Posted inଖେଳ

‘ଶୁଭମନ୍‌ଙ୍କୁ ଅଧିନାୟକତ଼୍ବ ବିଷୟରେ ଜଣାନାହିଁ’, ବଡ଼ ବୟାନ୍‌ ଦେଲେ ଏହି ପୂର୍ବତନ ଖେଳାଳି

ନୂଆଦିଲ୍ଲୀ, ୧୬।୦୭: ଭାରତୀୟ କ୍ରିକେଟ୍‌ ଟିମ୍‌ ଆଇସିସି ଟି-୨୦ ବିଶ଼୍ବ କପ୍‌ ବିଜୟ ପରେ ଜିମ଼୍ବାୱେ ଗସ୍ତରେ ଯାଇଥିଲା । ଏହି ଟିମ୍‌ର ଅଧିନାୟକତ଼୍ବ ଶୁଭମନ ଗିଲ୍‌ଙ୍କ ହାତରେ ରହିଥିଲା । ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ଟିମ୍‌ ଜୋରଦାର ଫର୍ମକୁ ଫେରିଥିଲା ଏବଂ ୪-୧ରେ ସିରିଜ୍‌ ହାତେଇଥିଲା । ତେବେ ଏହି ସିରିଜ୍‌ ବିଜୟ ପରେ ଶୁଭମାନ୍‌ଙ୍କୁ ଦଳ ଆଗାମୀ କ୍ୟାପ୍ଟେନ୍‌ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ଭାରତୀୟ ଦଳର ପୂର୍ବତନ ସ୍ପିନର ଅମିତ୍‌ ମିଶ୍ରାଙ୍କ ବୟାନ ଏବେ ଭାଇରାଲ୍‌ ହେବାରେ ଲାଗିଛି । ସେ କହିଛନ୍ତି ଯେ ଶୁଭମନ୍‌ଙ୍କୁ ଅଧିନାୟକତ଼୍ବ ଆସିନାହିଁ କି ତାଙ୍କର ଏ ବିଷୟରେ କୌଣସି ଆଇଡିଆ ନାହିଁ ।

ଅମିତ୍‌ ମିଶ୍ରା ୟୁଟ୍ୟୁବର ଶୁଭଙ୍କରଙ୍କ ସହିତ ସାକ୍ଷାତକାର ସମୟରେ କହିଛନ୍ତି ଯେ, ମୁଁ ଶୁଭମନ ଗିଲ୍‌ଙ୍କୁ କେବେବି ଦଳର କ୍ୟାପ୍ଟେନ୍‌ କରିବି ନାହିଁ । ମୁଁ ତାଙ୍କୁ ଆଇପିଏଲ୍‌ରେ ଦେଖିଛି । ତାଙ୍କୁ ଏ ବିଷୟରେ ଜମାରୁ ଜଣା ନାହିଁ ଯେ ଅଧିନାୟକତ଼୍ବ କିପରି କରନ୍ତି । ତାଙ୍କ ପାଖରେ ସେ ଆଇଡିଆ ନାହିଁ । ଏହା ପୂର୍ବରୁ ସେ କେବେ କ୍ୟାପ୍ଟେନ୍‌ ହୋଇନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri