Posted inଖେଳ

କିପରି ସମାଧାନ ହୋଇଥିଲା କୋହଲି-ଗମ୍ଭୀରଙ୍କ ବିବାଦ, ଏହି ଅଭିଜ୍ଞ ଖେଳାଳି କଲେ ଖୁଲାସା

ନୂଆଦିଲ୍ଲୀ,୧୬।୭: ଭାରତୀୟ ଟିମ୍‌ର କୋଚ୍‌ ଗୌତମ ଗମ୍ଭୀର ଏବଂ ଭାରତୀୟ ତାରକା ବ୍ୟାଟର୍‌ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ବିବାଦ କିପରି ସମାଧାନ ହେଲା ସେନେଇ ଅଭିଜ୍ଞ ସ୍ପିନର ଅମିତ ମିଶ୍ରା ଖୁଲାସା କରିଛନ୍ତି। ଆଇପିଏଲ ୨୦୨୩ ସିଜନରେ, ସେତେବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମେଣ୍ଟର ଗୌତମ ଗମ୍ଭୀର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର କୋହଲିଙ୍କ ମଧ୍ୟରେ ମ୍ୟାଚ ସମୟରେ ଏବଂ ଏହା ପରେ ବିବାଦ ଲାଗି ରହିଥିଲା। ଅବଶ୍ୟ, ଆଇପିଏଲ ୨୦୨୪ରେ ଜିନିଷ ବଦଳିଗଲା ଏବଂ ଦୁହେଁ ପରସ୍ପର ସହିତ ଭଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା।

କୋହଲି ଏବଂ ଲକ୍ଷ୍ନୌ ବୋଲର ନବୀନ-ଉଲ-ହକଙ୍କ ମଧ୍ୟରେ ଚାଲିଥିବା ଲଢେଇ ଆଇପିଏଲ ୨୦୨୩ର ସବୁଠାରୁ ବଡ ବିବାଦ ମଧ୍ୟରୁ ଅନ୍ୟତମ। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଆରସିବି ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲ ମ୍ୟାଚ ସମୟରେ ଏହି ଘଟଣା ଘଟିଥିଲା। କୋହଲି ଏବଂ ନବୀନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, କିନ୍ତୁ ଖୁବ ଶୀଘ୍ର ଏହା ଏକ ବିବାଦରେ ପରିଣତ ହୋଇଥିଲା କାରଣ ପୂର୍ବତନ ଏଲଏସଜି ମେଣ୍ଟର ଗମ୍ଭୀର ଆଫଗାନିସ୍ତାନ ପେସର ସମର୍ଥନରେ ହସ୍ତକ୍ଷେପ କରି କୋହଲିଙ୍କ ସହ ସଂଘର୍ଷ କରିଥିଲେ। ଏହି କାରଣରୁ ତିନିଜଣଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇଥିଲା।

ଏକ ୟୁଟ୍ୟୁବ ଚ୍ୟାନେଲରେ କଥାବାର୍ତ୍ତା ବେଳେ ଅମିତ ମିଶ୍ରା କହିଛନ୍ତି , ଗମ୍ଭୀର ହିଁ କୋହଲିଙ୍କ ପାଖକୁ ଯାଇ ଏହି ବିବାଦର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ତେବେ ପରିସ୍ଥିତିର ସମାଧାନ ପାଇଁ କୋହଲି ଆଗକୁ ଆସିବା ଉଚିତ୍‌ ଥିଲା ବୋଲି ମିଶ୍ରା କହିଛନ୍ତି। ମିଶ୍ରା କହିଛନ୍ତି, ମୁଁ ଗମ୍ଭୀରଙ୍କ ଠାରେ ଏକ ଭଲ ଜିନିଷ ଦେଖିଲି। କୋହଲି ତାଙ୍କ ପାଖକୁ ଯାଇ ନ ଥିଲେ ବରଂ ବିବାଦର ଅନ୍ତ ଘଟାଇବାକୁ ଗମ୍ଭୀର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri