ଫସଲ ଭଲ ହେବ ବୋଲି ଆଶା ରଖିଛନ୍ତି ଚାଷୀକୁଳ । ସରକାରୀ ତଥ୍ୟ ଅନୁସାରେ ଜିଲାରେ ମୋଟାମୋଟି ଭାବରେ ଜୁଲାଇ ମାସରେ ୨୩୦.୬ ମିଲିମିଟର ବର୍ଷାର ଆବଶ୍ୟକ ରହିଥିବା ବେଳେ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ୯୩.୭୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ଚାଷୀ ଆଶା ବାନ୍ଧିଛନ୍ତି ଯେ ଆଗକୁ ଅନୁକୂଳ ପାଣିପାଗ ସାଙ୍ଗକୁ ମୌସୁମୀ ଓ ଲଘୁଚାପ ଜନିତ ବର୍ଷା ମଧ୍ୟ ଜାରି ରହିବ। ତେଣୁ ଜଳାଭାବ ରହିବ ନାହିଁ ବୋଲି ଆଶା କରାଯାଉଛି। ବର୍ଷାର ପରିମାଣ ଆବଶ୍ୟକ ପରିମାଣର ଠାରୁ କମ ରହିଥିଲେ ମଧ୍ୟ ଚଳିତ ମାସରେ ବଢିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜିଲାରେ ୪୭ ଲ୍ୟାମ୍ପସ୍‌ ଓ ୩୭ଟି ଘରୋଇ ଡିଲର ଜରିଆରେ ୫୫୦୦ କୁଇଣ୍ଟାଲ ବିହନ ବିକ୍ରି ହୋଇଛି ଏବଂ ଏବେବି ଆବଶ୍ୟକ ପରିମାଣର ବିହନ ଉପଲବ୍ଧ ରହିଛି। ତେଣୁ ଚାଷ କାର୍ଯ୍ୟରେ କୌଣସି ସମସ୍ୟା ଉପଯିବ ନାହିଁ ବୋଲି କହିଛନ୍ତି ଜିଲା ମୁଖ୍ୟ କୃଷି ଅଧିକାରୀ ବଳରାମ ସୁବୁଦ୍ଧି ।
ସମୟ ଅନୁସାରେ ମୌସୁମୀ ଆସିଥିଲେ ମଧ୍ୟ ବର୍ଷାର ପରିମାଣ କମ ରହିଥିଲା ଏବେ ଗୋଟିଏରୁ ଦୁଇ ସପ୍ତାହ ହେଲା ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ଯୋଗୁଁ ଚାଷୀ ସାହାସ ଜୁଟାଇ ଚାଷ କାର୍ଯ୍ୟ ଆରମ୍ଭ କରିଛି। ବର୍ତ୍ତମାନ ଅଧିକାଂଶ ବିହନ ପକାସରିଛି।
ତଳି ଠିକ ରହିଛି, କୌଣସି ପ୍ରାକୃତିକ ବିପର୍ଯ୍ୟୟ ନ ଆସୁ ବୋଲି ପ୍ରକୃତି ଉପରେ ଭରସା ରଖି ଚାଷ କାର୍ଯ୍ୟରେ ଲାଗି ପଡିଛି ଚାଷୀ। ଏ ସମ୍ପର୍କରେ ଚାଷୀ ନେତାଙ୍କ କହିବା ହେଲା ପୂର୍ବଭଳି ଆଉ ଚାଷ କାର୍ଯ୍ୟରେ ମନ ବଳାଉନାହାନ୍ତି ଚାଷୀ। ଅନ୍ୟ କୌଣସି କାର୍ଯ୍ୟ ନ ପାଇ ପେଟ ପୋଷିବା ସହ ବେଉସା ବଞ୍ଚାଇବାକୁ ବାଧ୍ୟ ହୋଇ ଚାଷ କାର୍ଯ୍ୟ କରୁଛୁ। ଚାଷ ଜମି ମଧ୍ୟ କମି କମି ଆସିଲାଣି। ଧାନ ଫସଲ ଉପଯୋଗୀ ସହର ତଳି ସମତଳ ଜମି ସବୁ କୋଠା ହେଲାଣି। ପ୍ରଶାସନ କହିବା ପ୍ରକାରେ ଆବଶ୍ୟକ ପରିମାଣର ବିହନ ଉପଲବ୍ଧ ରହିଛି। କିନ୍ତୁ ବିହନର ମାନ ଭଲ ନାହିଁ। ଆବଶ୍ୟକ କିସମର ବିହନ ମିଳୁନି। ତେଣୁ ଅଧିକାଂଶ ଚାଷୀ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ବିହନ ଚଢା ଦରରେ କିଣୁଛନ୍ତି। ବର୍ଷା ଆବଶ୍ୟକ ଠାରୁ କମ ହୋଇଛି। ଆଗକୁ ନିଅଣ୍ଟିଆ ବର୍ଷା ହେଲେ ପୂର୍ବଭଳି ମରୁଡି ପରିସ୍ଥିତି ଉପୁଜିବା ଆଶଙ୍କା। କାରଣ ନଦୀ ଜଳ ଉପରେ ଆଉ ଭରସା କରି ହେଉନି। ପୂର୍ବ ଭଳି ନଦୀରେ ମଧ୍ୟ ଜଳ ରହୁନି। ମହେନ୍ଦ୍ରତନୟା ଓ ବଂଶଧାରାର ପାଣି ଆନ୍ଧ୍ର ଶୋଷିନେଉଛି। ଆମ ଜିଲା ମଧ୍ୟରେ ନଦୀ ଜଳ ସଂଗ୍ରହ କରି ରଖିବାକୁ କୌଣସି ଆନ୍ନିକଟର ବ୍ୟବସ୍ଥା ଏବେ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ବୋଲି କହିଛନ୍ତି ଜିଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri